ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୧ ଆୟୋଜିତ

କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): ପ୍ରତିଟି ଶିଶୁ ସମାଜରେ ପ୍ରସ୍ଫୁଟିତ ହେବାକୁ ଥିବା ଗୋଟେ ଗୋଟେ ନବ କଳିକା। ଯେଉଁ ମାନଙ୍କୁ ଦରକାର ଟିକେ ସ୍ନେହ, ଆଦର ଓ ଉତ୍ସାହ। ସେହି ଶିଶୁ ମାନଙ୍କର ଅନ୍ତର୍ନିହିତ ପ୍ରତିଭାର ବିକାଶ ଦିଗରେ ସୁରଭି ଏକ ଉଲ୍ଲେଖନୀୟ କାର୍ଯ୍ୟକ୍ରମ ବୋଲି ଜିଲ୍ଳା ସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲାପାଳ ମତବ୍ୟକ୍ତ କରିଛନ୍ତି। ଭବାନୀପାଟଣା ବ୍ରଜମୋହନ ହାଇସ୍କୁଲ ପରିସରରେ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୧ ଆୟୋଜିତ ହୋଇଯାଇଛି।

Omkar Vasthu
Omkar Vasthu


ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ଚୋପଦାରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍ଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲାପାଳ ଡ. ଗାଭାଲି ପରାଗ ହର୍ଷଦ, ସମ୍ମାନିତ ଅତିଥି ପିଡ଼ି ଡିଆରଡିଏ ସୋମେଶ ଉପାଧ୍ୟାୟ, ଏଡିଇଓ ଟେମଲାଲ ଦୁବେ, ବିଏମ ହାଇସ୍କୁଲ ପ୍ରଧାନ ଶିକ୍ଷକ ଷଷ୍ଠୀ ଝାଙ୍କର ପ୍ରମୁଖ ମଞ୍ଚାସୀନ ଥିଲେ।

Pearl dental clinic
Near Ashish Medical Store, Bhawanipatna


ଏହି ଅବସରରେ ଜିଲ୍ଲାର ୧୩ଟି ବ୍ଲକରୁ ଛାତ୍ରଛାତ୍ରୀ ମାନେ ଆୟୋଜିତ ପ୍ରତିଯୋଗିତାରେ ଭାଗ ନେଇଥିଲେ। ଅପରାହ୍ନରେ ଆୟୋଜିତ ଉଦଯାପନି କାର୍ଯ୍ୟକ୍ରମରେ ଡିଇଓ ଶ୍ରୀ ଚୋପଦାର, ଏଡିଇଓ ଟେମଲାଲ ଦୁବେ, ବିଇଓ ଭବାନୀପାଟଣା ଜଗନ୍ନାଥ ପୁରୋହିତ, ବିଇଓ ରାମପୁର ଠାକୁର ସାହୁ, ବିଇଓ କେସିଙ୍ଗା ବବୃବାହାନ ପଧାନ, ବିଏମ ହାଇସ୍କୁଲ ପ୍ରଧାନ ଶିକ୍ଷକ ଷଷ୍ଠୀ ଝାଙ୍କର, ଡିଏସଏସ ପ୍ରକାଶ ନିଶଙ୍କ, ଏଫସି ସାଧୁ ଶରଣ ପ୍ରସାଦ, ପେଡାଗୋଜି ଶ୍ରଦ୍ଧାଞ୍ଜଳି ଦାଶ ମଞ୍ଚାସୀନ ଥିଲେ। ଧନ୍ୟବାଦ ଅର୍ପଣ କରିଥିଲେ ଏଡିଇଓ ଟେମଲାଲ ଦୁବେ।

Udyog Nursery
Udyogi Nursery


ଅତିଥିମାନେ ତର୍କ, ପ୍ରବନ୍ଧ, ଚିତ୍ରାଙ୍କନ, କଣ୍ଠ ସଙ୍ଗୀତ, ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରତିଯୋଗିତାରେ ପ୍ରଥମ, ଦ୍ଵିତୀୟ, ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ପ୍ରମାଣପତ୍ର ଦେଇ ପୁରସ୍କୃତ କରିଥିଲେ। ସମସ୍ତ କାର୍ଯ୍ୟକ୍ରମ ଆୟୋଜନରେ ପେଡାଗୋଜି ଶ୍ରଦ୍ଧାଞ୍ଜଳି ଦାଶ, ପ୍ରଭାତ ସାହୁ, ଲଳିତ ପଟ୍ଟନାୟକ, ସୌମେନ୍ଦ୍ର ପଟ୍ଟନାୟକ, ଅଜିତ ପଧାନ, ପ୍ରମୁଖ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.