କୋକସରା, (ହିରଣ୍ୟ ବେହେରା): କୋକସରା ପ୍ରାଥମିକ ବିଦ୍ୟାଳୟ ଠାରେ ଅବସରପ୍ରାପ୍ତ ଶିକ୍ଷକ କୃପାସିନ୍ଧୁ ସୁନାନୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଏନେଇ ଆୟୋଜିତ ସ୍ବତନ୍ତ୍ର ସମାରୋହରେ କୋକସରା ବିଇଓ ନାଗେଶ୍ୱର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଦାୟୀ ଶିକ୍ଷକଙ୍କୁ ଉତ୍ତରୀୟ ଏବଂ ମାନପତ୍ର ଦେଇ ସମ୍ବର୍ଦ୍ଧନା କରିଥିଲେ। ମୁଖ୍ୟ ଅତିଥି ବିଦାୟୀ ଶିକ୍ଷକ ଶ୍ରୀ ସୁନାନୀଙ୍କ ସୁସ୍ଥ ନିରାମୟ ଜୀବନର ଶୁଭ ମଙ୍ଗଳ କାମନା କରିବା ସହ ଶିକ୍ଷା ଦାନ ଏବଂ ଛାତ୍ରଛାତ୍ରୀଙ୍କର ଭବିଷ୍ୟତ ଗଠନରେ ତାଙ୍କର ଅବଦାନ ଉପରେ ଆଲୋକପାତ କରିଥିଲେ।
ମଞ୍ଚାସୀନ ଅତିଥିଙ୍କ ମଧ୍ୟରେ ଏବିଇଓ ତୋଫାନ ମାଝୀ, ଜିଲ୍ଲା ଏକ୍ସ କେଡର ସଭାପତି ସୁବ୍ରତ ଦଣ୍ଡସେନା, ଜିଲ୍ଲା ଏନପିଏସ ସଭାପତି ସତ୍ୟବାନ ପାଣିଗ୍ରାହୀ, କୋକସରା ବ୍ଲକ ଏକ୍ସ କେଡର ସଭାପତି ଗଗନ ବିହାରୀ ପଟ୍ଟନାୟକ, ସମ୍ପାଦକ ଦେବିସିଂ ମାଝୀ, ସିନିଅର କ୍ଲର୍କ ବିଜୟ କୁମାର ବେହେରା, ବୀର କିଶୋର ନାଗ, ଯୋଗେଶ୍ୱର ସାଗର, ଦୀପ୍ତି ରଞ୍ଜନ ଅଧିକାରୀ ପ୍ରମୁଖ ଥିଲେ। ଶିକ୍ଷକ ଭାଗ୍ୟବାନ ବାଗ ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷକ ଈଶ୍ୱରୀ ପ୍ରସାଦ ମାଝୀ ଅତିଥି ପରିଚୟ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ। ସଭାରେ ସମସ୍ତ ପ୍ରାଥମିକ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ। ବିଦାୟୀ ଶିକ୍ଷକ ନିଜର ଶିକ୍ଷକତା ଜୀବନର ଅନୁଭୂତି ପ୍ରକାଶ କରିଥିଲେ।