ଆଦିବାସୀ ଇଲାକାରେ ଅଷ୍ଟ ପ୍ରହର ନାମ ଯଜ୍ଞ

କୋରାପୁଟ/ମାଲକାନଗିରି, (ତ୍ରିନାଥ ପଟ୍ଟନାୟକ): ମାଲକାନଗିରି ଜିଲ୍ଲାର କୋରୁକୋଣ୍ଡା ବ୍ଳକ ଅନ୍ତର୍ଗତ ସୋମନାଥ ଏକ ଆଦିବାସୀ ପଲ୍ଲୀ। ଏହି ଗାଁରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ଅଷ୍ଟ ପ୍ରହରୀ। ଚିତ୍ରକୋଣ୍ଡା ଜଳଭଣ୍ଡାରର ଅଧିବାସୀ ମାନଙ୍କୁ ୧୯୬୨ ମସିହା ଠାରୁ ଏଇଠାରେ ଥଇଥାନ କରାଯାଇଥିଲା। ତତ୍କାଳୀନ ଜୟପୁର ରାଜା ଏହି ଗାଁ ସାମୁହିକ ବିକାଶ ପାଇଁ ଲଚ୍ଛମନ ଚଲାଣଙ୍କୁ ଚଲାଣ ଭାବେ ଦାୟିତ୍ଵ ଅର୍ପଣ କରିଥିଲେ। ସେହି ଦିନଠାରୁ ଏହି ଗାଁର ଆଧ୍ୟାତ୍ମିକ ଚିନ୍ତନକୁ ପରିପୃଷ୍ଟ କରିବା ବଳରାମ ମାଝୀଙ୍କ ସହଯୋଗରେ ପ୍ରତି ବର୍ଷ କାର୍ତ୍ତିକ ମାସ ପୂର୍ଣ୍ଣିମା ତିଥିରେ ଅଷ୍ଟ ପ୍ରହରୀ ଆୟୋଜନ କରାଯାଉଛି।

Omkar Vasthu
Omkar Vasthu


ଏଠାରେ ସୂଚନାଯୋଗ୍ୟ ଯେ, ଏହି ସାଂସ୍କୃତିକ ଭାବଧାରାରେ ପରିଚାଳିତ ସୋମନାଥ ପୁର ଗାଁ ଗତ ବାରବର୍ଷ ପୂର୍ବେ ଏକ ସୋମନାଥେଶ୍ବର ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ଏହି ଅଷ୍ଟପ୍ରହରୀ କାର୍ଯ୍ୟକ୍ରମକୁ ଆଉ ପାଦେ ଆଗକୁ ନିଆ ଯାଇଛି। ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମକୁ ବଳରାମ ଚାଲଣ, ରବିନ୍ଦ୍ର ମାଝୀ, କୃଷ୍ଣ ମାଝୀ, ମଙ୍ଗୁ ମାଝୀ, ଗୁରୁଦେବ ରୁମୁଡା, ଲବ କୁରୁତାଡି, ମଦନ ସୁଆରୀ, ଶ୍ରୀକାନ୍ତ ପାଢ଼ୀ, ଆଦୁ ମାଝୀ ରାମଚନ୍ଦ୍ର ସ୍ବାଇଁ, ଜିତେନ୍ଦ୍ର ଡାଙ୍ଗବୀରୀ ପ୍ରମୁଖ ପରିଚାଳନା କରିଥିଲେ।        

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.