କଳାହାଣ୍ଡି, (ହେମନ୍ତ ସାହୁ): ମୁଣ୍ଡୁଳି ନିକଟରେ ଗଭୀର ନଦୀସ୍ରୋତରୁ ଏକ ହାତିକୁ ଉଦ୍ଧାର କରିବା ପାଇଁ ଓଡ୍ରାଫ ଟିମଙ୍କ ସହିତ ଜିରୋ ରାଉଣ୍ଡରୁ ଖବର ପରିବେଶଣ ପାଇଁ ଓଟିଭି ପ୍ରତିନିଧି ଅରିନ୍ଦମ ଦାସ ଯୋଗଦେଇଥିଲେ । ଦୁର୍ଭାଗ୍ୟ ବଶତଃ ପ୍ରଖର ସ୍ରୋତ ଯୋଗୁ ଓଡ୍ରାଫ୍ଟ ଟିମ୍ ବୋଟଟି ବୁଡ଼ିଯାଇଥିଲା । ଏହା ଫଳରେ ନିର୍ଭୀକ ଓ ଦୁଃସାହସିକ ଗଣମାଧ୍ୟମ ପ୍ରତିନିଧି ଅରିନ୍ଦମ ଦାସ ମୃତ୍ୟୁ ବରଣ କରିଥିଲେ । ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ମ.ରାମପୁର ପ୍ରେସ କ୍ଲବ ପକ୍ଷରୁ ସଭାପତି ପ୍ରଶାନ୍ତ ସାମନ୍ତରାଙ୍କ ଅଧ୍ୟକ୍ଷତାରେ ଯୁଗଯାତ୍ରୀ ସାହିତ୍ୟର ସଂସଦ ଠାରେ ଶୋକ ସଭା ଅନୁଷ୍ଠିତ ହୋଇଥିଲା । ପ୍ରଥମେ ତାଙ୍କ ଫୋଟରେ ପୁଷ୍ପମାଲ୍ୟା ପ୍ରଦାନ କରିବା ସହ ସମସ୍ତ ସଦସ୍ୟ ୨ ମିନିଟ୍ ନିରବ ପ୍ରାର୍ଥନା କରି ସମ୍ବାଦିକ ଅରିନ୍ଦମ ଦାସଙ୍କ ନିର୍ଭକ ସାମ୍ବାଦିକତା ଉପରେ ମତପୋଷଣ କରିବା ସହ ଓଡିଶା ସାମ୍ବାଦିକତା ଜଗତ ପାଇଁ ଏହା ଏକ ଅପୁରଣୀୟ କ୍ଷତି ବୋଲି ମତପ୍ରକାଶ କରି ଥିଲେ । ଏହି କାର୍ଯ୍ୟ କ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସଂଘର ସମ୍ପାଦକ ହେମନ୍ତ ସାହୁ, ମର୍ଦ୍ଧରାଜ ସ୍ୱାଇଁ, ପୟଧର ସାହୁ, ବର୍ଯୁନ ରଣା, ଜଗତ ସାହୁ, ପରମାନନ୍ଦ ବିଶି ଯୋଗଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ବିଭୂତି ଭୂଷଣ ମହାଖୁଡ, ଜିତେନ୍ଦ୍ର ପାତ୍ର ଉପସ୍ଥିତ ଥିଲେ ।





