ଆଜି ଠାରୁ ଆରମ୍ଭ ହେଲା ଅପରପକ୍ଷ: ଜାଣନ୍ତୁ ୨୦୨୧ ମସିହା ପିତୃପକ୍ଷ ଶ୍ରାଦ୍ଧର ସଂପୂର୍ଣ୍ଣ ବିବରଣୀ

ଭାଦ୍ରବ ମାସ କୃଷ୍ଣ ପକ୍ଷ ପ୍ରତିପଦା ଠାରୁ ଅମାବସ୍ୟା ପର୍ଯ୍ୟନ୍ତ ପନ୍ଦର ଦିନକୁ ପିତୃପକ୍ଷ କୁହାଯାଏ। ଚତୁର୍ଦ୍ଦଶୀ ଯାଏଁ ତର୍ପଣ କଲାପରେ ଅମାବସ୍ୟା ଦିନ ପିଣ୍ଡ ଦାନ କରାଯାଏ। ସୂର୍ଯ୍ୟ କନ୍ୟା ରାଶିରେ ଥିବାବେଳେ ଯେଉଁ ଅମାବାସ୍ୟା ପଡ଼େ ତାହା ମହାଳୟା ଅମାବାସ୍ୟା। ମହଳୟା ଶ୍ରାଦ୍ଧର ତର୍ପଣରେ ବ୍ରହ୍ମା, ବିଷ୍ଣୁ, ରୁଦ୍ର, ପ୍ରଜାପତି, ଅଚାର୍ଯ୍ୟ, ବେଦ, ଛନ୍ଦ, ଗନ୍ଧର୍ବଗଣ, ଦେବଗଣ, ପୁରୁଣାଚାର୍ଯ୍ୟ, ସମ୍ବତ୍ସର, ଶାବୟବ, ନାଗଗଣ, ଯକ୍ଷ, ଭକ୍ଷ, ପିଶାଚ, ବନସ୍ପତି, ଔଷଧ, ଭୂତଗ୍ରାମ, ଚତୁଷ୍ଟୟ ଏବଂ ପୃଥିବୀ ଇତ୍ୟାଦି କୋଡ଼ିଏ ଦେବଗଣଙ୍କୁ ଗୋଟିଏ ଥର ତର୍ପଣ; ସନତ, ସନନ୍ଦ, ସନତନ, କପିଳ, ଆସୁରୀ, ଡୋବୁ, ଏବଂ ପଞ୍ଚଶିଖ ଇତ୍ୟାଦି ସାତ ଋଷିଙ୍କୁ ଦୁଇ ଥର ତର୍ପଣ ଏବଂ ପିତୃପୁରୁଷଗଣଙ୍କୁ ତିନିଥର ତର୍ପଣରେ ଅପ୍ୟାୟିତ କରାଯାଏ। ପିତୃ ତର୍ପଣରେ ପିତାଙ୍କୁ ରୁଦ୍ର ରୂପେ, ପିତାମହଙ୍କୁ ବସୁରୂପେ ଓ ପ୍ରପିତାମହଙ୍କୁ ଆଦିତ୍ୟରୂପେ କଳ୍ପିତ କରାଯାଏ। ପିଣ୍ଡଦାତାଙ୍କ ଆଳୟରେ ସର୍ବଦେବ, ଋଷି, ଏବଂ ପିତୃପୁରୁଷଙ୍କ ଉପସ୍ଥିତ ହେତୁ ଏହାଙ୍କୁ ମହାଳୟା ଶ୍ରଦ୍ଧ କୁହାଯାଏ। ଭାଦ୍ରବ ମାସ କୃଷ୍ଣ ପକ୍ଷ ପ୍ରତିପଦା ଠାରୁ ଅମାବାସ୍ୟା, ଏହି ୧୫ ଦିନ ମଧ୍ୟରେ ଜଣେ ଯେକୌଣସି ଦିନ ଶ୍ରାଦ୍ଧ ଦେଇପାରେ, ଏଥିପାଇଁ ଏହାକୁ ପିତୃପକ୍ଷ କୁହଯାଏ। ହିନ୍ଦୁ ଧାର୍ମିକ ପରଂପରାରେ ପିତୃପୁରୁଷଙ୍କ ପାଇଁ ପାଳନ କରାଯାଉଥିବା ବିଭିନ୍ନ ଶ୍ରାଦ୍ଧ କର୍ମ ମଧ୍ୟରେ ମହାଳୟା ଶ୍ରେଷ୍ଠତମ। ଏହି ଅବସରରେ ପିତୃ ପକ୍ଷରେ ଯେକୌଣସି ଦିନ ନିଜର ସାଧ୍ୟ ମତେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦିଆଯାଏ। ଏହା ଦ୍ବାରା ପୁଣ୍ୟ ଲାଭ ଏବଂ ବଂଶର ଉତ୍ତର ପିଢ଼ିର ସକଳ ଉନ୍ନତି ହେଉଥିବା ବିଶ୍ବାସ କରାଯାଏ। ପିତୃଗଣଙ୍କ ଉଦ୍ଦେଶ୍ୟରେ ଦାନ ଓ ଉତ୍ସର୍ଗ ଆଦି ପାଳନ କରାଯାଉଥିବାରୁ ଏହାକୁ “ପିତୃପର୍ବ” ମଧ୍ୟ କୁହାଯାଏ ।

