କମ୍ୟୁନିଟି ମୋବିଲାଇଜରଙ୍କ ପକ୍ଷରୁ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ

ଲାଞ୍ଜିଗଡ଼: ଲାଞ୍ଜିଗଡ଼ ବ୍ଲକ କମ୍ୟୁନିଟି ମୋବିଲାଇଜରଙ୍କ ପକ୍ଷରୁ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ। କମ୍ୟୁନିଟି ମୋବିଲାଇଜର ସଂଘର ସଭାପତି ଅଚ୍ୟୁତ ମାଝୀ (ଅଜିତ)ଙ୍କ ନେତୃତ୍ୱରେ ଲାଞ୍ଜିଗଡ ବ୍ଲକର ବିଭିନ୍ନ ଗ୍ରାମ ପଞ୍ଚାୟତର କମ୍ୟୁନିଟି ମୋବିଲାଇଜର ମାନେ ଆଜି ଲାଞ୍ଜିଗଡ଼ ବିଡ଼ିଓ ଜିତେନ୍ଦ୍ର କୁମାର ମିଶ୍ରଙ୍କୁ ଏକ ଦାବିପତ୍ର ଦେଇଛନ୍ତି। ଦାବି ଗୁଡ଼ିକ ମଧ୍ୟରେ କମ୍ୟୁନିଟି ମୋବିଲାଇଜର ମାନଙ୍କୁ ପୁନଃ ନିଯୁକ୍ତି ଦିଆଯାଉ। ସେମାନେ ଏନଜିଓ ମାନଙ୍କ ଦ୍ଵାରା ନିୟୋଜିତ ହୋଇ ପଞ୍ଚାୟତ ସ୍ତରରେ ମହାତ୍ମାଗାନ୍ଧୀ ଜାତୀୟ କର୍ମ ନିଯୁକ୍ତି ଯୋଜନାରେ ଶ୍ରମିକ ସଂଖ୍ୟା ବୃଦ୍ଧି ସହ ଆର୍ଥିକ ଓ ସାମାଜିକ ତଥା ସରକାରଙ୍କ ସମସ୍ତ ନିର୍ଦେଶ ଅନୁଯାୟୀ କାମକରି ଆସୁଥିଲେ। ତେବେ ଏ ପର୍ଯ୍ୟନ୍ତ କମ୍ୟୁନିଟି ମୋବିଲାଇଜର ସି ଏସ୍ ଓ ଏବଂ ଏନ୍ ଜି ଓ ହେଡ୍ ମାନଙ୍କୁ ମଧ୍ୟ କୈାଣସି ଚିଠି କିମ୍ବା ଇ-ମେଲ୍ ମାଧ୍ୟମରେ ବହିଷ୍କୃତ କରିବା ପାଇଁ ସୂଚିତ କରାଯାଇ ନାହିଁ।

Omkar Vasthu
Omkar Vasthu


ତେବେ ପଞ୍ଚାୟତ ରାଜ ପାନୀୟ ଜଳ ବିଭାଗ ଓଡ଼ିଶା ସରକାରଙ୍କ ପତ୍ର ଅନୁଯାୟୀ ମିଶନ ଶକ୍ତି ଅଧିନରେ ଥିବା ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ମଧ୍ୟରୁ କମ୍ୟୁନିଟି ମୋବିଲାଇଜର ଚୟନ ପାଇଁ ଚିଠି କରିଛନ୍ତି। ସରକାର ଏପରି ନିଷ୍ପତି ନେବା ଦ୍ଵାରା ଆମେ ମାନେ ବେକାରୀ ହେବା ସହ ସାମାଜିକ ସ୍ତରରେ ମାନହାନି ଓ ଆମ ପରିବାରର ଭରଣ ପୋଷଣରେ ବ୍ୟାଘାତ ସୃଷ୍ଟି ହୋଇଛି ଏବଂ ଆମ ଦାଦନ ଶ୍ରମିକଙ୍କୁ ଅଟକାଇ ମହାତ୍ମାଗାନ୍ଧୀ ଜାତୀୟ କର୍ମ ନିଯୁକ୍ତି ଯୋଜନାରେ କାମକରାଉଥିଲୁ ବର୍ତମାନ ଆମ ମାନଙ୍କ ଦାଦନ ଯିବା ସମୟ ଆସିଯାଇଛି ବୋଲି ଦାବିପତ୍ରରେ ଉଲ୍ଲେଖ କରିଛନ୍ତି। ତେବେ ବିଚାର କରି ପୁନଃ ନିଯୁକ୍ତି ଦେବା ପାଇଁ ବିଡ଼ିଓଙ୍କୁ ଏକ ଦାବିପତ୍ର କରିଛନ୍ତି। ଏହି ଦାବିପତ୍ର ଦେବା ଅବସରରେ କମ୍ୟୁନିଟି ମୋବିଲାଇଜର ବିଶେକ କରୁଆଁ, ସୁଶାନ୍ତ ହାତୀ, ବାବୁଲାଲ ହରିଜନ, କାହ୍ନା ନାଗ, ସୁରେଶ ଦୁର୍ଗା, ଅମର ଦାଶ ହରିଜନ, ସବିତା ଉଦାଲି, ଗିରିଧାରୀ ଚଣ୍ଡୀ, ରାଜିବ ସୁନା, ସମିରଣ ମାଝୀ, ନକୁଳ ପାତ୍ର ଭକ୍ତ ଦାସ ଦୋରା ପ୍ରମୁଖ ଉପସ୍ଥିତ ରହି ଦାବିପତ୍ର ପ୍ରଦାନ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.