ବହୁଭାଷୀ ଶିକ୍ଷାରେ ଶିକ୍ଷକଙ୍କ ଦକ୍ଷତା ବିକାଶ ତାଲିମ ଶିବିର ଉଦଯାପିତ

ରାୟଗଡା, (ଶିବ ନାରାୟଣ ଗୈାଡ): ରାୟଗଡା ସଦର ବ୍ଳକ ସ୍ଥିତ ଭାକୁରଗୁଡା ଆଶ୍ରମ ବିଦ୍ୟାଳୟ ପରିସରରେ ୟୁନିସେଫ ଓ ଆଦିବାସୀ ଭାଷା ଓ ସଂସ୍କୃତି ଏକାଡେମୀର ମିିଳିତ ସହଯୋଗରେ ଚାଲିଥିବା ସାତ ଦିନିଆ ସୈାରା ଭାଷା ଶିକ୍ଷକଙ୍କୁ ନେଇ “ବାହୁଭାଷା ଶିକ୍ଷାରେ ଶିକ୍ଷା ସହାୟକମାନଙ୍କ ଦକ୍ଷତା ବିକାଶ ତଥା ଦକ୍ଷତା ନିର୍ଦ୍ଧାରଣ ପ୍ରଶିକ୍ଷଣ ଶିବିର” ଉଦଯାପିତ ହୋଇଯାଇଛି । ଶିକ୍ଷାକୁ ସାର୍ବଜନୀନ କରଣ କରିବା ସହ ଅଧିକ ପ୍ରଭାବୀ କରିବା ପାଇଁ ଆଗାମୀ ଦିନରେ ପ୍ରାଥମିକ ସ୍ତରରେ ମାତୃଭାଷା ଭିତିକ ଶିକ୍ଷାଦାନ ପ୍ରଦାନ ସହ ପିଲାଙ୍କୁ ସହଜ ଓ ସୁବିଧାରେ ପଢିବା ଲାଗି ଜାତୀୟ ଶିକ୍ଷାନୀତି ଅଧିକ ଗୁରୁତ୍ୱରୋପ କରୁଥିବା ବେଳେ ଶିକ୍ଷକମାନଙ୍କୁ ଏଭଳି ତାଲିମ ପ୍ରଦାନ ଅଧିକ ଫଳପ୍ରଦ ହେବ ବୋଲି ଉଦଯାପନୀ ଉତ୍ସବରେ ଯୋଗ ଦେଇ ଅତିଥିମାନେ ଗୁରୁତ୍ୱାରୋପ କରିଛନ୍ତି ।

ରାୟଗଡା କଲ୍ୟାଣ ବିଭାଗ ଜିଲ୍ଳା ଶିକ୍ଷାଧିକାରୀ ଶ୍ୟାମଘନ ଭୂୟାଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ରାୟଗଡା ଜିଲ୍ଲା ମଙ୍ଗଳ ଅଧିକାରୀ ଅଶୋକ କୁମାର ଶତପଥି, ୟୁନିସେଫର ଶିକ୍ଷା ସଂଯୋଜକ ପ୍ରକାଶ କୁମାର ବାରିକ ପ୍ରମୁଖ ଯୋଗ ଦେଇ ପ୍ରାଥମିକ ସ୍ତରରେ ମାତୃଭାଷା ଶିକ୍ଷାଦାନ ଉପରେ ଗୁରୁତ୍ୱରୋପ କରିଥିଲେ । କୋଭିଡ୍ ନିୟମର ଅନୁପାଳନ ସହ ଜିଲ୍ଳାର ୬୦ଜଣ ସୈାରା ଭାଷା ଶିକ୍ଷକଙ୍କୁ ନେଇ ଦୁଇଟି ଦଳରେ ଭାଗ କରାଯାଇ ପ୍ରଶିକ୍ଷଣ ଦିଆଯାଇଥିଲା । ଏଥିରେ ତାଲିମଦାତା ଭାବେ ରାଜ୍ୟ ସାଧନ କର୍ମୀ ଦ୍ୱିତୀ ଚନ୍ଦ୍ର ସାହୁ ଓ ସୂର୍ଯ୍ୟ ନାରାୟଣ ପଣ୍ଡା ଏବଂ ସୈାରା ଭାଷା ବିଶେଷଞ ଭାବେ ଇନାମ ଗମାଙ୍ଗ ଓ ଫିଲିପ୍ ମଣ୍ଡଳ ଯୋଗ ଦେଇ ସାତ ଦିନ ବ୍ୟାପୀ ଶିକ୍ଷକମାନଙ୍କୁ ତାଲିମ ଦେଇଥିଲେ । ଏହି ତାଲିମ ଶିବିରକୁ ପୂର୍ବରୁ ଡିଆଇ ଶ୍ରୀ ଭୂୟାଁ ଏବଂ ୟୁନିସେଫର ଜିଲ୍ଳା ସଂଯୋଜିକା ସର୍ବୋଜିତା ବାନାର୍ଜୀ ଉଦଘାଟନ କରିଥିଲେ । ଏହି ତାଲିମ ବେଶ ଉପାଦେୟୀ ଏବଂ ତାଲିମଦାତାଙ୍କ ଉପସ୍ଥାପନା ବେଶ ପ୍ରଭାବୀ ଓ ଉଚ୍ଚକୋଟୀର ଥିଲା ବୋଲି ତାଲିମରେ ଅଂଶଗ୍ରହଣ କରିଥିବା ଭାଷା ଶିକ୍ଷକ ଶିକ୍ଷୟତ୍ରୀମାନେ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.