ଝିଅଟିଏ ପଥୁରିଆ ସାହିରୁ ପୁସ୍ତକ ଲୋକାର୍ପଣ

ବାଲେଶ୍ଵର: ସାହିତ୍ୟିକ କବି ବନ୍ଧୁ ପରିବାର ବାଲେଶ୍ବର ଆନୁକୂଲ୍ୟରେ ଶିଶୁଦିବସ ଓ ପୁସ୍ତକ ଲୋକାର୍ପଣ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ତା’ ସହିତ ଲିଖିତ ଭାବରେ ଶିଶୁଦିବସ କବିତା ଓ ରବିବାସରୀୟ ସାପ୍ତାହିକ ଲିଖିତ ଆସର ମଧ୍ୟ ଅନୁଷ୍ଠିତ ହୋଇଯାଇଛି।ପ୍ରାରମ୍ଭରେ ବିପିନ ବିହାରୀ ବାରିକଙ୍କ ଶିଶୁଦିବସ ଉପଲକ୍ଷେ ଅଭିନନ୍ଦନୀକାରୁ ଲିଖିତ ଆସର ଆରମ୍ଭ ହୋଇଥିବା ବେଳେ ବିନୋଦିନୀ ଦାଶ, ପ୍ରଣତି ମହାପାତ୍ର, ଦେବେନ୍ଦ୍ର କୁମାର ନାଏକଙ୍କ ଶୁଭେଚ୍ଛା ବାର୍ତ୍ତାରୁ ରବିବାସରୀୟ ଆସର ସଚ୍ଚାଦେଶସେବକ ନବକୃଷ୍ଣ ଚୌଧୁରୀ ଙ୍କ ଉପରେ ଲିଖିତ ଖସର ଆରମ୍ଭ ହୋଇଥିଲା। ଉପରୋକ୍ତ ଦୁଇଟି ଯାକ ଆସରରେ ୭୪ ରୁ ଉର୍ଦ୍ଧ୍ବ ସାହିତ୍ୟିକ ଅଂଶଗ୍ରହଣ କରି ଆସରକୁ ସାଫଲ୍ୟ ମଣ୍ଡିତ କରିଥିଲେ। ଦ୍ଵିତୀୟ ପର୍ଯ୍ୟାୟ ସନ୍ଧ୍ୟା ୭ ଟା ବେଳେ ଶିଶୁଦିବସ କବିତା ଆସର ଅନୁଷ୍ଠିତ ହୋଇଥିବା ବେଳେ ବିଶ୍ଵେଶ୍ଵର ମାଝୀଙ୍କର ଓମକାର ଧ୍ଵନି ଓ ସଭାପତି ଙ୍କର ଅଭିଭାଷଣରୁ ଆସର ଆରମ୍ଭ ହୋଇଥିଲା।ଉକ୍ତ ଆସରରେ ବିଭିନ୍ନ ଜିଲ୍ଲାର୩୦ ରୁ ଉର୍ଦ୍ଧ୍ବ ସ୍ରଷ୍ଟା କବିତା ପାଠ କରିଥିଲେ।ରାତି ୮ ଟା ବେଳେ ଅନ୍ତିମ ପର୍ଯ୍ୟାୟର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଆମେରିକାର ବୈଜ୍ଞାନିକ ଚନ୍ଦ୍ରା ମିଶ୍ରଙ୍କର ପୁସ୍ତକ ଲୋକାର୍ପଣ କାର୍ଯ୍ୟକ୍ରମରେ ରଞ୍ଜନ କୁମାର ମହାନ୍ତି ଙ୍କର ଓମକାର ଧ୍ଵନି, ରୁଦ୍ରରୂପା ବ୍ରହ୍ମାଙ୍କର ସ୍ଵାଗତ ସଂଗୀତରେ ଅତିଥିଙ୍କୁ ସ୍ଵାଗତ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସମ୍ପାଦିକା