ଓଭରବ୍ରିଜର ସ୍ଥାୟୀ ମରାମତି ପାଇଁ ଦାବି ଜୋର ଧରିଲା

● ରାୟଗଡା ଯୁବକ ସଂଘ ଓ ଜିଲ୍ଲା ବିକାଶ ମଂଚ ପକ୍ଷରୁ ଦାବିପତ୍ର ପ୍ରଦାନ

ରାୟଗଡା, (ଶିବ ନାରାୟଣ ଗୈାଡ): ୩୨୬ ନମ୍ବର ଜାତୀୟ ରାଜପଥରେ ଥିବା ରାୟଗଡା ଜିଲ୍ଳା ସଦର ମହକୁମାର ଲାଇଫଲାଇନ କୁହାଯାଉଥିବା ଓଭରବ୍ରିଜ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଛି । ଯାହାକୁ ନେଇ ବିଭିନ୍ନ ସମୟରେ ଏହାର ମରାମତି ନେଇ ଦାବି ଉଠୁଥିବା ବେଳେ ଏହାକୁ ଅଣଦେଖା କରି ବିଭାଗୀୟ ଅଧିକାରୀମାନେ କେବଳ ପେଚ୍ ମରା କାର୍ଯ୍ୟ କରି ଚୁପ ବସି ରହୁଛନ୍ତି ବୋଲି ଅଭିଯୋଗ ହୋଇଛି । ଯେଉଁ ପେଚ୍ ମରା କାମଟି ହେଉଥିଲା ତାହା ସାମାନ୍ୟ ବର୍ଷା ହେଲେ ପୁଣି ନିଜ ଖାଲଖମା ଅବସ୍ଥାକୁ ଫେରି ଆସୁଥିଲା ।

Omkar Vasthu
Omkar Vasthu


ବର୍ତମାନ ଓଭରବ୍ରିଜ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଖାଲି ବଡ ବଡ ଖାଲଖମାରେ ଭରି ରହିଥିବା ବେଳେ ପିଚୁ ଉଠି କଂକ୍ରିଟ୍ ରାସ୍ତାର ଲୁହାଛଡ ମଧ୍ୟ ବାହାରକୁ ଦେଖାଗଲାଣି । ଏପରିକି ଓଭରବ୍ରିଜର ଦୁଇ ପାଶ୍ୱର୍ରେ ଅନାବନା ଗଛଲତା ଇତ୍ୟାଦି ଉଦ୍ୟାନ ସଦୃଶ ଲାଗିଲାଣି । ଠିକାଦାର ଦ୍ୱାରା ବିଭାଗୀୟ ଯନ୍ତ୍ରୀମାନେ ସିମେଂଟ ଗୋଡି ତ କେବେ ପିଚୁ ପକାଇ ଅସ୍ଥାୟୀ ଭାବେ ପେଚ୍ ମରା କାମ କରି ସରକାରଙ୍କ ଲକ୍ଷାଧିକ ଟଙ୍କା ହରିଲୁଟ୍ କରୁଛନ୍ତି ବୋଲି ଅଭିଯୋଗ ହେଉଛି ।

Pearl dental clinic
Near Ashish Medical Store, Bhawanipatna


ଉକ୍ତ ଓଭରବ୍ରିଜ ଉପରେ ରାସ୍ତା ସଂପୂର୍ଣ୍ଣ ଶୋଚନୀୟ ହୋଇପଡିଥିବାରୁ କିିଛି ଦିନ ମଧ୍ୟରେ ୫୦ରୁ ଉର୍ଦ୍ଧ ସଡକ ଦୁର୍ଘଟଣା ଘଟି ଯାଇଥିବା ବେଳେ ଏପରିକି ୨୦ରୁ ଉର୍ଦ୍ଧ ଜୀବନ ଅକାଳରେ ଚାଲି ଯାଇଥିବାରୁ ଯୁବକ ସଂଘର ସୟଦ୍ ହକ୍‌,‌ ସଦାଶିବ ତ୍ରିପାଠୀ ଓ ଅନ୍ୟମାନେ ଅଭିଯୋଗ କରି ଜାତୀୟ ରାଜପଥର ମୁଖ୍ୟ ନିର୍ବାହୀ ଯନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ସ୍ଥାନୀୟ ବିଭାଗୀୟ ଏସଡିଓଙ୍କୁ ପ୍ରଦାନ କରିଛନ୍ତି । ଯଥାଶୀଘ୍ର ଆସନ୍ତା ସପ୍ତାହକ ମଧ୍ୟରେ ଓଭରବ୍ରିଜର ସଂପୂର୍ଣ୍ଣ ସ୍ଥାୟୀ ମରାମତି ପାଇଁ ଦାବି କରି ଆଲୋଚନା କରିଛନ୍ତି ।

Udyog Nursery
Udyogi Nursery


ସେହିପରି ରାୟଗଡା ଜିଲ୍ଲା ବିକାଶ ମଂଚ ପକ୍ଷରୁ ମଧ୍ୟ ଜିଲ୍ଲାପାଳ ସରୋଜ କୁମାର ମିଶ୍ର ଏବଂ ସହକାରୀ ନିର୍ବାହୀ ଯନ୍ତ୍ରୀ କାର୍ଯ୍ୟାଳୟ, ଜାତୀୟ ରାଜପଥ ଉପ-ବିଭାଜନ ରାୟଗଡାରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇ ଓଭରବିଜ୍ରର ସ୍ଥାୟୀ ମରାମତି ପାଇଁ ଦାବି କରାଯାଇଛି । ଏହି ଦାବିପତ୍ର ପ୍ରଦାନ ବେଳେ ମଂଚର ସଭାପତି ଦୟାନନ୍ଦ ଖାଡଙ୍ଗା, ସଂପାଦକ ପ୍ରଶାନ୍ତ ପଟ୍ଟନାୟକ, କୋଷାଧ୍ୟକ୍ଷ ସୁରେଶ ସାହୁ, ଉପଦେଷ୍ଠା ନନ୍ଦକିଶୋର ଚୈାଧୁରୀ, ସାରଥୀ ପଟ୍ଟନାୟକଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.