ଯୁବ ରେଡ଼କ୍ରସ ତାଲିମ କାର୍ଯ୍ୟକ୍ରମ

କଳାହାଣ୍ଡି, (ସୁଶାନ୍ତ କୁମାର ଦଳେଇ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ୍ ଅନ୍ତର୍ଗତ ସର୍ବ ମଙ୍ଗଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଯୁବ ରେଡ଼କ୍ରସ ସ୍ୱେଚ୍ଛାସେବୀମାନଙ୍କର ଏକଦିନିକିଆ ପ୍ରବେଶ ( ଇଣ୍ଡକ୍ସନ୍‌) ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ।ମହାବିଦ୍ୟାଳୟର ଅଧ୍ୟକ୍ଷ ଜୟନ୍ତ କୁମାର ଜେନା ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରି ଛାତ୍ର ଛାତ୍ରୀମାନଙ୍କୁ ସମାଜ କଲ୍ୟାଣରେ ବ୍ରତୀ ହେବାକୁ ଆହ୍ୱାନ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ସ୍ଥାନୀୟ ସର୍ବ ମଙ୍ଗଳା ଡିଗ୍ରୀ ମହାବିଦ୍ୟାଳୟର ଯୁବ ରେଡକ୍ରସ୍ ପରାମର୍ଶଦାତା ଅଧ୍ୟାପକ ଗୋବିନ୍ଦ ସାହୁ ଯୋଗ ଦେଇ ରେଡକ୍ରସର ଇତିହାସ, ବିକାଶ, ମୌଳିକ ନୀତି ଓ ଚିହ୍ନ ତଥା ପ୍ରତିକୂଳ ପରିସ୍ଥିତିରେ ରେଡକ୍ରସ କିପରି ଅସହାୟମାନଙ୍କର ସେବା କରିଥାଏ ସେହି ବିଷୟରେ ସୂଚନା ଦେଇଥିଲେ ।

ଯୁବ ରେଡକ୍ରସ ପରାମର୍ଶଦାତା ତଥା କଳାହାଣ୍ଡି ଜିଲ୍ଲା ସଂଯୋଜକ ଶାନ୍ତନୁ କୁମାର ପରିଡ଼ା ଉକ୍ତ କାର୍ଯ୍ୟକ୍ରମ ସଂଚାଳନା କରିବା ସହ ନୂତନ ସ୍ୱେଚ୍ଛାସେବୀମାନଙ୍କୁ ଯୁବ ରେଡକ୍ରସର ଲକ୍ଷ୍ୟ, ଉଦ୍ଦେଶ୍ୟ, ଶପଥ ପାଠ, ପ୍ରାଥମିକ ଚିକିତ୍ସା ଓ ସ୍ୱେଚ୍ଛାକୃତ ରକ୍ତଦାନର ମହତ୍ତ୍ୱ ବିଷୟରେ ଆଲୋଚନା କରିଥିଲେ । ଉକ୍ତ ତାଲିମ୍ କାର୍ଯ୍ୟକ୍ରମରେ +୨ ପ୍ରଥମ ଓ ଦ୍ୱିତୀୟ ବର୍ଷ ଛାତ୍ର ଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.