ବିଶ୍ୱ ଫର୍ମାସିଷ୍ଟ ଦିବସ ଉପଲକ୍ଷେ ରକ୍ତଦାନ ଶିବିରରୁ ୬୦ ୟୁନିଟ୍ ରକ୍ତ ସଂଗ୍ରହ

ରାୟଗଡା, (ଶିବ ନାରାୟଣ ଗୈାଡ): ବିଶ୍ୱ ଫର୍ମାସିଷ୍ଟ ଦିବସ ଉପଲକ୍ଷେ ରାୟଗଡା ସହର ପୀତାମହଲ ସ୍ଥିତ ସେଂଚୁରିଆନ୍ ବିଶ୍ୱ ବିଦ୍ୟାଳୟ ପରିସରରେ ଫର୍ମାସିଷ୍ଟ ବିଭାଗ ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବିଶ୍ୱ ବିଦ୍ୟାଳୟ ନିର୍ଦ୍ଦେଶକ ରାଜେଶ ପାଢୀ ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ ।

ରକ୍ତଦାନ ମହାପୁଣ୍ୟ, ଜଣେ ବ୍ୟକ୍ତି ରକ୍ତ ଦାନ କରି ଅନ୍ୟ ଜଣେ ରୋଗୀଙ୍କ ଜୀବନ ବଂଚାଇବା ମଣିଷ ଜୀବନର ମହତ କର୍ତବ୍ୟ । ତେଣୁ ରକ୍ତଦାନ ନିମନ୍ତେ ସ୍ୱତଃ ଆଗକୁ ଆସି ଅନ୍ୟ ପାଇଁ ଉଦାହରଣ ସାଜିବାକୁ ନିର୍ଦ୍ଦେଶକ ଶ୍ରୀ ପାଢୀ ମତବ୍ୟକ୍ତ କରିଥିଲେ ।

ସମ୍ମାନୀୟ ଅତିଥି ଡା. ଏମ.ଏ. ମଜିଦ ଓ ଫର୍ମାସି ବିଭାଗ ଅଧ୍ୟକ୍ଷ ଚନ୍ଦ୍ର ଶେଖର ପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ । ଉକ୍ତ ଶିବିରରେ ମୋଟ ୬୦ୟୁନିଟ୍ ରକ୍ତ ସଂଗ୍ରହ ହୋଇଛି । ବିଶ୍ୱ ବିଦ୍ୟାଳୟ ଫର୍ମାସିଷ୍ଟ ବିଭାଗ ଅଧ୍ୟାପକ ଓ ଶିକ୍ଷାର୍ଥୀଙ୍କ ସମେତ ଅଧ୍ୟାପକ ଦିନେଶ କୁମାର ପରିଚାଳନାରେ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.