ରବି ଚାଷ ପାଣି ଯୋଗାଣକୁ ନେଇ କୃଷକମଞ୍ଚ ସହ ଆଲୋଚନା କଲା ପ୍ରଶାସନ

କୋକସରା, (ହିରଣ୍ୟ ବେହେରା): ମୋଟେର କୃଷକମଞ୍ଚ ରବି ଚାଷ ପାଇଁ ପୋଡ଼ବେଡା ଡିଷ୍ଟ୍ରିବ୍ୟୁଟାରୀ ପର୍ଯ୍ୟନ୍ତ ପାଣି ଯୋଗାଣ ଦାବିକୁ ନେଇ ଆଜି ଧର୍ମଗଡ଼ ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ପ୍ରଶାସନିକ ଅଧିକାରୀ ଓ କୃଷକମଞ୍ଚ ମଧ୍ୟରେ ଏକ ଆଲୋଚନା ହୋଇଥିଲା। ଉପଜିଲ୍ଲାପାଳ ଧର୍ମଗଡ଼ ପି ସଚିନ ପାୱାରଙ୍କ ନିର୍ଦ୍ଦେଶ କ୍ରମେ ଆଜି ଇନ୍ଦ୍ରାବତୀ ପ୍ରକଳ୍ପ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ବିଭୂଚରଣ ମିଶ୍ର ,ମୁଖ୍ୟ ନିର୍ବାହୀ ଯନ୍ତ୍ରୀ, ଅଜିତ ପାତ୍ର,ଓ ଏଚ ପି ସି ଜେନେରାଲ ମେନେଜର ଜୋହାର କୁମାର ପାତ୍ର , ତହସିଲଦାର ଜୟପାଟଣା ସୁବୁଦ୍ରା ମୁଣ୍ଡିକା, ଜିଲ୍ଲା କୃଷିଅଧିକାରୀ ରମେଶଚନ୍ଦ୍ର ବାରିକ, ତହସିଲଦାର କୋକସରା ମନୋଜ ପାଢ଼ୀ, ସରପଞ୍ଚ ମୋଟେର ସୁଶୀଲ କୁମାର ଶବର, ରଣମାଲ ସରପଞ୍ଚ ପ୍ରତିନିଧି ସୁଧୀର ପଣ୍ଡା ଓ ମୋଟେର ଅଞ୍ଚଳ ଆଉ ରଣମାଲ ଅଞ୍ଚଳର ଚାଷୀ ପ୍ରତିନିଧି ଙ୍କୁ ନେଇ ଚଳିତ ରବି ଚାଷ ପାଇଁ କିଭଳି ଭାବରେ ପାଣିର ବ୍ୟବହାର କଲେ ଚାଷ କାର୍ଯ୍ୟ ସୁରୁଖୁରୁରେ ହେବ ସେ ବିଷୟରେ ଆଲୋଚନା ହୋଇଥିଲା।

Omkar Vasthu
Omkar Vasthu


ଚାଷୀଙ୍କ ଦାବିକୁ ଗୁରୁତ୍ୱ ଦେଇ ପ୍ରଶାସନ ପକ୍ଷରୁ କୁହାଯାଇଥିଲା କି ଆଗାମୀ ସାତ ଦିନ ମଧ୍ୟରେ ଚାଷୀ ମାନଙ୍କୁ ନେଇ ଏକ ବୈଠକ କରି ଗୋଟିଏ ଜଲଯୋଗାଣ କମିଟି ଗଠନ କରନ୍ତୁ ଓ ପର୍ଯ୍ୟାୟ କ୍ରମେ, ପୋଡ଼ବେଡା ଡିଷ୍ଟ୍ରିବ୍ୟୁଟାରୀ ପର୍ଯ୍ୟନ୍ତ ଥିବା ସମସ୍ତ ମାଇନର, ସବମାଇନର ର ଚାଷୀ ମାନେ ନିଷ୍ପତି ନିଅନ୍ତୁ ଜେ ସମସ୍ତ ଅଞ୍ଚଳ କୁ ପର୍ଯ୍ୟାୟ କ୍ରମେ କେତେଦିନ ଅନ୍ତର ରେ ପାଣି ଯୋଗେଇଲେ ଚାଷ କାର୍ଯ୍ୟ ସଫଳ ହେବ। ଆଲୋଚନାରେ କୃଷକ ମଞ୍ଚର ଆବାହକ ଦେବେନ୍ଦ୍ର ପଟ୍ଟଯୋଶୀଙ୍କ ସମେତ ସୁଦର୍ଶନ ବେହେରା, ବୃନ୍ଦାବନ ପୂଝାରୀ, ପରମେଶ୍ୱର ବାଗ, ଲିଙ୍ଗରାଜ ବେହେରା, କୁଶ ବେହେରା, ତପନ ମୁଣ୍ଡ, ସମୀର ପଟ୍ଟଯୋଶୀ, ଗୋବିନ୍ଦ ପାନ, ଲିଙ୍ଗରାଜ ପୂଝାରୀ, ବନ ଶବର, ପ୍ରମୁଖ ଉପସ୍ଥିତ ଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.