ସରସ୍ଵତୀ କଳା ପରିଷଦ କନ୍ଦରପୁର ପକ୍ଷରୁ ଶୋକସଭା

କଟକ,(ଚକ୍ରବର୍ତ୍ତୀ ଓତା): ସମାଜ ଦୈନିକ ଖବର କାଗଜର ପୂର୍ବତନ ସମ୍ପାଦିକା, ପ୍ରଖ୍ୟାତ କବୟତ୍ରୀ, ସମାଜସେବୀକା, ଶିକ୍ଷାବିତ୍ ମନୋରମା ମହାପାତ୍ରଙ୍କ ଏକାଦଶାହରେ ଏବଂ ସାମ୍ବାଦିକ ଅରିନ୍ଦମ ଦାସ, ସିପାହୀ ସୀତାରାମ ମୁର୍ମୁ ଆଦିଙ୍କ ବିୟୋଗରେ କଟକ ସଦରର ସାଂସ୍କୃତିକ ସଂଗଠନ ସରସ୍ଵତୀ କଳା ପରିଷଦ ପକ୍ଷରୁ କଳାବିହାର କନ୍ଦରପୁର କାର୍ଯ୍ୟାଳୟରେ ଶୋକସଭା ଅନୁଷ୍ଠିତ ହେଇଯାଇଛି । ଉକ୍ତ ସଭାରେ ସଂପାଦକ ନାଟ୍ୟକାର ଅଶୋକ ପଟ୍ଟନାୟକ, ସଭାପତି କବୟିତ୍ରୀ ପ୍ରତିଭା ଶତପଥୀ, ଅଭିନେତା ଦଇତାରୀ ପ୍ରଧାନ, କରୋନା ଯୋଦ୍ଧା ଅଭିରାମ ସାହୁ, ସମାଜସେବୀ ପ୍ରଦୀପ୍ତ ମହାଳି, ସାମ୍ବାଦିକ ଚକ୍ରବର୍ତ୍ତୀ ଓତା, ସଂଗୀତା ପଟ୍ଟନାୟକ, ସୀକୃତି ପଟ୍ଟନାୟକ, ସୁଇଟି ପଟ୍ଟନାୟକ, ସୋନାଲି ପଟ୍ଟନାୟକ ଏବଂ ଛାତ୍ରଛାତ୍ରୀ ଉପସ୍ଥିତ ରହି ସ୍ମୃତି ଚାରଣ ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.