Omkar Vasthu
Omkar Vasthu

କିମ୍ବଦନ୍ତି କହେ, ମହାଦାନୀ କର୍ଣ୍ଣଙ୍କର ଦାତାପଣିଆର ପୁରସ୍କାର ସ୍ଵରୂପ ଯମପୁରରେ ତାଙ୍କୁ ସୁନା, ରୁପା ମିଳିଥିଲା । ହେଲେ, ଖାଦ୍ୟ ଦିଆଯାଇ ନ ଥିଲା । କାରଣ, ଜୀବିତାବସ୍ଥାରେ ସେ କେବେ ଅନ୍ନଦାନ କରି ନ ଥିଲେ । ଯମରାଜଙ୍କୁ ପ୍ରାର୍ଥନା କରି ସେ ଚଉଦ ଦିନ ପାଇଁ ମର୍ତ୍ତ୍ୟକୁ ଆସି ବ୍ରାହ୍ମଣ ତଥା ଗରିବମାନଙ୍କୁ ଅନ୍ନଦାନ ଦେଇଥିଲେ । ଯମପୁର ଫେରିବା ପରେ ତାଙ୍କୁ ଆଉ ଅନ୍ନରୁ ବଞ୍ଚିତ କରାଯାଇ ନ ଥିଲା। ମର୍ତ୍ତ୍ୟଲୋକରେ କର୍ଣ୍ଣ କଟାଇଥିବା ସେହି ଚଉଦ ଦିନ ଥିଲା ପିତୃ ପକ୍ଷ।

Pearl dental clinic
Near Ashish Medical Store, Bhawanipatna

ଯେଉଁ ଦିନ ମୃତକର ଦେହାନ୍ତ ହୋଇଥାଏ ପ୍ରତିବର୍ଷ ସେହିଦିନ ସେହି ତିଥିରେ ଶ୍ରାଦ୍ଧ ଦିଆଯାଏ, ତାହାକୁ ଦିନି ଶ୍ରାଦ୍ଧ ବା ସାମ୍ବତ୍ସରିକ ଶ୍ରାଦ୍ଧ କୁହାଯାଏ। ଶାସ୍ତ୍ରାନୁସାର ପିତୃପକ୍ଷ ବା ଅପର ପକ୍ଷରେ ନିଜର ପିତରମାନଙ୍କ ନିମିତ୍ତ ଯେ ବ୍ୟକ୍ତି ନିଜର ଶକ୍ତି ଅନୁସାରେ ଶାସ୍ତ୍ରସନ୍ମତ ବିଦ୍ଧିରେ ଶ୍ରଦ୍ଧା ପୂର୍ବକ ଶ୍ରାଦ୍ଧ-ତର୍ପଣ କରନ୍ତି ପିତୃପ୍ରସାଦରୁ ତାଙ୍କର ସମସ୍ତ ଅଭିଳାଷ ପୂର୍ଣ୍ଣ ହୋଇଥାଏ।

