ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ ୱାରକର୍ସ ଆସୋସିଏସନ୍ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ରାୟଗଡ଼ା, (ଶିବ ନାରାୟଣ ଗୈାଡ): ଭାରତୀୟ ମଜଦୂର ସଂଘ ଦ୍ୱାରା ପରିଚାଳିତ ଅଖିଳ ଭାରତୀୟ ଅଙ୍ଗନୱାଡ଼ି କର୍ମଚାରୀ ମହାସଂଘର ଆହ୍ବାନ କ୍ରମେ ଦେଶ ବ୍ୟାପି ସମସ୍ତ ଜିଲ୍ଲାପାଳଙ୍କ ଜରିଆରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଉଛି। ସେହି କ୍ରମରେ ରାୟଗଡ଼ା ଜିଲ୍ଲା ଅଲ ଓଡ଼ିଶା ଅଙ୍ଗନୱାଡ଼ି ଲେଡିଜ୍ ୱାରକର୍ସ ଆସୋସିଏସନ୍ ପକ୍ଷରୁ ଜିଲ୍ଲା ସଭାନେତ୍ରୀ ଜୟନ୍ତୀ ପଦ୍ମାଳୟା ସାହୁ ଏବଂ ଜିଲ୍ଲା ସଂପାଦିକା ଉଷା ରାଣୀ ଦାଶଙ୍କ ନେତୃତ୍ୱରେ ରାୟଗଡ଼ା ଗଜପତି ଛକ ଠାରୁ ସରକାରଙ୍କ କୋବିଡର ସମସ୍ତ ନିୟମକୁ ପାଳନ କରି ଏକ ପଦଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ସେଠାରେ ଜିଲ୍ଲାପାଳଙ୍କ ଜରିଆରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ୫ଦଫା ଦାବି ପତ୍ର, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୯ ଦଫା ଦାବି ପତ୍ର ଏବଂ ରାୟଗଡ଼ା ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ୮ ଦାଫା ଦାବି ପତ୍ର ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନଙ୍କୁ ପ୍ରଦାନ କରାଯାଇଛି।

Omkar Vasthu
Omkar Vasthu


ଅଙ୍ଗନୱାଡ଼ି କର୍ମଚାରୀମାନେ ସରକାରଙ୍କର ବିଭିନ୍ନ ଯୋଜନାରେ ସରକାରୀ କର୍ମଚାରୀ ଭଳି କାର୍ଯ୍ୟ କରିଆସୁଛନ୍ତି । ଯେପରିକି ଟୀକାକରଣ, ପଲସ ପୋଲିସ୍, ଜନ୍ମ ମୃତ୍ୟୁର ପଞ୍ଜିକରଣ କରିବା ବିଭିନ୍ନ ସମୟରେ ଭୋଟ ତାଲିକା ସଂଶୋଧନ କାର୍ଯ୍ୟରେ ନିୟୋଜିତ କରିବା ତା’ ସହିତ ନିଜ ବିଭାଗର ଅଙ୍ଗନୱାଡ଼ି କେନ୍ଦ୍ର ପରିଚାଳନା କରିବା, ପିଲାଙ୍କୁ ପ୍ରାଥମିକ ଶିକ୍ଷା ସହିତ ରନ୍ଧନ ଖାଦ୍ୟ ପ୍ରଦାନ କରିବା, ଗର୍ଭବତୀ ମହିଳା ଓ କିଶୋରୀ ବାଳିକାଙ୍କୁ ପୋଷଣ ଆହାର ପ୍ରଦାନ କରିବା, ବିଭିନ୍ନ ପ୍ରକାର ଔଷଧ ବିତରଣ କରିବା ଆଦି କାର୍ଯ୍ୟ ଅଙ୍ଗନୱାଡ଼ି କର୍ମଚାରୀମାନେ ନିଜ ଜୀବନକୁ ବାଜି ଲଗାଇ କାର୍ଯ୍ୟ କରୁଥିଲେ ମଧ୍ୟ ଏମାନଙ୍କ ଦାବି ପ୍ରତି ସରକାର କର୍ଣ୍ଣପାତ କରିବା ଦରକାର ବୋଲି ଉକ୍ତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ଭାରତୀୟ ମଜଦୁର ସଂଘ ର ରାଜ୍ଯ ସମ୍ପାଦକ ତଥା ରାୟଗଡ଼ା ଜିଲ୍ଲା ପ୍ରଭାରୀ ଯୋଗେଶ୍ଵର ଦାସ ଦୃଢ଼ ଦାବି କରିଛନ୍ତି।

