ସଙ୍ଗମ ଇ-ପତ୍ରିକାର ରାଜ୍ୟସ୍ତରୀୟ ନୂଆଁଖାଇ କବିତା ଆସର

କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): ମାସିକ ଅନଲାଇନ ପତ୍ରିକା ସଙ୍ଗମର ତୃତୀୟ ସଂଖ୍ୟା ନୂଆଁଖାଇ ବିଶେଷାଙ୍କ ଉନ୍ମୋଚନ ସହିତ ରାଜ୍ୟସ୍ତରୀୟ ନୂଆଁଖାଇ କବିତା ଆସର ପତ୍ରିକାର ସଭାପତି ଆନନ୍ଦ ସାଗରିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ କଣ୍ଟାବାଞ୍ଜି କେ.ଭି. ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ଡ଼. ସଞ୍ଜୟ କୁମାର ମିଶ୍ର, ସମ୍ମାନିତ ଅତିଥି ଭାବରେ ନୂଆପଡା ନେସନାଲ କଲେଜର ଓଡ଼ିଆ ବିଭାଗ ମୁଖ୍ୟ ଅଧ୍ୟାପକ ଶିବପ୍ରସାଦ ଦାଶ, ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଖଡ଼ିଆଳ ସ୍ୱୟଂଶାସିତ ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ବ୍ରଜମୋହନ ମେହେର, ମୁଖ୍ୟ ବକ୍ତା ଭାବରେ ତୁକଲା ଉପେନ୍ଦ୍ର ପ୍ରଭାକର ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ଡ଼. ଶରତ ଚନ୍ଦ୍ର ଚଲାନ ଯୋଗଦେଇଥିଲେ। ପତ୍ରିକାର ବରିଷ୍ଠ ଉପଦେଷ୍ଟା ଦ୍ବୟ ନରୋତ୍ତମ ପାତ୍ର ଏବଂ ଭାଗିରଥି ସାଗର, ଅନୁଗୁଳ ମହିଳା ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ବିଭୂତି ଭୂଷଣ ମହାପାତ୍ର, ଯୁବଲେଖକ ବାଲ୍ମୀକି କରୁଆଁ ପତ୍ରିକାର ଉଦ୍ଦେଶ୍ୟ ଅଭିଭାଷଣ ରଖିଥିବାବେଳେ ଛାତ୍ରୀ ଦେବକୀ ସରାଫ ପ୍ରାରମ୍ଭିକ ସଙ୍ଗୀତ ଗାନ, ସ୍ୱାଗତ ଭାଷଣ ପତ୍ରିକାର କାର୍ଯ୍ୟକାରୀ ସମ୍ପାଦକ ହେମନ୍ତ କୁମାର ରାଉତ ଏବଂ ଅତିଥି ପରିଚୟ ଚୁନିଲ କୁମାର ଗଙ୍ଗଦେବ କରିଥିଲେ। ପତ୍ରିକାର ସମ୍ପାଦକ ରମାକାନ୍ତ ସିଂ ସାହାଣୀ ସଭା ପରିଚାଳନା କରିଥିବା ବେଳେ ଛାତ୍ରୀ ଦ୍ରୌପଦୀ ଜଗତଙ୍କ ସଂଯୋଜନାରେ ଓଡିଶାର ବିଭିନ୍ନ ଜିଲ୍ଲାରୁ ପଚିଶରୁ ଉର୍ଦ୍ଧ୍ୱ କବି ଯୋଗଦାନ କରି ସ୍ୱରଚିତ କବିତା ପାଠ କରିଥିଲେ। ଶେଷରେ ପତ୍ରିକାର ସହ ସମ୍ପାଦକ ଦୀପକ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.