ଶ୍ରୀମତୀ ପ୍ରଣତି ମହାପାତ୍ର ମହାମାନ୍ୟ ଅତିଥିଙ୍କ ପରିଚୟ ରଖିଥିବା ବେଳେ ସଭାପତି ଦେବେନ୍ଦ୍ର କୁମାର ନାଏକ ବକ୍ତବ୍ୟ ମାଧ୍ୟମରେ ଶୁଭେଚ୍ଛା ଜଣାଇଥିଲେ। ବାଲେଶ୍ବରର ଯୁବସାହିତ୍ୟିକ ରଞ୍ଜନ କୁମାର ମହାନ୍ତି କବିତା ଆସରକୁ ସଂଯୋଜନା କରିଥିବା ବେଳେ ଗଞ୍ଜାମର ଯୁବସାହିତ୍ୟିକ ଶିବାନନ୍ଦ ବାରିକ ପୁସ୍ତକ ଲୋକାର୍ପଣ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଉକ୍ତ ଆସରରେ ମୁଖ୍ୟ ଅତିଥି ଭାବରେ କାନାଡ଼ାର ବୈଜ୍ଞାନିକ ଲଲାଟେନ୍ଦୁ ମାନସିଂହ, ସମ୍ମାନିତ ଅତିଥି ଭାବେ ଡ଼.ସୁଷମା ମିଶ୍ର ଓ ସମୀକ୍ଷକ ସଂଗ୍ରାମ କେଶରୀ ସାମନ୍ତରାୟ ,ଲକ୍ଷ୍ମୀର ପଣ୍ଡା, ସୁଧାଂଶୁ ଶେଖର ମିଶ୍ର ଉପସ୍ଥିତ ଥିଲେ।ସଞ୍ଜୟ କୁମାର ସାହୁ, ନିରୁପମା ପତି ବୈଷୟିକ ସହାୟତା କରି କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ସମ୍ପାଦନ କରିଥିଲେ। ସୁଧାଂଶୁ ଶେଖର ମିଶ୍ର ଧନ୍ୟବାଦ ଦେଇଥିବା ବେଳେ ରତିନାରାୟଣ ରାଉତ ଶାନ୍ତିପାଠ କରିଥିଲେ। ଭାରତ ଓ ଭାରତ ବାହାର ଆମେରିକା, ଚିକାଗୋ, ଫିଲାଡେଲଫିଆ, କାନାଡ଼ା, ସୁଇଜରଲ୍ୟାଣ୍ଡ, ବମ୍ବେ, ବ୍ୟାଙ୍ଗାଲୋର ତଥା ଓଡ଼ିଶାର ବିଭିନ୍ନ ଜିଲ୍ଲାର କୋଣଅନୁକୋଣରୁ ୯୦ ରୁ ଉର୍ଦ୍ଧ୍ବ କବି, ସାହିତ୍ୟିକ, ସାମ୍ବାଦିକ, ବୈଜ୍ଞାନିକ, ପ୍ରକାଶକ, ବନ୍ଧୁବାନ୍ଧବୀ, ଶ୍ରୋତା ବନ୍ଧୁ ଏହି ଲୋକାର୍ପଣ କାର୍ଯ୍ୟକ୍ରମରେ ଯୋଗଦେଇ “ସାହିତ୍ୟିକ କବି ବନ୍ଧୁ ପରିବାର”ର ଏହି ମହତ୍ ଆୟୋଜନ ପ୍ରଶଂସା କରିବା ସହ ସମ୍ପାଦିକା ପ୍ରଣତି ମହାପାତ୍ରଙ୍କର ଏହି ଦୁଃସାହସିକ ପଦକ୍ଷେପକୁ ଭୁରି ଭୁରି ପ୍ରଶଂସା କରିଥିଲେ। ବୈଜ୍ଞାନିକ ଚନ୍ଦ୍ରା