ବର୍ଷାରେ ଭାଙ୍ଗିଲା ଘର, ଅଳ୍ପକେ ବର୍ତ୍ତିଲେ ମା’ ଝିଅ

କୋକସରା, (ହିରଣ୍ୟ ବେହେରା): କୋକସରା ବ୍ଲକ ମୋଟେର ପଞ୍ଚାୟତ ଅଧିନସ୍ଥ ଜଲତାମୁଣ୍ଡା ଗାଁରେ ଲଘୁଚାପ ବର୍ଷାରେ ଘର ଭାଙ୍ଗି ଯାଇଥିବା ବେଳେ ଦୁଇ ବିଧବା ମା ଝିଅ ଅଳ୍ପକେ ବର୍ତ୍ତି ଯାଇଥିବା ଜଣା ପଡିଛି । ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଆଜି ପାହାନ୍ତିଆରେ ଲଘୁଚାପ ବର୍ଷା ଯୋଗୁଁ ଜଲତାମୁଣ୍ଡା ଗାଁର ବିଧବା ବୃଦ୍ଧା ପଞ୍ଚମୀ ଶବର (୬୫)ଙ୍କ କୁଡିଆ ଘର ଭାଙ୍ଗି ଯାଇଥିଲା । ଫଳରେ ସେମାନେ ବର୍ଷା ଋତୁ ହୋଇଥିବାରୁ କେଉଁଠି ରହିବେ ଏନେଇ ଚିନ୍ତାରେ ଅଛନ୍ତି । ଗରୀବ ବିଧବା ବୃଦ୍ଧାଙ୍କ ପକ୍ଷରେ ଘର ତିଆରି କରିବା ସମ୍ଭବ ନୁହେଁ ବୋଲି ଗ୍ରାମବାସୀ କହିଛନ୍ତି । ତାଙ୍କ ବିଧବା ଝିଅ ମୁଙ୍ଗେ ଶବର (୪୦) ମଧ୍ୟ ତାଙ୍କ ସହ ରୁହନ୍ତି । ଉଭୟ ମା ଝିଅ ପର ଘରେ କାମ ଧନ୍ଦା କରି ଚଳନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ବୃଦ୍ଧା ପଞ୍ଚମୀଙ୍କ ଗୋଟିଏ ପୁଅ ଥିବା ବେଳେ ସେ ନିଜ ପରିବାର ସହ ଅଲଗା ରହୁଥିବା ଜଣାପଡିଛି । ଘର ଭାଙ୍ଗି ଯିବା ପରେ କୁସୁମଖୁଣ୍ଟି ରାଜସ୍ବ ନିରୀକ୍ଷକଙ୍କୁ ଜଣାଇଥିଲେ । ବର୍ତ୍ତମାନ ଦୁଇ ବିଧବା ମହିଳାଙ୍କୁ ସରକାର ତୁରନ୍ତ ସାହାଯ୍ୟ ଯୋଗାଇ ଦେବାର ଆବଶ୍ୟକତା ରହିଛି । ଏ ସମ୍ବନ୍ଧରେ କୋକସରା ତହସିଲଦାର ମନୋଜ ପାଢ଼ୀଙ୍କୁ ପଚାରିବାରୁ ସେମାନଙ୍କୁ ତୁରନ୍ତ ପଲିଥିନ ଯୋଗାଇଦେବାର ବ୍ୟବସ୍ଥା କରାଯିବ ବୋଲି କହିଥିଲେ ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.