ମାଲକାନଗିରି: ମାଆ, ମାଟି ଓ ମାତୃଭାଷାର ସୁରକ୍ଷା ପାଇଁ ଗତ ଦେଢ ବର୍ଷ ଧରି ଓଡ଼ିଶାର ଗ୍ରାମାଞ୍ଚଳରୁ ସହରାଞ୍ଚଳ ପର୍ଯ୍ୟନ୍ତ ପ୍ରଚାର ପ୍ରସାର କରୁଥିବା ମାଟିଲଗ୍ନା ସାହିତ୍ୟ ସଂସଦ ଆଜି ମାଲକାନଗିରି ଭଳି ଏକ ଅନୁନ୍ନତ ତଥା ପଛୁଆ ଜିଲ୍ଲାର କାଲିମେଳା ବ୍ଲକ ଅନ୍ତର୍ଗତ ଏମ୍ ଭି-୮୮ ହାଇସ୍କୁଲ ଠାରେ ରାଜ୍ୟ ସ୍ତରୀୟ ଛାତ୍ର ମେଧା ସମ୍ମାନ କାର୍ଯ୍ୟକ୍ରମକୁ ବିଦ୍ୟାଳୟ ସଭାଗୃହ ଠାରେ ରାଜ୍ୟ କମିଟି ସଭାପତି ତଥା ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ କିଶୋର ଚନ୍ଦ୍ର ପ୍ରଧାନଙ୍କ ସଭାପତିତ୍ବରେ ବିଦ୍ଧିବଧ ଭାବରେ ଉଦଘାଟନ କରାଯାଇଥିଲା। ଏହି ଐତିହାସିକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଶିକ୍ଷାନୁଷ୍ଠାନର ସଭାପତି ତାରାପଦ ମେସ୍ତ୍ରୀ ଓ ମୁଖ୍ୟ ବକ୍ତା ଭାବେ ମାଟିଲଗ୍ନା ସାହିତ୍ୟ ପରିବାର ରାଜ୍ୟ କାର୍ଯ୍ୟକାରିଣୀ ସଭାପତି ଗୋଦାବରୀଶ ଦାସ ଯୋଗ ଦେଇ କହିଲେ ଯେ, ମାଲକାନଗିରି ଭଳି ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରୁ ଏଭଳି ସାହିତ୍ୟ ଅନୁଷ୍ଠାନ ଆରମ୍ଭ କରି ସମଗ୍ର ଓଡ଼ିଶାକୁ ପ୍ରତିନିଧିତ୍ଵ କରୁଥିବା ଯୋଗୁଁ ଏହା ନିଶ୍ଚିତ ଭାବରେ ଏକ ସାଧୁ ଉଦ୍ୟମ। ମୁଖ୍ୟ ସଂଯୋଜକ ଭାବେ ଶିକ୍ଷା ଅନୁଷ୍ଠାନର ପ୍ରଧାନ ଶିକ୍ଷକ ଅଶୋକ କୁମାର ପରିଡା ଉପସ୍ଥିତ ରହି ଛାତ୍ର ଛାତ୍ରୀ ମାନଙ୍କୁ ବିଭିନ୍ନ ଉଦାହରଣ ମାନ ଦେଇ ଜୀବନର ବାସ୍ତବ ଚିତ୍ରକୁ ଉପସ୍ଥାପନ କରି ଥିଲେ। ସମ୍ମାନୀତ ଅତିଥି ଭାବେ ଶିକ୍ଷା ଅନୁଷ୍ଠାନର ସହକାରୀ ଶିକ୍ଷକ ନାରାୟଣ ପଣ୍ଡା, ଶିକ୍ଷା କମିଟି ସଦସ୍ୟ ବିଧାନ ଘୋରାମୀ, କେଶବ ବିଶ୍ବାସ ଏବଂ ଆନନ୍ଦ ଡାଲି ଯୋଗଦାନ କରି ବଣମଲ୍ଲୀ ମାନଙ୍କୁ ସାଉଁଟି ଆଣି ସେମାନଙ୍କୁ ଓଡ଼ିଆ ଭାଷା ଓ ସାହିତ୍ୟ କ୍ଷେତ୍ରରେ ପ୍ରୋତ୍ସାହନ ଯୋଗାଇ ଦେବାକୁ ଆହ୍ବାନ ଦେଇଥିଲେ। ଶେଷରେ ବକ୍ତୃତା, ସାଧାରଣ ଜ୍ଞାନ, କବିତା ଆବୃତ୍ତି, ଗୀତ ଓ ନୃତ୍ୟ ପ୍ରତିଯୋଗିତାରେ ଉପକୃତ ସୋଇଥିବା ୩୫ ଜଣ କୃତ୍ତି ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ଛାତ୍ର ଛାତ୍ରୀ ମାନଙ୍କୁ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ର ଅସ୍ମିତା କୁ ସମୃଦ୍ଧ କରିବା ପାଇଁ ସପଥପାଠ କରାଯାଇଥିଲା।