ରାଜ୍ୟ ସ୍ତରୀୟ ମାଟିଲଗ୍ନା ଛାତ୍ର ମେଧା ସମ୍ମାନ କାର୍ଯ୍ୟକ୍ରମର ଶୁଭାରମ୍ଭ

ମାଲକାନଗିରି, (ତ୍ରିନାଥ ପଟ୍ଟନାୟକ) : ମାଆ, ମାତୃଭୂମି ଓ ମାତୃଭାଷାର ସୁରକ୍ଷା ପାଇଁ ଗତ ଏକ ବର୍ଷ ଧରି ଓଡ଼ିଶାର ଗ୍ରାମାଞ୍ଚଳରୁ ସହରାଞ୍ଚଳ ପର୍ଯ୍ୟନ୍ତ ପ୍ରଚାର ପ୍ରସାର ପାଇଁ ଅଣ୍ଟା ଭିଡିଥିବା ମାଟିଲଗ୍ନା ସାହିତ୍ୟ ସଂସଦ ଆଜି ମାଲକାନଗିରି ଭଳି ଏକ ଅନୁନ୍ନତ ତଥା ପଛୁଆ ଜିଲ୍ଲାରେ ରାଜ୍ୟ ସ୍ତରୀୟ ଛାତ୍ର ମେଧା ସମ୍ମାନ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଛି। ମାଲକାନଗିରି ସ୍ଥିତ ଦୀପ୍ତି କନଭେଣ୍ଟ ଇଂରାଜୀ ବିଦ୍ୟାଳୟ ସଭାଗୃହ ଠାରେ ରାଜ୍ୟ କମିଟି ସଭାପତି କିଶୋର ଚନ୍ଦ୍ର ପ୍ରଧାନଙ୍କ ସଭାପତିତ୍ବରେ ବିଦ୍ଧିବଦ୍ଧ ଭାବରେ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରାଯାଇଥିଲା। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ବନ ବିଭାଗ ରେଞ୍ଜର ଜଗନ୍ନାଥ ପ୍ରସାଦ ବିଷୋୟୀ ଯୋଗ ଦେଇ କହିଲେ ଯେ, ମାଲକାନଗିରି ଭଳି ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରୁ ଏଭଳି ସାହିତ୍ୟ ଅନୁଷ୍ଠାନ ଆରମ୍ଭ କରି ସମଗ୍ର ଓଡ଼ିଶାକୁ ପ୍ରତିନିଧିତ୍ଵ କରୁଥିବା ଯୋଗୁଁ ଏହା ନିଶ୍ଚିତ ଭାବରେ ଏକ ସାଧୁ ଉଦ୍ୟମ।

Omkar Vasthu
Omkar Vasthu


ମୁଖ୍ୟ ବକ୍ତା ଭାବେ ପୂର୍ବତନ ଅଧ୍ୟାପକ ଡଃ ସରୋଜ କୁମାର ଦାଶ ଓ ପୂର୍ବତନ ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ତଥା ବରିଷ୍ଠ ସାମ୍ବାଦିକ ରତ୍ନାକର ଦାଶ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ବିଭିନ୍ନ ଉଦାହରଣ ମାନ ଦେଇ ଜୀବନର ବାସ୍ତବ ଚିତ୍ରକୁ ଉପସ୍ଥାପନ କରି ଥିଲେ । ସମ୍ମାନୀତ ଅତିଥି ଭାବେ ସାମ୍ବାଦିକ ଗୋପୀକୃଷ୍ଣ ପଟ୍ଟନାୟକ, ମାଲକାନଗିରି ଜିଲ୍ଲା ଶିକ୍ଷକ ସଂଘର ସଭାପତି ନୀଳକଣ୍ଠ ବେହେରା, ଶିକ୍ଷାବିତ୍ ସିମାଞ୍ଚଳ ପଣ୍ଡା, ସମାଜସେବୀ ଓମ୍ ପ୍ରକାଶ ଟାୱରୀ, ଶିକ୍ଷାବାତ୍ ଅନନ୍ତ କିଶୋର ନନ୍ଦ, ଶିକ୍ଷାବିତ୍ ରମେଶ ଚନ୍ଦ୍ର ମଲ୍ଲା ଯୋଗଦାନ କରି ବଣମଲ୍ଲୀ ମାନଙ୍କୁ ସାଉଁଟି ଆଣି ସେମାନଙ୍କୁ ଓଡ଼ିଆ ଭାଷା ଓ ସାହିତ୍ୟ କ୍ଷେତ୍ରରେ ପ୍ରୋତ୍ସାହନ ଯୋଗାଇ ଦେବାକୁ ଆହ୍ବାନ ଦେଇଥିଲେ। ମଞ୍ଚ ପରିଚାଳନା କରିଥିଲେ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ସିଷ୍ଟର ଗ୍ରାସୀ ଓ ସହକାରୀ ଶିକ୍ଷକ ଉମା ଶଙ୍କର ମହାରଣା। ଶେଷରେ ବକ୍ତୃତା, ସାଧାରଣ ଜ୍ଞାନ, କବିତା ଆବୃତ୍ତି, ଗୀତ ଓ ନୃତ୍ୟ ପ୍ରତିଯୋଗିତାରେ ଉପକୃତ ସୋଇଥିବା ୧୫ ଜଣ କୃତ୍ତି ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହାସହ ନବନିର୍ବାଚିତ ଶିକ୍ଷକ ସଂଘର ସଭାପତି ନୀଳକଣ୍ଠ ବେହେରା, ସମାଜ ସେବୀ ଓମ୍ ପ୍ରକାଶ ଟାୱରୀ ଓ ବରିଷ୍ଠ ସାହିତ୍ୟିକ ସିମାଞ୍ଚଳ ପଣ୍ଡାଙ୍କୁ ଉତ୍ତୋରଣୀୟ ଦେଇ ମାଟିଲଗ୍ନା ତରଫରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା‌।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.