Pearl dental clinic
Near Ashish Medical Store, Bhawanipatna


ଦାବିଗୁଡିକ ମଧ୍ୟରେ ଅଙ୍ଗନୱାଡ଼ି କର୍ମଚାରୀମାନଙ୍କୁ ସରକାରୀ କର୍ମଚାରୀ ରୂପେ ଘୋଷଣା କରିବା, ସାମାଜିକ ସୁରକ୍ଷା ପ୍ରଦାନ କରିବା ସହିତ ତାଙ୍କୁ ଉଚିତ୍ ଶ୍ରେଣୀରେ ସାମିଲ କରାଯିବା, ଅଙ୍ଗନୱାଡ଼ି କର୍ମଚାରୀମାନଙ୍କ ପାଇଁ ଭାରତ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ସର୍ବନିମ୍ନ ମାସିକ ବେତନ ୧୮ ହାଜର ଟଙ୍କା ପ୍ରଦାନ ଓ ସହାୟିକା ମାନଙ୍କୁ ୯ ହଜାର ଟଙ୍କା ପ୍ରତି ମାସରେ ପ୍ରଦାନ କରାଯିବା, ନୂତନ ରାଷ୍ଟ୍ରୀୟ ଶିକ୍ଷାନୀତି ୨୦୨୦ ଅନ୍ତର୍ଗତ ଅଙ୍ଗନୱାଡ଼ି କେନ୍ଦ୍ରଗୁଡିକ ପ୍ରି – ପ୍ରାଇମେରୀ ସ୍କୁଲର ମାନ୍ୟତା ପ୍ରଦାନ ସହିତ ଅଙ୍ଗନୱାଡ଼ି କର୍ମଚାରୀମାନଙ୍କୁ ପ୍ରି-ପ୍ରାଇମେରୀ ଆସିଷ୍ଟାଣ୍ଡ ଟିଚର ରୂପେ ଗ୍ରହଣ କରାଯିବା, କାର୍ଯ୍ୟ ଦକ୍ଷତା ଅନୁଯାୟୀ ସେମାନଙ୍କୁ ପ୍ରଶିକ୍ଷଣ ସହ ପ୍ରଦୋନ୍ନିତ ପ୍ରଦାନ କରାଯିବା, ଅଙ୍ଗନୱାଡ଼ି କର୍ମଚାରୀମାନଙ୍କୁ ପାଇଁ ଭବିଷ୍ୟନିଧି ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ ସହିତ ପେନସନ ଯୋଜନା, ଅବସରକାଳୀନ ଭତା , ଅଙ୍ଗନୱାଡ଼ି କର୍ମଚାରୀ ଓ ତାଙ୍କ ଉପେରେ ନିର୍ଭର କରୁଥିବା ପରିବାରଗର୍ବଙ୍କ ପାଇଁ ଚିକିତ୍ସା ବିମା, ପିଲାମାନଙ୍କ ପାଠ ପଢ଼ାଇବା ଲାଗି ସୁବିଧା ଲାଗୁ କରାଯିବା, ଅଙ୍ଗନୱାଡ଼ି କର୍ମଚାରୀ ମାନଙ୍କୁ ସରକାରୀ କର୍ମଚାରୀ ଭଳି ଇ.ଏଲ୍. ଅର୍ଜିତ ଛୁଟି, ସି.ଏଲ. ଚିକିତ୍ସା ଛୁଟି (ମେଡିକାଲ୍ ଲିଭ୍) , ବିଭିନ୍ନ ପର୍ବପର୍ବାଣୀରେ (ଫେଷ୍ଟିବାଲ୍ ଲିଭ୍)କୁ ଲାଗୁ କରିବା ଇତ୍ୟାଦି।

Udyog Nursery
Udyogi Nursery


ଉକ୍ତ କାର୍ଯ୍ୟକ୍ରମରେ ଭାରତୀୟ ମଜଦୂର ସଂଘ ରାଜ୍ୟ ରାଜ୍ୟ ସଂପାଦକ ତଥା ରାୟଗଡା ଜିଲ୍ଲା ପ୍ରଭାରୀ ଯୋଗେଶ୍ଵର ଦାସ, ଜିଲ୍ଲା ଉପସଭାପତି ମହନ ରାଓ ମାଝୀ, ଜିଲ୍ଲା ସଂପାଦକ ଖଗେଶ୍ବର ସିଂ, ଅଲ୍ ଓଡିଶା ଅଙ୍ଗନବାଡ଼ି ଲେଡିଜ ୱାରକର୍ସ ଆସୋସିଏସନ୍ ର ରମା ବାଉରୀ, କେ . ତ୍ରୀବେନି, ବିଷ୍ଣୁପ୍ରିୟା ପଟ୍ଟନାୟକ, ଶିତା ଗାଗାରାଙ୍ଗା, ସଂଯୁକ୍ତା ରଥ, କେ.ନିଳାଦ୍ରୀ, ଯୋଶ୍ନାରାଣି ସାହୁ, ପୁଷ୍ପା ପାତ୍ର, ଜୁନୁ ସତପଥି ପ୍ରମୁଖ ଯୋଗଦାନ କରି ଅଙ୍ଗନୱାଡ଼ି କର୍ମଚାରୀମାନଙ୍କର ବିଭିନ୍ନ ସମସ୍ୟା ଉପରେ ଉଦବୋଧନ ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.