ବରାଡଙ୍ଗା ପଞ୍ଚାୟତ ସ୍ତରୀୟ ଡ୍ରାଇଭର ସଂଘର ବୈଠକ

କୋକସରା, (ହିରଣ୍ୟ ବେହେରା) : କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବରାଡଙ୍ଗା ପଞ୍ଚାୟତ ସ୍ତରୀୟ ଡ୍ରାଇଭର ସଂଘର ସାଧାରଣ ବୌଠକ ଅନୁଷ୍ଠିତ ହୋଇଯାଇଛି । କମଲ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ବରାଡଙ୍ଗା ସରପଞ୍ଚ ଗୋକୁଲ ନାଏକ ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବରେ ବରାଡଙ୍ଗା ସମିସି ସଭ୍ୟା ସକୁନ୍ତଳା ଚଲାନ, ସମ୍ମାନିତ ଅତିଥି ଭାବେ କୋକସରା ବ୍ଲକ ଡ୍ରାଇଭର ସଂଘର ଏଡମିନ୍ ଚଇ ବେମାଲ, ବୃନ୍ଦା ଦୁର୍ଗା, ଶରତ ଭଏଁଷାଲ ପ୍ରମୂଖ ଯୋଗ ଦେଇଥିଲେ । ବୈଠକରେ ଡ୍ରାଇଭର ମାନଙ୍କ ବିଭିନ୍ନ ସମସ୍ୟା ନେଇ ଆଲୋଚନା କରାଯାଇଥିଲା । ଏବଂ ଆଗମୀ ଦିନରେ ଉକ୍ତ ସମସ୍ୟା କୁ ନେଇ ସଂଘ ଯତ୍ନବାନ ହେବା ସହିତ ସମସ୍ୟାର ସମାଧାନ ନିମନ୍ତେ ରାଜ୍ୟ ସରକାରଙ୍କ ଠାରେ ଦାବୀ ଉପସ୍ଥାପନ କରାଯିବା ପାଇଁ ନିଷ୍ପତି କରାଯାଇଥିଲା । ଏହି ଅବସରରେ ବରାଡଙ୍ଗା ପଞ୍ଚାୟତ ସ୍ତରୀୟ ଡ୍ରାଇଭର ସଂଘର ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା । ଏଥିରେ ସଭାପତି ଭାବେ କମଲ ରାଉତ ମନୋନିତ ହୋଇଥିବାବେଳେ ସାଧାରଣ ସଂପାଦକ ଭାବେ ହେମନ୍ତ ନାଏକ, କୋଷାଧ୍ୟକ୍ଷ ଥବିର ନାଏକ, ଉପ-ସଭାପତି ନବାବ ଦାସ, ସହ-ସଂପାଦକ ତୁଲସୀ ମାଝୀଙ୍କୁ ମନୋନିତ କରାଯାଇଥିଲା । ବୈଠକରେ ବରାଡଙ୍ଗା ପଞ୍ଚାୟତର ବିଭିନ୍ନ ଗ୍ରାମରୁ ଡ୍ରାଇଭର ମାନେ ଯୋଗଦେଇଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.