ଜୁପିଟର ବିଦ୍ୟାଳୟରେ ବୋଇତ ବନ୍ଦାଣ

ରାୟଗଡା, (ଶିବ ନାରାୟଣ ଗୈାଡ): କାର୍ତ୍ତିକ ପୂର୍ଣ୍ଣମୀ ଅବସରରେ ଜୁପିଟର ଆନ୍ତର୍ଜାତୀୟ ବିଦ୍ୟାଳୟ ପରିସରରେ ବିଦ୍ୟାଳୟର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବୋଇତ ବନ୍ଦାଣ ଉତ୍ସବ ପାଳିତ ହୋଇଥିଲା। ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ସାଧବ ବୋହୁ ଓ ସାଧବ ପୁଅ ବେଶରେ ସଜ୍ଜିତ ହୋଇ ଉତ୍କଳର ସେହି ପୁରୁଣା ନୌବାଣିଜ୍ୟର ସ୍ମୃତିକୁ ଉଜ୍ଜୀବିତ କରିଥିଲେ।

Omkar Vasthu
Omkar Vasthu


ବିଦ୍ୟାଳୟ ପରିସରରେ ଏକ କୃତ୍ତିମ ପୋଖରୀ ନିର୍ମାଣ କରି ସେଥିରେ ଡ଼ଙ୍ଗା ଭସାଇବାର ଆୟୋଜନ କରାଯାଇଥିଲା । ବିଦ୍ୟାଳୟ ର ପରିଚାଳନା ନିର୍ଦ୍ଧେଶକ ଗୋବିନ୍ଦ ପ୍ରସାଦ ରଥ ନିଜ ମାଁ ସହ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ ଏହି ଉତ୍ସବକୁ ମନଭରି ଉପଭୋଗ କରିବା ସହ ଉତ୍କଳର ନୌବାଣିଜ୍ୟ ପରମ୍ପରା ସମ୍ପର୍କରେ ଜ୍ଞାନ ଆହରଣ କରିଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏହି କାର୍ଯ୍ୟକ୍ରମକୁ ସଫଳ ରୂପ ଦେବାରେ ସହଯୋଗ କରିଥିଲେ। ବିଦ୍ୟାଳୟରେ ଏହିପରି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବାରୁ ରାୟଗଡ ଜିଲ୍ଲାର ବୁଦ୍ଧିଜୀବୀ ଓ ଅଭିଭାବକ ଭୁୟସୀ ପ୍ରଶଂସା କରିଛନ୍ତି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.