ଭବାନୀପାଟଣା: ସଙ୍ଗମ ମାସିକ ଅନଲାଇନ ପତ୍ରିକାର ପଞ୍ଚମ ସଂସ୍କରଣ ଏବଂ ମାସିକ କବିତା ଆସର ପତ୍ରିକାର ପ୍ରତିଷ୍ଠାତା ଆନନ୍ଦ ସାଗରିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ଅବସର ପ୍ରାପ୍ତ ସମାଜ କଲ୍ୟାଣ ଅଧିକାରୀ ସୁଶ୍ରୀ ସଂଘମିତ୍ରା କାନୁନଗୋ, ସମ୍ମାନୀତ ଅତିଥି ଭାବରେ ଖଡ଼ିଆଳ ସ୍ୱୟଂଶାସିତ ମହାବିଦ୍ୟାଳୟ ଓଡ଼ିଆ ଅଧ୍ୟାପିକା ସୁଶ୍ରୀ ସାଗରୀକା ପଣ୍ଡା, ମୁଖ୍ୟ ବକ୍ତା ଭାବରେ ଶିକ୍ଷୟତ୍ରୀ ଡ଼ଃ,ପ୍ରିୟମ୍ବଦା ସାମଲ, ସମ୍ବଲପୁର ଘଣ୍ଟି ସାହିତ୍ୟ ସଂସଦ ସଦସ୍ୟା ସଂଗୀତା ମୋହନ ଗହୀର ଯୋଗ ଦେଇଥିଲେ। ପତ୍ରିକାର ସମ୍ପାଦକ ରମାକାନ୍ତ ସିଂ ସାହାଣୀ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ସୁଶ୍ରୀ ଦ୍ରୌପଦୀ ଜଗତଙ୍କ କବିତା ସଂଯୋଜନାରେ କବି ଲିଙ୍ଗରାଜ ପୁଞ୍ଜି, ରଞ୍ଜିତ ଆରେବେଡିଆ, ରୋହିତ ଜେନା, ଦୀପ୍ତି ସେଠ୍, ତନୟା ପୁଞ୍ଜି, ପିଙ୍କୁ ରଣଦୀପ, ଟିକେମଣି ବୁଦ୍ଧିଆ, ଅନ୍ତର୍ଯ୍ୟାମୀ ସାହୁ, ଚନ୍ଦନ ସାହୁ ଓଡିଶାର ବିଭିନ୍ନ ପ୍ରାନ୍ତରରୁ କବିତା ପାଠ କରିଥିଲେ। ସୁଶ୍ରୀ ଦେବକୀ ସରାଫ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ। କାର୍ଯ୍ୟକାରୀ ସମ୍ପାଦକ ଦ୍ବୟ ଚୁନିଲ କୁମାର ଗଙ୍ଗଦେବ ଏବଂ ହେମନ୍ତ କୁମାର ରାଉତ ସହଯୋଗ କରିଥିବା ବେଳେ ସହସମ୍ପାଦକ ଦୀପକ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।