ନର୍ଲା: ବଡ ଡଙ୍ଗରରୁ ଝୁଲନ୍ତା ଗଳିତ ଶବ ଉଦ୍ଧାର

କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର ): ନର୍ଲା ବ୍ଲକ୍ ଅଧିନସ୍ଥ ଘଣ୍ଟମାଳ ଗ୍ରାମ ପଞ୍ଚାୟତର ବଡ ଡଙ୍ଗର (ପାହାଡ) ଉପରେ କେହି ଜଣେ ଅଜଣା ବ୍ୟକ୍ତି ବେକରେ ରସି ଲଗେଇ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି । ଉକ୍ତ ରସି ଲଗେଇ ମରିଥିବା ବ୍ୟକ୍ତି ଜଣକ ସ୍ଥାନୀୟ ନର୍ଲାର ହୋଇ ଥାଇ ପାରନ୍ତି ବୋଲି ସାଧାରଣରେ ଆଲୋଚନା ହେଉଥିବା ବେଳେ ତାଙ୍କର ପ୍ରକୃତ ପରିଚୟ କିନ୍ତୁ ଏଯାଏଁ ମିଳି ପାରିନାହିଁ । ହେଲେ ଏହି ଘଟଣାଟି ୫ ଦିନ ପୂର୍ବରୁ ସଂଘଟିତ ହୋଇଥାଇପାରେ କାରଣ ଶବଟି ଝୁଲନ୍ତା ଅବସ୍ଥାରେ ଶଢି ଯାଇଥିବା ଦେଖିବାକୁ ମିଳୁଛି । ନର୍ଲାର ସ୍ଥାନୀୟ ବ୍ୟକ୍ତି ଜଣକ ମଧ୍ୟ ଗତ ସପ୍ତାହରୁ ନିରୁଦ୍ଦିଷ୍ଟ ରହିଥିବା କୁହାଯାଉଥିବା ବେଳେ ଉକ୍ତ ବ୍ୟକ୍ତି ଜଣକଙ୍କ ପିନ୍ଧିଥିବା ଟି-ସାର୍ଟ ଓ ନିକଟରେ ପଡିଥିବା ଚପଲକୁ ଦେଖି କିଛି ସ୍ଥାନୀୟ ବ୍ୟକ୍ତି ଉକ୍ତ ମୃତକ ବ୍ୟକ୍ତି ଜଣକ ସେହି ନିରୁଦ୍ଦିଷ୍ଟ ବ୍ୟକ୍ତି ହୋଇ ଥାଇପାରନ୍ତି ବୋଲି ସାଧାରଣରେ ଆଲୋଚନା ହେଉଛି । ହେଲେ ଏଠାରେ ପ୍ରଶ୍ନ ଉଠୁଛି ଯେ ଏମିତି କେଉଁ କାରଣ ପାଇଁ ବ୍ୟକ୍ତି ଜଣକ ବଡ ଡଙ୍ଗର (ପାହାଡ) ଉପରକୁ ଯାଇ ଏକ ଗଛ ଡାଳରେ ନିଜ ପିନ୍ଧିଥିବା ଲୁଙ୍ଗିକୁ ଦଉଡି ଭଳି ମୋଡି ବେକରେ ଲଗେଇ ମୁହଁକୁ ଢାଙ୍କି ହୋଇ ଆତ୍ମହତ୍ୟା କରିଛନ୍ତି । ଏହା ପ୍ରକୃତରେ ଆତ୍ମହତ୍ୟା ନା ଯୋଜନା ବଦ୍ଧ ହତ୍ୟା ତାହା ଏବେ ସନେ୍ଦହ ଘେରରେ । ଜଙ୍ଗଲରୁ କାଠ ସଂଗ୍ରହକାରୀ ଓ ଗାଇ ଜଗୁଆଲ ପିଲାଙ୍କ ଟୁପୁରୁ ଟାପୁର ଶୁଣି ସ୍ଥାନୀୟ ବ୍ୟକ୍ତି ମାନେ ଘଟଣା ସମ୍ପର୍କରେ ପୋଲିସ୍ କୁ ସୂଚନା ଦେବାପରେ ନର୍ଲା ପୋଲିସ୍ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି । ଶବ ବ୍ୟବଚ୍ଛେଦ ଓ ତଦନ୍ତ ପରେ ଅଧିକ ତଥ୍ୟ ସାମନାକୁ ଆସିବ ବୋଲି ପୋଲିସ୍ ପ୍ରକାଶ କରିଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.