ଦିବଙ୍ଗତ ସାମ୍ବାଦିକ ଅରିନ୍ଦମ ଦାସଙ୍କୁ କୋରାପୁଟରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

କୋରାପୁଟ, (ତ୍ରିନାଥ ପଟ୍ଟନାୟକ): କୋରାପୁଟ ଜିଲ୍ଲାର ଏକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ‘ଘଡେଇ ଆବାସିକ ଅନୁଷ୍ଠାନ’ରେ ଆଜି ଅପରାହ୍ନ ସମୟରେ ଓଟିଭିର ମୁଖ୍ୟ ସାମ୍ବାଦିକ ଦିବଂଗତ ସାମ୍ବାଦିକ ଅରିନ୍ଦମ ଦାଶଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ୨ ମିନିଟ୍ ନିରବ ପ୍ରାର୍ଥନା ସହ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଉଦ୍ୟାନ ବିଭାଗ ଅଧିକାରୀ ବି.ଭି.ଆର୍ ପଟ୍ଟନାୟକ, ଶାବରୀ ଏକ୍ସପ୍ରେସ୍ ର କୋରାପୁଟ ପ୍ରତିନିଧି ତ୍ରିନାଥ ପଟ୍ଟନାୟକ, ଅଧ୍ୟାପକ ହରିହର ପଟ୍ଟନାୟକ, ସମାଜସେବୀ ବିକ୍ରମ କେଶରୀ ଜେନା ପ୍ରମୁଖ ଉପସ୍ଥିତ ରହି ଦିବଂଗତ ସାମ୍ବାଦିକ ଶ୍ରୀ ଦାଶଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ସ୍ୱରୂପ ଦୀପଧୂପ ଦେଇ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ବି.ଭି.ଆର ପଟ୍ଟନାୟକ ଏବଂ ଅନ୍ୟାନ୍ୟ ଉପସ୍ଥିତ ଅତିଥି ଦିବଂଗତ ସାମ୍ବାଦିକଙ୍କ ନିର୍ଭିକ ସାମ୍ବାଦିକତା ସମ୍ପର୍କରେ ନିଜ ନିଜ ମତ ବ୍ୟକ୍ତ କରିଥିଲେ। ପରିଶେଷରେ ତ୍ରିନାଥ ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.