ଦୁଇ ବାଇକ ମୁହାମୁହିଁ ଧକ୍କା, ଜଣେ ମୃତ

କଳାହାଣ୍ଡି, (ହେମନ୍ତ ସାହୁ): ଆଜି କଳାହାଣ୍ଡି ଜିଲ୍ଳା ମ.ରାମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ରାୟପୁର ଜାତୀୟ ରାଜପଥ(୫୯)ରେ ଦୁଇ ବାଇକ ମୁହାମୁହିଁ ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ହେଇଥିବାବେଳେ ଆଉ ଅନ୍ୟ ଚାରିଜଣ ଆହତ ହେଇଛନ୍ତି । ସୂଚନା ମୁତାବକ ମ.ରାମପୁର ଥାନା ଅନ୍ତର୍ଗତ ସାଇଦଲଙ୍ଗା ଗ୍ରାମର କିରଣ ପରାଭୋଏ(୨୯) ସ୍ତ୍ରୀ ଏବଂ ପୁଅଙ୍କ ସହିତ ନିଜ ମୋଟର ସାଇକେଲରେ ବାଲିପଡ଼ାରୁ ନିଜ ଗାଁକୁ ଫେରୁଥିବା ବେଳେ ଅପରାହ୍ଣ ପ୍ରାୟ ପାଂଚ ଘଂଟା ସମୟରେ ମ.ରାମପୁର ନିକଟସ୍ଥ ରଜାମୁଣ୍ଡା ପାଖରେ ସାମ୍ନାପଟୁ ଆସୁଥିବା ଆଉ ଏକ ମଟରସାଇକେଲ ସହିତ ସାମ୍ନାସାମ୍ନି ଧକ୍କା ହେଇଥିଲା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ପ୍ରତ୍ୟକ୍ଷଦର୍ଶୀଙ୍କ ଉଦ୍ୟମରେ ସମସ୍ତଙ୍କୁ ମ.ରାମପୁର ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲେ ହେଁ କିରଣ ପରାଭୋଏଙ୍କୁ ମୃତ ଘୋଷଣା କରିଥିଲେ ଡ଼ାକ୍ତର । ତେବେ ସାମ୍ନପଟୁ ଆସୁଥିବା ଡ଼ଙ୍ଗାପଟା ଗ୍ରାମର ଭୁୂବନ ରଣା ତାଙ୍କ ବାପା ଡ଼ମ ରଣାଙ୍କ ସମେତ କିରଣଙ୍କ ପୁଅ ଏବଂ ସ୍ତ୍ରୀ ଆହତ ହେଇଥିବା ଜଣାଯାଇଛି । ସମସ୍ତ ଆହତଙ୍କୁ ମ.ରାମପୁର ଡ଼ାକ୍ତରଖାନାରେ ଚିକିତ୍ସା କରାଯାଉଛି ଏବଂ ମୃତ ଶବକୁ ବ୍ୟବଚ୍ଛେଦ୍ଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଚି । ପୋଲିସ ଏ ନେଇ ଏକ ମାମଲା ରୁଜୁ କରିଛି ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.