ବିଶିଷ୍ଟ ଜ୍ୟୋତିର୍ବିଦ ଏମ ସତ୍ୟନାରାୟଣଙ୍କ ପ୍ରଥମ ପୂଣ୍ୟତିଥି ପାଳିତ

ଗୁଣପୁର, (ଦିଲୀପ କୁମାର ପଣ୍ଡା): ରାୟଗଡ଼ ଜିଲ୍ଲା ଗୁଣୁପୁର ସଦର ଗାଦିଆଖଳା ରୋଡ ସ୍ଥିତ ଶିରିଡ଼ି ସାଇବାବା ମନ୍ଦିର ପରିସର କଲ୍ୟାଣ ମଣ୍ଡପ ଠାରେ ଗୁରୁଜୀ ଏମ ସତ୍ୟନାରାୟଣଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପୂଣ୍ୟ ତିଥି ଅବସରରେ ଏକ ଶ୍ରଦ୍ଧାଞ୍ଜଳୀ ତଥା ଶ୍ରଦ୍ଧା ସୁମନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଶିଷ୍ଟ ସାଇ ପ୍ରେମୀ ତଥା ଶିରିଡ଼ି ସାଇ ଟ୍ରଷ୍ଟର ସହ ସମ୍ପାଦକ ଲାଡ଼ି ଶ୍ରୀ ରାମ ମୂର୍ତ୍ତୀ, ସମାଜସେବୀ ତଥା ପୂର୍ବତନ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ଶିବ ପ୍ରସାଦ ଗୌଡ, ବିଶିଷ୍ଟ ଶିକ୍ଷବିତ ତଥା ଯଶସ୍ୱୀ ଗୁରୁ ପ୍ରସନ୍ନ କୁମାର ରଥ ଓ ଶିରିଡ଼ି ସାଇ ଟ୍ରଷ୍ଟର କୋଷାଧ୍ୟକ୍ଷ ଇଞ୍ଜିନିୟର ବିଷ୍ଣୁ ପଟ୍ଟନାୟକ ଓ ଗୁରୁଜୀଙ୍କ ଏକ ମାତ୍ର ଓ ଅନନ୍ୟ ପ୍ରତିଭା ସମ୍ପର୍ନ୍ନ ଶିଷ୍ୟ ତଥା ଶିରିଡ଼ି ସାଇ ଟ୍ରଷ୍ଟର ସଭାପତି ଜ୍ୟୋତିର୍ବିଦ ଡକ୍ଟର ପ୍ରଦୀପ କୁମାର ଚୌଧୁରୀ ପ୍ରମୁଖ ମଞ୍ଚାସିନ ଥିଲେ।

Omkar Vasthu
Omkar Vasthu


ଶିରିଡ଼ି ସାଇ ଟ୍ରଷ୍ଟ ପକ୍ଷରୁ ମୁରଲୀଧର ପଣ୍ଡା ନିମନ୍ତ୍ରିତ ସମସ୍ତ ଅତିଥିଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିଥିଲେ ଏବଂ ସେମାନଙ୍କ ସଂକ୍ଷିପ୍ତ ପରିଚୟ ପ୍ରଦାନ କରିଥିଲେ। ଗୁରୁ ପ୍ରଭାତ ମହାପାତ୍ରଙ୍କ ଦ୍ୱାରା ଗୁରୁ ବନ୍ଦନା ଗାନ ହୋଇଥିଲା। ମଞ୍ଚାସିନ ଅତିଥି ଓ ସାଇ ପ୍ରେମୀଙ୍କ ଦ୍ଵାରା ଶଙ୍ଖ ଧ୍ଵନୀ ସହ ପ୍ରଦୀପ ପ୍ରଜ୍ବଳନ ଓ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଥିଲା। ଗୁରୁଙ୍କ ଆଦର୍ଶ ଶିଷ୍ୟ ପ୍ରଦୀପ ଚୌଧୁରୀ ତାଙ୍କ ଅଭିଭାଷଣରେ ଗୁରୁ ଓ ପରଂବ୍ରହ୍ମଙ୍କ ତତ୍ତ୍ଵ, ଗୁରୁ ସତ୍ତା ଓ ମନୁଷ୍ୟ ଜୀବନରେ ଗୁରୁଙ୍କ ଆବଶ୍ୟକତା ଉପରେ ଉପସ୍ଥାପନା କରିଥିଲେ। ଯଶସ୍ଵି ଗୁରୁ ପ୍ରସନ୍ନ କୁମାର ରଥ ତାଙ୍କ ଅଭିଭାଷଣରେ ଗୁରୁ ଶିଷ୍ୟ ପରମ୍ପରା ତଥା ସଦ୍ ଗୁରୁଙ୍କ ବିଷୟରେ ଉପସ୍ଥାପନ କରିଥିଲେ। ପୂଜ୍ୟ ଗୁରୁଙ୍କ ଉଦ୍ଦେଶ୍ୟରେ ରାଧା କୃଷ୍ଣଙ୍କ ଫଟୋଚିତ୍ରକୁ ଉପସ୍ଥିତ ସମସ୍ତ ଅତିଥି ଉନ୍ମୋଚନ କରିଥିଲେ। ଶ୍ରୀଗୁରୁଙ୍କ ସ୍ମୁତିରେ ଶିଷ୍ୟ ପ୍ରଦୀପ କୁମାର ଚୌଧୁରୀ ଯଶସ୍ବୀ ଗୁରୁ ପ୍ରସନ କୁମାର ରଥଙ୍କୁ ଗୁରୁ ବ୍ରହ୍ମଜ୍ୟୋତି ସମ୍ମାନ ପ୍ରଦାନ କରିଥିଲେ। ଏହି ପୂଣ୍ୟ ତିଥିରେ ସମସ୍ତ ଗୁରୁ ପ୍ରତିଭା ବ୍ୟକ୍ତିଙ୍କୁ ମଧ୍ୟ ଅତିଥିଙ୍କ ଦ୍ଵାରା ସମ୍ମାନ କରାଯାଇଥିଲା। ଆଜିର ଏହି ପୂଣ୍ୟ ତିଥି ଅବସରରେ ଚାରି ପ୍ରହରୀ ହରିନାମ ସଂକୀର୍ତ୍ତନର ଆୟୋଜିତ ହୋଇଥିଲା। ଟ୍ରଷ୍ଟ ସମ୍ପାଦକ ଏସ ମଧୁ ସୁଦନ, ସୁଜିତ୍ କୁମାର ରଥ, ସିମାଞ୍ଚଳ ଷଡ଼ଙ୍ଗୀ, ଲାଡି ମଧୁ, ଲାଲୁ ପାଣିଗ୍ରାହୀ, ସନ୍ତୋଷ ଗୌଡ଼ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏଥିରେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସମେତ ବହୁ ସାଇ ପ୍ରେମୀ ଉପସ୍ଥିତ ଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.