ବଡ ଡଙ୍ଗରରୁ ଗଳିତ ଶବ ଉଦ୍ଧାର ପ୍ରସଙ୍ଗ: ମୃତ ବ୍ୟକ୍ତିଙ୍କ ପରିଚୟ ମିଳିଲା, ସପ୍ତାହରୁ ଥିଲେ ନିରୁଦ୍ଦିଷ୍ଟ

କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): ନର୍ଲା ଥାନା ଅଧିନସ୍ଥ ଘଣ୍ଟମାଳ ପଞ୍ଚାୟତର ବଡ ଡଙ୍ଗର ଠାରେ ବେକରେ ରସି ଲଗେଇ ଆତ୍ମହତ୍ୟା କରିଥିବା ବ୍ୟକ୍ତି ଜଣକଙ୍କର ପରିଚୟ ମିଳିଛି। ସେ ନର୍ଲା ଖେଦା ପଡାର ତୁଳସୀରାମ ଚନ୍ଦନ(୫୫) ବୋଲି ପୋଲିସ ଚିହ୍ନଟ କରିଛି। ଉକ୍ତ ଘଟଣାଟି ୫ ଦିନ ପୂର୍ବରୁ ସଂଘଟିତ ହୋଇଥାଇପାରେ କାରଣ ଶବଟି ଝୁଲନ୍ତା ଅବସ୍ଥାରେ ଶଢି ଯାଇଛି। ନର୍ଲାର ଉକ୍ତ ବ୍ୟକ୍ତି ଜଣକ ଗତ ସପ୍ତାହରୁ ନିରୁଦ୍ଦିଷ୍ଟ ଥିଲେ। ସେ ମାନସିକ ଭାରସାମ୍ୟ ହରାଇ ବସିଥିଲେ ବୋଲି କୁହାଯାଉଛି। ନର୍ଲା ପୋଲିସ ଝୁଲନ୍ତା ପଚା ଶବକୁ ଉଦ୍ଧାର କରି ମ.ରାମପୁରକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରିଛି। ଏଠାରେ ପ୍ରଶ୍ନ ଉଠୁଛି ଯେ, ଏମିତି କେଉଁ କାରଣ ପାଇଁ ସେ ବଡ ଡଙ୍ଗର (ପାହାଡ) ଉପରକୁ ଯାଇ ଏକ ଗଛ ଡାଳରେ ନିଜେ ପିନ୍ଧିଥିବା ଲୁଙ୍ଗିକୁ ଦଉଡି ଭଳି ମୋଡି ବେକରେ ଲଗେଇ ମୁହଁକୁ ଢାଙ୍କି ହୋଇ ଆତ୍ମହତ୍ୟା କରିଛନ୍ତି। ଏହା ପ୍ରକୃତରେ ଆତ୍ମହତ୍ୟା ନା ଯୋଜନା ବଦ୍ଧ ହତ୍ୟା ତାହା ଏବେ ସନ୍ଦେହ ଘେରରେ ରହିଛି। ତେବେ ଶବ ବ୍ୟବଚ୍ଛେଦ ଓ ବିସ୍ତୃତ ତଦନ୍ତ ପରେ ଅଧିକ ତଥ୍ୟ ସାମନାକୁ ଆସିବ ବୋଲି ନର୍ଲା ପୋଲିସ ସୁତ୍ରରୁ ପ୍ରକାଶ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.