ଲାଞ୍ଜିଗଡ଼ ପିଇଡବ୍ଲୁ ମିଡ଼ିଆ ଏସୋସିଏସନ୍ ପକ୍ଷରୁ ଶିଶୁଦିବସ ପାଳନ

ଲାଞ୍ଜିଗଡ: ମଧୁପୁର ସରକାରୀ ଉଚ୍ଚବିଦ୍ୟାଳୟ କାଉଗୁଡା ଠାରେ ଲାଞ୍ଜିଗଡ଼ ପିଇଡବ୍ଲୁ ମିଡ଼ିଆ ଏସୋସିଏସନର ଆୟୋଜନରେ ମହାଆଡମ୍ବର ସହ ଶିଶୁ ଦିବସ ପାଳିତ ହୋଇଯାଇଛି। ପିଇଡବ୍ଲୁ ମିଡ଼ିଆ ଏସୋସିଏସନର ସଭାପତି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ପାଇଁ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ କରାଯାଇଥିଲା ଏବଂ ଏଥିରେ ଉତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା।

Omkar Vasthu
Omkar Vasthu


ଏହି ସମାରୋହରେ ମୁଖ୍ୟ ଅତିଥିଭାବେ ଲାଞ୍ଜିଗଡ ବିଧାୟକ ଶ୍ରୀଯୁକ୍ତ ପ୍ରଦୀପ କୁମାର ଦିଶାରୀ, ମୁଖ୍ୟ ବକ୍ତା ସରପଞ୍ଚ ଲାଞ୍ଜିଗଡ଼ ରୋଡ଼ ପଞ୍ଚାୟତ ଟଙ୍କଧର ମାଝୀ, ସମ୍ମାନିତ ଅତିଥି ଲାଞ୍ଜିଗଡ ବ୍ଲକ ଅଧକ୍ଷ ଇଂ ଫକୀର ମୋହନ ମାଝୀ, ବିଜେଡି ବ୍ଲକ ସଭାପତି ଗୋବିନ୍ଦ ପ୍ରଧାନୀ, ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁପ୍ରଭା ଦୋରା, ବ୍ଲକ ଯୁବ ବିଜେଡି ସଭାପତି ଡିଲେଶ କୁମାର ନାଗ,

Pearl dental clinic
Near Ashish Medical Store, Bhawanipatna


ବିଶିଷ୍ଟ ସମାଜସେବୀ ସୁବାଷ ଅଗ୍ରୱାଲ, ପାତ୍ର ମାଝୀ, ଜିଲ୍ଲା ସାଧାରଣ ସମ୍ପାଦକ ପରୀକ୍ଷିତ ନାଏକ, ଛାତ୍ର ବିଜେଡ଼ି ସଭାପତି ଯୋଶବନ୍ତ ପାତ୍ର, ସମାଜସେବୀ ଚନ୍ଦ୍ରଶେଖର ମହାପାତ୍ର, ସିକେରକୁପା ଫାଣ୍ଡି ଅଧିକାରୀ ସୁବାସ ଚନ୍ଦ୍ର ଗୁରୁ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ସ୍ବାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ତଥା ଜନନାୟକ ପଣ୍ଡିତ ଜବାହରଲାଲ ନେହେରୁଙ୍କ ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ।

Udyog Nursery
Udyogi Nursery


ଏହି ଅବସରରେ ସଂଘର ସାଧାରଣ ସମ୍ପାଦକ ଗୋପାଳ ଦାସ ମହାନନ୍ଦ ଅତିଥି ପରିଚୟ ଦେଇ ମଞ୍ଚ ପରିଚାଳନା କରିଥିଲେ। ଏଥିରେ ପିଇଡବ୍ଲୁ ମିଡ଼ିଆ ଏସୋସିଏସନର ଉପ ସଭାପତି ଲତାରାଣୀ ଚୈାଧୁରୀ, ଉପଦେଷ୍ଟା ସନ୍ତୋଷ କୁମାର ତୁଳ, ସହ ସଂପାଦକ ତୁଳସୀ ରାମ ପ୍ରଧାନୀ,


କୋଷାଧକ୍ଷ ହୃଶିକେଶ ମାଝୀ,ସଦସ୍ୟ ଅଜିତ ମାଝୀ, ମନୋଜ ଦୋରା, ଦେବାନନ୍ଦ ମାଝୀ, ନିର୍ମଳ ହରିଜନ, ମଳୟ ବେନୁଆ ଏବଂ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସହିତ ସମସ୍ତ କର୍ମକର୍ତ୍ତା ଓ ଗଣେଶ ଶବର, ଦନ୍ତି ଶବର, ବ୍ରୁହଷ୍ପତି ଶବର ପ୍ରମୁଖ ସହଯୋଗ କରିଥିଲେ।

ଲାଞ୍ଜିଗଡରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.