Udyog Nursery
Udyogi Nursery

ଏବର୍ଷ ୨୧ ସେପ୍ଟେମ୍ବର ୨୦୨୧ ଠାରୁ ଆରମ୍ଭ ହୋଇ ୦୬ ଅକ୍ଟୋବର ୨୦୨୧ ଯାଏଁ ପିତୃପକ୍ଷ ପାଳିତ ହେବ। ଜାଣନ୍ତୁ କେବେ କ’ଣ –

ପୂର୍ଣ୍ଣିମା ଶ୍ରାଦ୍ଧ: ୨୦/୦୯/୨୦୨୧, ସୋମବାର

୧) ପ୍ରତିପଦା ଶ୍ରାଦ୍ଧ: ୨୧/୦୯/୨୦୨୧, ମଙ୍ଗଳବାର

୨) ପ୍ରତିପଦା ଶ୍ରାଦ୍ଧ: ୨୨/୦୯/୨୦୨୧, ବୁଧବାର

୩) ଦ୍ଵିତୀୟା ଶ୍ରାଦ୍ଧ: ୨୩/୦୯/୨୦୨୧, ଗୁରୁବାର

୪) ତୃତୀୟା ଶ୍ରାଦ୍ଧ: ୨୪/୦୯/୨୦୨୧ ଶୁକ୍ରବାର

୫) ଚତୁର୍ଥୀ ଶ୍ରାଦ୍ଧ: ୨୫/୦୯/୨୦୨୧, ଶନିବାର

୬) ପଞ୍ଚମୀ ଶ୍ରାଦ୍ଧ: ୨୬/୦୯/୨୦୨୧, ରବିବାର

୭) ଷଷ୍ଠୀ ଶ୍ରାଦ୍ଧ: ୨୭/୦୯/୨୦୨୧, ସୋମବାର

୮) ସପ୍ତମୀ ଶ୍ରାଦ୍ଧ: ୨୮/୦୯/୨୦୨୧, ମଙ୍ଗଳବାର

୯) ଅଷ୍ଟମୀ ଶ୍ରାଦ୍ଧ: ୨୯/୦୯/୨୦୨୧, ବୁଧବାର

୧୦) ନବମୀ ଶ୍ରାଦ୍ଧ: ୩୦/୦୯/୨୦୨୧, ଗୁରୁବାର

୧୧) ଦଶମୀ ଶ୍ରାଦ୍ଧ: ୦୧/୧୦/୨୦୨୧, ଶୁକ୍ରବାର

୧୨) ଏକାଦଶୀ ଶ୍ରାଦ୍ଧ: ୦୨/୧୦/୨୦୨୧, ଶନିବାର

୧୩) ଦ୍ଵାଦଶୀ ଶ୍ରାଦ୍ଧ: ୦୩/୧୦/୨୦୨୧, ରବିବାର

୧୪) ତ୍ରୟୋଦଶୀ ଶ୍ରାଦ୍ଧ: ୦୪/୧୦/୨୦୨୧, ସୋମବାର

୧୫) ଚତୁର୍ଦ୍ଦଶୀ ଶ୍ରାଦ୍ଧ: ୦୫/୧୦/୨୦୨୧, ମଙ୍ଗଳବାର

୧୬) ସର୍ବପିତୃ ଅମାବାସ୍ୟା ଶ୍ରାଦ୍ଧ ମହାଳୟା: ୦୬/୧୦/୨୦୨୧, ବୁଧବାର

ଉପସ୍ଥାପନା:
ସୁନୀଲ କୁମାର ଧଙ୍ଗଡାମାଝୀ
ସଂପାଦକ, ଓଡ଼ିଆ ବାର୍ତ୍ତା

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.