ପିପିଲିଗୁଡ଼ାରେ ୩୩/୧୧ କେଭି ବିଦ୍ୟୁତ୍ ସବଷ୍ଟେସନ ଉଦଘାଟିତ

● ଦୁର୍ଗମ ଅଞ୍ଚଳର ୬୨ଖଣ୍ଡ ଗ୍ରାମବାସୀ ହେବେ ଉପକୃତ

ରାୟଗଡା, (ଶିବ ନାରାୟଣ ଗୈାଡ) : ରାୟଗଡ଼ା ସଦର ବ୍ଲକ ପିପିଲିଗୁଡା ଠାରେ ୩୩/୧୧ କେଭି ବିଦ୍ୟୁତ ସବ୍ ଷ୍ଟେସନ ଉଦଘାଟିତ ହୋଇଯାଇଛି । ସାଢ଼େ ୮ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ସବ୍ ଷ୍ଟେସନ ଦ୍ବାରା ରାୟଗଡା ବ୍ଳକର ୯ଟି ଗ୍ରାମ ପଞ୍ଚାୟତରେ ଲାଗି ରହିଥିବା ବିଦ୍ୟୁତ୍ ଓ ଲୋ-ଭୋଲଟେଜ୍ ସମସ୍ୟା ଦୂର ହେବ। ଏହାର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା, ସମ୍ମାନିତ ଅତିଥି ଭାବେ ରାଜ୍ୟସଭା ସାଂସଦ ଏନ୍. ଭାସ୍କର ରାଓ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଉପଦେଷ୍ଟା ସୁଧୀର ଦାସ, ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି, ଜିଲ୍ଲା ପରିଷଦ ସଦସ୍ୟ ଗଙ୍ଗାଧର ପୁଆଲା ପ୍ରମୁଖ ଯୋଗଦେଇ ସବ୍ ଷ୍ଟେସନର ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ୯ ଟି ପଞ୍ଚାୟତର ସରପଞ୍ଚ, ସମିତସଭ୍ୟ ଓ ଗ୍ରାମବାସୀମାବେ ଉତ୍ସବରେ ଉପସ୍ଥିତ ଥିଲେ। ପ୍ରକାଶ ଥାଉ କି, ପୂର୍ବରୁ ଏହି ଅଞ୍ଚଳ ପାଇଁ ସ୍ବତନ୍ତ୍ର ସବ୍ ଷ୍ଟେସନ ନ ଥିବାରୁ ସାମାନ୍ୟ ବର୍ଷା, ପବନ ହେଲେ ବିଦ୍ୟୁତକାଟ ହେଉଥିଲା । ଥରେ ବିଦ୍ୟୁତ୍ ଗଲେ ପୁଣି ସଂଯୋଗ ହେବା ପାଇଁ ଘଣ୍ଟା ଘଣ୍ଟା ଏପରିକି ଦିନ ମଧ୍ୟ ବିତି ଯାଉଥିଲା। ଫଳରେ ଏହି ଅଞ୍ଚଳବାସୀ ଓ ଛାତ୍ରଛାତ୍ରୀଙ୍କ ପାଇଁ ଡିବିରି ଆଲୁଅ ହିଁ ସାହା ଭରସା ପାଲଟିଥିଲା। ଆଜି ସବ୍ ଷ୍ଟେସନ ଉଦଘାଟିତ ହେବା ପରେ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିରେ ଲହରୀ ଖେଳି ଯାଇଛି। ଅନ୍ୟମାନଙ୍କ ମଧ୍ୟରେ ଉଦଘାଟନୀ ଉତ୍ସବରେ ବିଦ୍ୟୁତ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ନିହାର ରଞ୍ଜନ ପ୍ରଧାନ, ନିର୍ବାହୀ ଯନ୍ତ୍ରୀ ନାରାୟଣ ନାୟକ, ଏସ୍ଡ଼ିଓ ଦେବାଶିଷ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ଏହି ସବ୍ ଷ୍ଟେସନ ଦ୍ବାରା ୯ଟି ପଞ୍ଚାୟତର ୬୨ ଖଣ୍ଡ ଗ୍ରାମବାସୀ ଉପକୃତ ହେବେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.