ତିନିବର୍ଷ ପାଇଁ ‘ଚନ୍ଦ୍ରକୁମାର ମହାନ୍ତି କବିତା ପୁରସ୍କାର’ ପାଇବେ ଶୁଭଶ୍ରୀ, କିଶୋର ଓ ଲିପିକା

● କବି ଚନ୍ଦ୍ର କୁମାର ମହାନ୍ତି ସ୍ମୃତି ଉତ୍ସବ ଅକ୍ଟୋବର ୧୦ରେ
● ଉଦଘାଟନ କରିବେ ‘ରେବତୀ’ ସମ୍ପାଦିକା ସୁବାସିନୀ ଜେନା

ବାଲେଶ୍ବର, (କୃଷ୍ଣ କୁମାର ମହାନ୍ତି): କବି ଚନ୍ଦ୍ର କୁମାର ମହାନ୍ତି ସ୍ମୃତି କମିଟି ପକ୍ଷରୁ ପ୍ରତିବର୍ଷ ପ୍ରଦାନ କରା ଯାଉଥିବା ‘ଚନ୍ଦ୍ର କୁମାର ମହାନ୍ତି କବିତା ପୁରସ୍କାର’ ବିଗତ ୩ ବର୍ଷ (୨୦୧୯, ୨୦୨୦ ଓ ୨୦୨୧) ପାଇଁ ଯଥାକ୍ରମେ କବି ଡକ୍ଟର ଶୁଭଶ୍ରୀ ଲେଙ୍କା, କିଶୋର ପାଣିଗ୍ରାହୀ ଓ ଲିପିକା ଦାସ ପାଇବେ ବେଲି ସ୍ମୃତି କମିଟି ପକ୍ଷରୁ ଏକ ପ୍ରେସ୍‌ ବିବୃତିରେ ଘୋଷଣା କରାଯାଇଛି।

Omkar Vasthu
Omkar Vasthu

ବାଲେଶ୍ବରର ବିଶିଷ୍ଟ କବି ଚନ୍ଦ୍ର କୁମାର ମହାନ୍ତିଙ୍କ ସ୍ମୃତିରକ୍ଷା ନିମନ୍ତେ ଗଠିତ ଚନ୍ଦ୍ର କୁମାର ମହାନ୍ତି ସ୍ମୃତି କମିଟି ଏବଂ ରେମୁଣା ଡିଗ୍ରୀ କଲେଜର ମିଳିତ ପ୍ରଚେଷ୍ଟାରେ ୨୦୧୭ରୁ ଆରମ୍ଭ ହୋଇଥିବା ଏହି ସ୍ମୃତି ଉତ୍ସବ ଅବସରରେ ପ୍ରତିବର୍ଷ ୪୫ ରୁ ୫୦ ବର୍ଷ ବୟସ ସୀମା ମଧ୍ୟରେ ଜଣେ କବିଙ୍କୁ ଚୟନ କରାଯାଇ ସମ୍ମାନିତ କରାଯିବାକୁ ନିଷ୍ପତ୍ତି ନିଆ ଯାଇଛି। ବର୍ଷ ୨୦୧୯ ପାଇଁ ମନୋନୀତ ହୋଇଥିବା କବି ଶୁଭଶ୍ରୀ ଲେଙ୍କା ୬ଟି କବିତା ପୁସ୍ତକର ସ୍ରଷ୍ଟା ହୋଇଥିବା ବେଳେ ବର୍ଷ ୨୦୨୦ରେ ଏହି ପୁରସ୍କାର ପାଉଥିବା କିଶୋର ପାଣିଗ୍ରାହୀଙ୍କର ୩ଟି କବିତା ପୁସ୍ତକ ପ୍ରକାଶିତ ହୋଇଛି ଏବଂ ବର୍ଷ ୨୦୨୧ ପାଇଁ ଯୋଗ୍ୟ ବିବେଚିତ କବି ଲିପିକା ଦାସଙ୍କର ଅଛି ୬ଟି କବିତା ସଂକଳନ। ଏହି ତିନିଜଣ କବି ଓଡ଼ିଆ କବିତା କ୍ଷେତ୍ରରେ ବେଶ୍ ପରିଚିତ ଏବଂ ନିରବଚ୍ଛିନ୍ନ ଭାବେ କବିତା ସର୍ଜନାରେ ସକ୍ରିୟ ଅଛନ୍ତି।

Pearl dental clinic
Near Ashish Medical Store, Bhawanipatna

‘ଭଲ କବିତାର ଖୋଜ୍’ ପକ୍ଷରୁ ଆଗାମୀ ଅକ୍ଟୋବର ୧୦ ତାରିଖ ରବିବାର ସଂଧ୍ୟା ୬ ଘଟିକାରେ ହୋଟେଲ କଳିଙ୍ଗ ସଭାଗୃହରେ ଆୟୋଜିତ ହେଉଥିବା ୫ମ ବାର୍ଷିକ ଚନ୍ଦ୍ର କୁମାର ମହାନ୍ତି ସ୍ମୃତି ଉତ୍ସବ ପାଳନ ପରିପ୍ରେକ୍ଷୀରେ ତିନି ପ୍ରତିଭାଙ୍କୁ ମାନପତ୍ର ଓ ଉପଢେ଼ୗକନ ଅର୍ପଣ କରି ସମ୍ବର୍ଦ୍ଧିତ କରାଯିବ ବୋଲି ସ୍ମୃତି କମିଟି ପକ୍ଷରୁ ମୁଖପାତ୍ର କୃଷ୍ଣ କୁମାର ମହାନ୍ତି ଏବଂ ସମ୍ପାଦକ ଉତ୍ପଳ ମହାନ୍ତି ଜଣାଇଛନ୍ତି।

Udyog Nursery
Udyogi Nursery

ଏହି ସ୍ମୃତି ଉତ୍ସବରେ ଓଡ଼ିଶା ସାହିତ୍ୟ ଏକାେଡ଼ମୀର ସଭାପତି ତଥା ବିଶିଷ୍ଟ କବି ଡକ୍ଟର ହୃଷୀକେଶ ମଲ୍ଲିକ ଏବଂ ଭୁବନେଶ୍ବର ସାହିତ୍ୟ ସମାଜର ସଭାପତି ତଥା ସୁଖ୍ୟାତ କବି ସୁର୍ଯ୍ୟ ମିଶ୍ର ଅତିଥି ଭାବେ ଯୋଗ ଦେଉଥିବା ବେଳେ ଉତ୍ସବକୁ ଉଦଘାଟନ କରିବେ ‘ରେବତୀ’ର ସମ୍ପାଦିକା ସୁବାସିନୀ ଜେନା। ଏଥିରେ ଅଧ୍ୟକ୍ଷତା କରିବେ ‘ସଟରଡେ ସିଗ୍ନେଚରିଂ’ର ମାର୍ଗଦର୍ଶକ ତଥା ଯଶସ୍ବୀ କବି ଶ୍ରୀଦେବ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.