ନ୍ୟିୁକଲୋନୀ’ର ମାଁ ଗଜଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ଶୁଭଖୁଣ୍ଟି ସ୍ଥାପନ

ରାୟଗଡା, (ଶିବ ନାରାୟଣ ଗୈାଡ) : ଆସନ୍ତା ଅକ୍ଟୋବର ମାସ ୧୯ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଗଜଲକ୍ଷ୍ମୀ ପୂଜା ନିମନ୍ତେ ରାୟଗଡା ସହରର ନ୍ୟିୁକଲୋନୀ’ର ଶ୍ରୀ ଶ୍ରୀ ଶ୍ରୀ ମାଁ ଗଜଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ଚଳିତ ୨୦୨୧ ବର୍ଷରେ ୨୬ତମ ବର୍ଷ ପୂଜା ପାଳନ ନିମନ୍ତେ ପୂଜା ମଣ୍ଡପ ଠାରେ ଆଜି ଶୁଭଖୁଂଟି ସ୍ଥାପନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୂଜା କମିଟିର କାର୍ଯ୍ୟକର୍ତାମାନେ ଉପସ୍ଥିତ ରହି ପୂଜା ମଣ୍ଡପରେ ପୂଜକଙ୍କ ଦ୍ୱାରା ପୂଜାବିଧି ଅନୁଯାୟୀ ଶୁଭଖୁଂଟି ସ୍ଥାପନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପୂଜା କମିଟିର ଏନ.ତ୍ରିନାଥ ରାଓ, ସନ୍ତୋଷ ପାତ୍ର, ସୁବ୍ରତ ପତି, ବୁଲୁ ଦାଶ, ଲୁଲୁ ସାମନ୍ତରା, ବଂଟି ମହାପାତ୍ର,ସପ୍ରଦୀପ ଚୈାଧୁରୀଙ୍କ ସମେତ ସବ୍ୟସାଚୀ ସାହୁ ଉପସ୍ଥିତ ରହିଥିଲେ । ପ୍ରକାଶ ଥାଉ କି, ଗତ ସେପ୍ଟେମ୍ବର ୨୩ତାରିଖରେ ୨୬ତମ ବର୍ଷ ପୂଜା ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଥିଲା । ଏହି ବୈଠକଟି ଏନ. ତ୍ରିନାଥ ରାଓଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ବୈଠକ ପ୍ରାରମ୍ଭରେ ପୂଜା କମିଟିର ପୂର୍ବତନ ସଭାପତି ସ୍ୱର୍ଗତଃ ସହଦେବ ଚୈାଧୁରୀଙ୍କୁ ଶ୍ରଦ୍ଧାଂଜଳି ପୂର୍ବକ ଶାନ୍ତି ପ୍ରାର୍ଥନା କରାଯାଇଥିଲା । ଚଳିତ ବର୍ଷ ସରକାରଙ୍କ କୋଭିଡ ନିୟମ ମାନି ପୂଜାକୁ ନିରାଡମ୍ବର ରୂପେ ଆସନ୍ତା ଅକ୍ଟୋବର ୧୯ତାରିଖ ଠାରୁ ୨୨ତାରିଖ ୪ଦିନ ପର୍ଯ୍ୟନ୍ତ ଶାନ୍ତିଶୃଙ୍ଖଳା ସହ ପାଳନ କରିବାକୁ ସର୍ବସମ୍ମତି କ୍ରମେ ନିଷ୍ପତି କରାଯାଇଥିଲା । ଉକ୍ତ ବୈଠକରେ ବିଗତ ୨୦୨୦ବର୍ଷ ପୂଜାର ସବିଶେଷ ବିବରଣୀ ପାଠ କରାଯାଇଥିଲା । ସେହିପରି ପୂଜାର ଅନ୍ୟାନ୍ୟ କାର୍ଯ୍ୟ ପ୍ରଣାଳୀ ଓ କମିଟିର ନୂତନ ସଭାପତି ଚୟନ ସର୍ବସମ୍ମତି କ୍ରମେ ଆସନ୍ତା ବୈଠକରେ ନିଷ୍ପତି ନେବା ପାଇଁ ସ୍ଥିର କରାଯାଇଥିବା ନେଇ ପୂଜା କମିଟିର ସଦସ୍ୟ ସବ୍ୟସାଚୀ ସାହୁ ସୂଚନା ପ୍ରଦାନ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.