କଳାହାଣ୍ଡି, (ନରୋତ୍ତମ ସେଲମା) : କର୍ଲାମୁଣ୍ଡା ବ୍ଲକ ରିଷିଡା ସ୍ଥିତ ଜଗନ୍ନାଥ କୌଶଲ୍ୟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (ଜୁନିଅର କଲେଜ) ଠାରେ ୫୩ତମ ରାଷ୍ଟ୍ରୀୟ ସେବା ଯୋଜନା ଦିବସ ପାଳିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ ପ୍ରଣୟ ଆନନ୍ଦ କୁମାର ତ୍ରିପାଠୀଙ୍କ ସଭାପତିତ୍ୱରେ ଆୟୋଜିତ ଉକ୍ତ ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ସ୍ୱାମୀ ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା।

ପ୍ରୋଗ୍ରାମ ଅଫିସର ଅଧ୍ୟାପକ ନୀଳାମ୍ବର ପାତ୍ର ସ୍ୱାଗତ ଭାଷଣ ଓ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ସଭାରେ ରାଷ୍ଟ୍ରୀୟ ସେବା ଯୋଜନାର ଉଦ୍ଦେଶ୍ୟ ତଥା ଯୁବଗୋଷ୍ଠୀର ରାଷ୍ଟ୍ର ନିର୍ମାଣରେ ଯୋଗଦାନ ବିଷୟରେ ବକ୍ତା ବୃନ୍ଦ ଆଲୋକପାତ କରିଥିଲେ। ସଭାରେ ଏନ.ଏସ.ଏସ. ଲକ୍ଷ୍ୟ ଗୀତ, ଆହ୍ୱାନ ଗୀତ, ସଦଭାବନା ଗୀତ ଓ଼ ଶେଷରେ ସଂକଳ୍ପଗୀତ ‘ହମ ହୋଂଗେ କାମୟାବ’ ଗାନ ପୂର୍ବକ ସ୍ବେଛାସେବୀ ମାନଙ୍କୁ ବେଚ୍ ପ୍ରଦାନ କରାଯାଇଥିଲା। ଅଧ୍ୟାପକ ହେମନ୍ତ ଚୋଧୁରୀ, ଅଧ୍ୟାପକ ଗିରିରାଜ ଗହିର, ଅଧ୍ୟାପକ ମୁକେଶ ବହିଦାର, ଗ୍ରନ୍ଥପାଳ ଚିନ୍ମୟ ରଣା, ପି.ଇ.ଟି. ଲଳିତ ଗୌଡ଼ ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ କଲେଜର କର୍ମଚାରୀ ବୃନ୍ଦ ସହଯୋଗ କରିଥିବାବେଳେ ଅଧ୍ୟାପକ ହେମନ୍ତ ଚୌଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ।