ମିଶ୍ରଙ୍କର ପୁସ୍ତକ “ଝିଅଟିଏ ପଥୁରିଆ ସାହିରୁ” ପୁସ୍ତକ ଉପରେ ଶ୍ରୀଯୁକ୍ତ ଲକ୍ଷ୍ମୀଧର ପଣ୍ଡା ବହୁତ ସୁନ୍ଦର ଟିପ୍ପଣୀ ରଖିଥିଲେ। ବଡ଼ଭାଇ ବିଶ୍ଵେଶ୍ଵର ମାଝୀ ପୁସ୍ତକ ଓ ଲେଖିକା ଚନ୍ଦ୍ରା ମିଶ୍ରଙ୍କ ଉପରେ ମୂଲ୍ୟବାନ କଥା ରଖିଥିଲେ। ମୁଖ୍ୟ ଅତିଥି ବୈଜ୍ଞାନିକ ମାୟାଧର ମାନସିଂହ ଚନ୍ଦ୍ରା ମିଶ୍ର ଙ୍କର ଲେଖକ ଜୀବନର ଆରମ୍ଭର କଥା ରଖିଥିଲେ ଓ ପ୍ରଥମ କବିତା ନିଜେ ପ୍ରକାଶ କରିଥିବା କଥା କହିଥିଲେ। ସମ୍ମାନିତ ଅତିଥି ଡ଼. ସୁଷମା ମିଶ୍ର ପଥୁରିଆ ସାହିରୁ ଫିଲାଡେଲଫିଆ, ଝିଅ ଚନ୍ଦୁରୁ ବୈଜ୍ଞାନିକ ଚନ୍ଦ୍ରା ମିଶ୍ର, ସାଙ୍ଗ ହିସାବରୁ ମାଉସୀ ସମ୍ପର୍କ ଯାଏ ଭାବବିହ୍ଵଳରେ କହି ଆଜିର ସମୟ ଅଟକି ଯାଆନ୍ତା କି ସମସ୍ତେ ଏ କାର୍ଯ୍ୟକ୍ରମକୁ ଆହୁରି ଉପଭୋଗ କରନ୍ତେ ବୋଲି ହସି ହସି କହିଲେ। ସମୀକ୍ଷକ ସଂଗ୍ରାମ କେଶରୀ ସାମନ୍ତରାୟ ପୁସ୍ତକର ୫୧ ଟି କାହାଣୀକୁ ଚମତ୍କାର ଭାବରେ ସମୀକ୍ଷା କରି ଆସରକୁ ମଧୁମୟ କରିଥିଲେ। କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତେ ସଂଯୋଜକ ଶିବାନନ୍ଦ ବାରିକ ଓ ରଞ୍ଜନ କୁମାର ମହାନ୍ତି ଙ୍କୁ ପ୍ରଶଂସା କରି ଶୁଭାଶିଷ ଦେବା ସହ ଅନୁଷ୍ଠାନ ଓ ଅନୁଷ୍ଠାନର ସମ୍ପାଦିକା ପ୍ରଣତି ମହାପାତ୍ର, ସଭାପତି ଦେବେନ୍ଦ୍ର ନାଏକଙ୍କ ସମେତ ସମସ୍ତଙ୍କୁ ପ୍ରଶଂସା କରିଥିଲେ। ଦୀର୍ଘ ତିନିଘଣ୍ଟାର ଲୋକାର୍ପଣ କାର୍ଯ୍ୟକ୍ରମ ପରେ ଧନ୍ୟବାଦ ଓ ଶାନ୍ତିପାଠ କରାଯାଇ କାର୍ଯ୍ୟକ୍ରମ ସାଙ୍ଗ କରାଯାଇଥିଲା। ଅନୁଷ୍ଠାନର ସମ୍ପାଦିକା ସମସ୍ତଙ୍କୁ ଆଉଥରେ କୃତଜ୍ଞତାପୂର୍ଣ୍ଣ ସାଧୁବାଦ ଜଣାଇଥିଲେ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.