ନର୍ଲା ବ୍ଲକରେ JE ମରୁଡ଼ି, ୨୬ ଟି ପଞ୍ଚାୟତକୁ ୬ ଜେଇ ଓ ଜଣେ ଜିପିଟିଏ

● ଆଗେଇ ପାରୁନାହିଁ ଉନ୍ନୟନ କାର୍ଯ୍ୟ

● ବଢ଼ି ଚାଲିଛି ଜେଇ ଜିପିଟିଏ ଓ ଠିକାଦାରମାନଙ୍କ ମନମୁଖୀ କାମ

କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର) : ନର୍ଲା ବ୍ଲକର ୨୬ଟି ଗ୍ରାମପଞ୍ଚାୟତକୁ ୬ ଜଣ କନିଷ୍ଠ ଯନ୍ତ୍ରୀ ଓ ଜଣେ ଜିପିଟିଏ ନିଯୁକ୍ତ ଅଛନ୍ତି। ଜଣେ ଜଣେ ଜେଇଙ୍କୁ ୪ ରୁ ଉର୍ଦ୍ଧ୍ବ ପଞ୍ଚାୟତ ଦାଇତ୍ୱ ଦିଆଯାଇଛି। ଯାହାଫଳରେ ଉନ୍ନୟନ କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବାରୁ ସାଧାରଣରେ ଉଦବେଗ ପ୍ରକାଶ ପାଉଛି। ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲାର ନର୍ଲା ବ୍ଲକରେ ରହିଛି ୨୬ ଗୋଟି ଗ୍ରାମପଞ୍ଚାୟତ। ଅନେକ ଗ୍ରାମପଞ୍ଚାୟତ ଦୁର୍ଗମ ଅଞ୍ଚଳରେ ରହିଛି। କେନ୍ଦ୍ର ଓ ରାଜ୍ୟ ସରକାଙ୍କ ଠାରୁ ବିଭିନ୍ନ ଉନ୍ନୟନ କାର୍ଯ୍ୟ ପାଇଁ ଏହି ବ୍ଲକ ଓ ପଞ୍ଚାୟତ ମାନଙ୍କୁ ସିଏଫସି, ଏସଫସି, ବିକେବିକେ, ଜିଜିୱାଇ, ପିଏମ ଜିଏୱାଇ, ଡବ୍ଲୁଓଡିସି, ଏମଜିଏନ ଆରଇଜିଏସରେ କୋଟି କୋଟି ଟଙ୍କା ଅନୁଦାନ ଆସୁଛି। ସରକାରୀ ଗାଇଡ଼ ଲାଇନ ଅନୁଯାୟୀ ପ୍ରତ୍ୟେକ ବ୍ଲକରେ ଜଣେ ସହକାରୀ ଯନ୍ତ୍ରୀ ନିଯୁକ୍ତ ହେବା ସହ ପ୍ରତ୍ୟେକ ପଞ୍ଚାୟତରେ ଜଣେ ଜେଇ ଓ ଜଣେ ଜିପିଟିଏ ରହିବା ପ୍ରାବଧାନ ରହିଛି । ଏଦିଗରେ ସରକାରଙ୍କ ଦୂରଦୃଷ୍ଟି ଓ ସରକାରୀ କଳର ଆନ୍ତରିକତା ଅଭାବ ଯୋଗୁଁ ୨୬ ଟି ଗ୍ରାମପାଞ୍ଚାୟତ ର ବିଭିନ୍ନ ଉନ୍ନୟନ କାର୍ଯ୍ୟ ତୁଲାଉଛନ୍ତି ମାତ୍ର ୬ ଜଣ ଜେଇ ଓ ଜଣେ ଜିପିଟିଏ । ବାଗପୁର, ନର୍ଲା, କୁରମେଲ ଓ ରାକ୍ସି ପଞ୍ଚାୟତ ପାଇଁ ଆଲୋକ କୁମାର ନାୟକ କନିଷ୍ଠ ଯନ୍ତ୍ରୀ ଭାବେ ଦାଇତ୍ୱ ତୁଲାଉଛନ୍ତି। ସେହିପରି ଅମିତ କୁମାର ସିଂ ଗାଡେବନ୍ଧ, ରୁପ୍ରା ରୋଡ଼, କର୍ମେ ଗାଁ ଓ ସରିଆଁ, ପ୍ରଭାତ କୁମାର ପାଳ ସାନ୍ତପୁର, ବଡ଼ଧାରପୁର ଓ ଘଣ୍ଟମାଲ, ବିଚିତ୍ରା ନନ୍ଦ ନାୟକ ଭାନପୁର, ତୁଳାପଡ଼ା, ସେରଗଡ଼, ବାଲସିଙ୍ଗା ଓ ସର୍ଗିଗୁଡା, ଲିଙ୍ଗରାଜ ସ୍ୱାଇଁ ଉଲିକୁପା, ନିଶାନପୁର, ଘୋଡାବନ୍ଧ ଓ ଭୀମକେଲା, ଜୟଶ୍ରୀ ସନ୍ଧ୍ୟା, ରୁପ୍ରା ଓ ମାଣ୍ଡେଲ ପଞ୍ଚାୟତରେ କନିଷ୍ଠ ଯନ୍ତ୍ରୀ ଭାବେ କାର୍ଯ୍ୟରତ ଅଛନ୍ତି। ଜିପିଟିଏ ନାରାୟଣ ବେହେରୁକଙ୍କୁ ମୁସ୍କୁଟି, ଗିଗିନା, ପଲମ ଓ ଟକର୍ଲ। ଦାଇତ୍ୱ ଦିଆଯାଇଛି। ଜଣେ ଜଣେ ଜେଇ ଓ ଜିପିଟିଏ ଙ୍କୁ ୪ଟି ରୁ ଅଧିକ ଗ୍ରାମ ପଞ୍ଚାୟତର ପ୍ଲାନ, ପ୍ରପୋଜାଲ, ଡ୍ରଇଂ, ଏସ୍ଟିମେଟ, ବିଲିଂ ସହିତ ଉନ୍ନୟନକାର୍ଯ୍ୟ ତଦାରଖ କରିବାକୁ ପଡୁଛି। ଯାହାଫଳରେ ଉନ୍ନୟନ କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା ବେଳେ, ଜେଇ ଜିପିଟିଏ ଓ ଠିକାଦାରମାନଙ୍କ ମନମୁଖୀ କାରବାର ବଢିବାରେ ଲାଗିଛି। ନିମ୍ନମାନର ଉନ୍ନୟନ କାର୍ଯ୍ୟ ସହିତ ମାତ୍ରାଧିକ ପିସି କାରବାର ହେଉଥିବା ଅଭିଯୋଗ ହେଉଛି। କାର୍ଯ୍ୟ କରିଥିବା ଠିକାଦାରଙ୍କ ବିଲ କରିବାରେ ଅହେତୁକ ବିଳମ୍ବ ମାତ୍ରାଧିକ ପିସି କାରବାର ଯୋଗୁଁ ବ୍ଲକର ଉନ୍ନୟନ କାର୍ଯ୍ୟ କରିବାରେ ଠିକାଦାର ମାନଙ୍କୁ ହଟହଟା ହେବାକୁ ପଡୁଥିବା ଅଭିଯୋଗ ହେଉଛି। ସରକାରୀ ଅନୁଦାନ ଖର୍ଚ୍ଚ ହୋଇ ନ ପାରି ଫେରି ଯାଉଥିବା ବେଳେ ଗ୍ରାମାଞ୍ଚଳମାନଙ୍କର ବିଭିନ୍ନ ଉନ୍ନୟନ କାର୍ଯ୍ୟ ସୁଚାରୁ ରୁପେ ଆଗେଇ ପାରୁ ନାହିଁ। ଏନେଇ ନର୍ଲା ବ୍ଲକର ଜନସାଧାରଣ ଆବଶ୍ୟକ ଥିବା ଜେଇ ଓ ଜିପିଟିଏ ପଦବୀକୁ ପୂରଣ କରିବା ପାଇଁ ଦାବୀ କରି ଆସୁଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ଓ ସରକାର ନିଦାବିଷ୍ଣୁ ସାଜିଥିବାରୁ ଜନ ଅସନ୍ତୋଷ ବୃଦ୍ଧି ପାଇଛି। ଏନେଇ ସରକାର ତୁରନ୍ତ ଦୃଷ୍ଟି ଦେଇ ନର୍ଲା ବ୍ଳକରେ ଆବଶ୍ୟକ ଥିବା ପଦପଦବୀ ପୂରଣ କରିବା ପାଇଁ ବୁଦ୍ଧିଜୀବୀ ମହଲରୁ ଦାବୀ ହେଉଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.