କୋରାପୁଟ, (ତ୍ରିନାଥ ପଟ୍ଟନାୟକ): କୋରାପୁଟ ଜିଲ୍ଲା ଜୟପୁର ସ୍ଥିତ ଅନ୍ତା ଉଚ୍ଚ ବିଦ୍ୟାଳୟରେ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜନ୍ମ ଦିନ ତଥା ଶିଶୁ ଦିବସ ପାଳିତ ହୋଇଯାଇଅଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମୁକୁନ୍ଦ ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଶିକ୍ଷକ ହରିହର ପଟ୍ଟନାୟକ ଏବଂ ପ୍ରତାପ ଚନ୍ଦ୍ର ପଣ୍ଡା ନେହେରୁଙ୍କ ଜୀବନ ଉପରେ ଆଲୋକପାତ କରିଥିଲେ। ପ୍ରଧାନ ଶିକ୍ଷକ ଶ୍ରୀ ବେହେରା ପ୍ରଥମେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ଶିକ୍ଷକ ଏବଂ ଶିକ୍ଷୟତ୍ରୀଙ୍କ ମଧ୍ୟରେ ପି.ଇ.ଟି ଶିକ୍ଷକ ଗଗନ ବିହାରୀ ଦାସ, ଇଂରାଜୀ ଶିକ୍ଷକ ହରିହର ପଟ୍ଟନାୟକ, ପ୍ରତାପ ଚନ୍ଦ୍ର ପଣ୍ଡା, ଅନିମା ମିଶ୍ର, ସାଇବେଣି ପାତ୍ର, ସୁଜାତା ମହାପାତ୍ର, ନିରୁପମା ବେହେରା, ଅନୁସୂୟା ଜେନା, ସୁନିତା ଭଟ୍ଟମିଶ୍ର, ଅମ୍ବିକା ସାହୁ, ସୁଷମା ରଥ, ମିଲନ କର ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।ପରିଶେଷରେ ଶିକ୍ଷକ ପ୍ରତାପ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।