ବିଶିଷ୍ଟ କବି ଅଖିଳ ନାୟକଙ୍କ ବିୟୋଗରେ ସଙ୍ଗମ ପତ୍ରିକା ପକ୍ଷରୁ ଶୋକସଭା

ଭବାନୀପାଟଣା: ବିଶିଷ୍ଟ କବି, ଔପନ୍ୟାସିକ ତଥା କଳାହାଣ୍ଡି ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ ଅଖିଳ ନାୟକଙ୍କ ଅକାଳ ବିୟୋଗରେ ରାଜ୍ୟର ସାହିତ୍ୟ ଜଗତ ସ୍ତବ୍ଧ ହୋଇଯାଇଛି। ରବିବାର ସକାଳେ ଅଖିଳ ନାୟକ କଟକର ଏକ ନର୍ସିଂ ହୋମରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ସ୍ୱର୍ଗତ ଅଖିଳ ନାୟକଙ୍କ ସ୍ମୃତିରେ ସଙ୍ଗମ ପତ୍ରିକା ପରିବାର ପକ୍ଷରୁ ଭର୍ଚୁଆଲ ମୋଡ଼ରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଗୁଗୁଲମିଟ ମାଧ୍ୟମରେ ପତ୍ରିକାର ପ୍ରତିଷ୍ଠାତା ଆନନ୍ଦ ସାଗରିଆଙ୍କ ସଭାପତିତ୍ୱରେ ଆୟୋଜିତ ଉକ୍ତ ଶୋକସଭାକୁ ପତ୍ରିକାର ସମ୍ପାଦକ ରମାକାନ୍ତ ସିଂ ସାହାଣୀ ସଭା ପରିଚାଳନା କରିଥିଲେ।

Omkar Vasthu
Omkar Vasthu


କଳାହାଣ୍ଡି ବିଶ୍ୱବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ଡୋଲାମଣି ଧରୁଆ, ନୂଆପଡା ନେସନାଲ କଲେଜ ଓଡ଼ିଆ ବିଭାଗ ମୁଖ୍ୟ ଶିବପ୍ରସାଦ ସା, ସ୍ବର୍ଗତ ନାଏକଙ୍କ ବନ୍ଧୁ ପ୍ରଣବ ପାଟ୍ଟଯୋଶୀ, ବିଶ୍ୱ ଭାରତୀ ଗବେଷଣାରତ ଛାତ୍ର ବାଲ୍ମୀକି କରୁଆ, ବିଭୂତି ଭୂଷଣ ପଧାନ, ପତ୍ରିକାର ସହସମ୍ପାଦକ ଦୀପକ କୁମାର ପାତ୍ର, ରଞ୍ଜିତ ଆରେବେଡ଼ିଆ, ରାଜେନ୍ଦ୍ର ବୋଡ଼କିଆ, ହେମନ୍ତ କୁମାର ରାଉତ ପ୍ରମୁଖ ଅଖିଳ ନାୟକଙ୍କ ଅମର ଆତ୍ମାର ସଦଗତି କାମନା କରି ନିଜ ନିଜ ବକ୍ତବ୍ୟ ରଖିଥିଲେ। ଏହି ଶୋକସଭାରେ କଳାହାଣ୍ଡି ତଥା ଜିଲ୍ଲା ବାହାରର ୫୦ରୁ ଉର୍ଦ୍ଧ୍ଵ କବି, ସାହିତ୍ୟିକ, ଛାତ୍ର ଛାତ୍ରୀ ଉପସ୍ଥିତ ରହିଥିଲେ। ଶେଷରେ ଚୁନିଲ କୁମାର ଗଙ୍ଗଦେବ ଧନ୍ୟବାଦ ଦେଇଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.