ଚିନ୍ମୟ ଫାଉଣ୍ଡେସନର କରୋନା ସଚେତନତା ଓ ରିଲିଫ ବଣ୍ଟନ କାର୍ଯ୍ୟକ୍ରମର ୨୨ତମ ସମୀକ୍ଷା ବୈଠକ

ଯାଜପୁର : ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଅନ୍ତର୍ଗତ ନନ୍ଦିପୁର ପଞ୍ଚାୟତର ବାବଲପୁର ସ୍ଥିତ ଦେଶର ଅଗ୍ରଣୀ ସମାଜ କଲ୍ୟାଣକାରୀ ଲୋକସଂଗଠନ ଚିନ୍ମୟ ଫାଉଣ୍ଡେସନ ପକ୍ଷରୁ ଗତ ୨୨ ମାର୍ଚ୍ଚ ୨୦୨୦ ମସିହାରୁ ନିରବଛିନ୍ନ ଭାବରେ ମହାମାରୀ କରୋନାକୁ ପରାହତ କରିବା ନିମନ୍ତେ ଆୟୋଜିତ ହେଉଥିବା ସଚେତନତା ଓ ରିଲିଫ ବଣ୍ଟନ କାର୍ଯ୍ୟକ୍ରମର ୫୫୦ତମ ଦିବସର ସମୀକ୍ଷା ବୈଠକ ଇତିମଧ୍ୟରେ ଅନୁଷ୍ଠିତ ହୋଇଯାଇଅଛି। ଫାଉଣ୍ଡେସନ ପକ୍ଷରୁ ପ୍ରତି ୨୫ଦିନରେ ଏହି କାର୍ଯ୍ୟକ୍ରମର ସମୀକ୍ଷା ବୈଠକ ଅନୁଷ୍ଠିତ ହେଉଥିବା ବେଳେ ଆଜି ତାହା ୨୨ତମ ଦିବସରେ ପହଁଞ୍ଚିଛି। ଏହି ଅବସରରେ ଫାଉଣ୍ଡେସନର ପ୍ରତିଷ୍ଠାତା ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କ ଅଧ୍ୟକ୍ଷତାରେ ଦଶରଥପୁର ବ୍ଲକର ଅର୍ଦ୍ଦାଉଳିଆ ଠାରେ ଆୟୋଜିତ ସାନ୍ଧ୍ୟ ଅଧିବେଶନର ସମୀକ୍ଷା ବୈଠକରେ ସଚେତନତା କାର୍ଯ୍ୟକ୍ରମର ନିଷ୍ପାଦକ ମାଷ୍ଟର ମିହୀର କୁମାର, କଳାକାର ପ୍ରଭାସ କୁଅଁର, ସାମ୍ବାଦିକ ନିହାର ରଞ୍ଜନ ସାମଲ, ତୁଳସୀ ମଲ୍ଲିକ, ଅର୍ଚ୍ଚନା ଜେନା ଆଦି ଯୋଗଦାନକରି ଦୀର୍ଘ ୫୫୦ ଦିନଧରି ଦେଶର ବିଭିନ୍ନ ଅଞ୍ଚଳରେ ନିରବଛିନ୍ନ ଭାବରେ କରାଯାଇଥିବା କରୋନା ସଚେତନତା ଓ ରିଲିଫ ବଣ୍ଟନ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ। ଦୀର୍ଘ ୫୫୦ ଦିନ ଧରି ଫାଉଣ୍ଡେସନ ସାରା ଭାରତବର୍ଷରେ ନିରବଛିନ୍ନ ଭାବରେ ସାଧାରଣ ଜନତାଙ୍କୁ ମହାମାରୀ କରୋନା ସମ୍ପର୍କରେ ସଚେତନ କରିବା ସହ ଗରିବ, ଅସହାୟ, ମାନସିକ ବିକାର ଗ୍ରସ୍ତ, ରେଲୱେ ଷ୍ଟେସନ ବସ ଷ୍ଟାଣ୍ଡ ରାସ୍ତାକଡ଼ ଆଦିରେ ଜୀବନ କାଟୁଥିବା ବ୍ୟକ୍ତିଙ୍କୁ କିଭଳି ଭାବରେ ବସ୍ତ୍ର, ରାସନ ସାମଗ୍ରୀ, ଆର୍ଥିକ ସହାୟତା, ଶୁଖିଲା ଓ ରନ୍ଧା ଖାଦ୍ୟମାକ୍ସ, ସାବୁନ, ସାନିଟାଇଜର, ଓ.ଆର.ଏସ , ହ୍ୟାଣ୍ଡ ଗ୍ଲୋବସ ଆଦି ଯୋଗାଣ କରିଆସିଅଛି ସେ ସମ୍ପର୍କରେ ଅନୁଷ୍ଠାନର କର୍ମକର୍ତ୍ତାମାନେ ଆଲୋଚନା କରିଥିଲେ। ପ୍ରାରମ୍ଭିକ ପର୍ଯ୍ୟାୟରେ ଦିବା କାର୍ଯ୍ୟକ୍ରମରେ ସ୍ଥାନୀୟ ମଙ୍ଗଳପୁର ଠାରେ ଫାଉଣ୍ଡେସନ ଦ୍ୱାରା ପରିଚାଳିତ ପ୍ରକଳ୍ପ ଡଲଫିନ୍ ଡ୍ୟାନ୍ସ ସ୍କୁଲ ଆଣ୍ଡ ଗ୍ରୁପ ମାଧ୍ୟମରେ କିଭଳି ଭାବରେ ମହାମାରୀ କରୋନା ସମ୍ପର୍କରେ ଲୋକମାନଙ୍କୁ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନ କରାଯାଉଥିଲା ସେ ସମ୍ପର୍କରେ କଳାକାର ରକି ଦାସ, ନିଳିମା ମଲ୍ଲିକ, ବର୍ଷାରାଣୀ ମାଝୀ, ଦେବସ୍ମିତା ଜେନା, ନିର୍ମଳ ଜେନା, ଅଞ୍ଜଳି ଦାସ, ଲକ୍ଷ୍ମୀ ପ୍ରିୟା ଦାସ, ଜେ. ପି. କ୍ରିଷ୍ନା, ମୟୁରିକା ବେହୁରିଆ, ବିଶ୍ଵଜିତ ଦାସ,ରୁଦ୍ର ପ୍ରକାଶ ଦାସ, ବିକାଶ ମଲ୍ଲିକ, ଅଭିମନ୍ୟୁ ମଲ୍ଲିକ, ରାଜ କୁମାର ଦାସ, ଭାଗବତ ମଲ୍ଲିକ, ନିହାର ରଞ୍ଜନ ମଲ୍ଲିକ, ଧ୍ରୁବ ଚରଣ ଜେନା,ଶଶିକାନ୍ତ ପଣ୍ଡା, ମିଲନ ନାୟକ ଆଦି ଆଲୋଚନା କରିଥିଲେ। ଏହି ସାନ୍ଧ୍ୟକାଳୀନ ସମୀକ୍ଷା କାର୍ଯ୍ୟକ୍ରମରେ ୬ନମ୍ବର ଜୋନର ଜିଲ୍ଲା ପରିଷଦ ସଦସ୍ୟା ରଞ୍ଜିତା ରାଉତ, ଶିବ ପ୍ରସାଦ ବିଶ୍ୱାଳ, ସୁମି ବିଶ୍ବାଳଙ୍କ ସମେତ ଅର୍ଦ୍ଦାଉଳିଆ ଗ୍ରାମର ସମସ୍ତ ଗ୍ରାମବାସୀମାନେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.