ଭଟାଖମାରରେ ଗଳିତ ଶବ ଜବତ ଘଟଣା: ବ୍ୟବଚ୍ଛେଦ ପରେ ପ୍ରକୃତ ରହସ୍ୟ ଜଣା ପଡିବ -ନର୍ଲା ଆଇଆଇସି

କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ୍ ଅଧିନସ୍ଥ ଭଟାଖମାର ବ୍ରିଜ୍ ଆରମ୍ଭ ମୁଣ୍ଡ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗ ଅଫିସ ପାଚେରୀ କାନ୍ଥ ପଛ ପାଖରେ ଗତକାଲି ଏକ ଅଜଣା ବ୍ୟକ୍ତିର ଶବ ଉଦ୍ଧାର କରିଛି ନର୍ଲା ପୋଲିସ। ଗତକାଲି ନର୍ଲା ପୋଲିସ୍ ଅପରାହ୍ନରେ ଖବର ପାଇ ଭଟାଖମାର ବ୍ରୀଜ ନିକଟସ୍ଥ ଘଟଣା ସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଥିଲା। ହେଲେ କ୍ରମଶଃ ରାତି ଘନେଇ ଆସିବାରୁ ଦୁଇ ଜଣ ଗ୍ରାମରକ୍ଷୀଙ୍କୁ ସେଠାରେ ମୁତୟନ କରି ଫେରି ଆସିଥିଲା ନର୍ଲା ପୋଲିସ। ଆଜି ଦିନ ୧୦ ଘଣ୍ଟା ସମୟରେ ଭବାନୀପାଟଣା ସାଇଣ୍ଟିଫିକ୍ ଟିମ୍ ଆସି ପହଞ୍ଚିବା ସହିତ ନର୍ଲା ଆଇଆଇସି ରେଣୁକା ସୁନାଙ୍କ ତତ୍ୱାବଧାନରେ ତଦନ୍ତ ଆରମ୍ଭ ହୋଇଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ବାଲିପଡା ଠାରୁ ରୁପ୍ରା ଯିବା ରାସ୍ତା ଭଟାଖମାର ବ୍ରୀଜ ଆରମ୍ଭ ମୁଣ୍ଡରେ ରହିଥିବା ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପର ପାଚେରୀ କାନ୍ଥ ପଛ ପାଖରେ ବ୍ୟକ୍ତି ଜଣକର ଶବ ଚିତ୍ ହୋଇ ପଡି ରହିଥିବା ଦେଖିବାକୁ ମିଳିଛି। ଶବଟି ପଚିଯାଇ ଦୁର୍ଗନ୍ଧ ବାହାରୁଛି। ଗତକାଲି ନର୍ଲା ପୋଲିସ୍ ତରଫରୁ ଏକ ୟୁଡି କେସ୍ ନଂ- ୨୦- ୨୮/୧୧ ପଞ୍ଜିକରଣ ହୋଇଥିବା ବେଳେ ମୃତକଙ୍କ ଶବକୁ ଦେଖିଲେ ଏହା ଦୁଇ/ତିନିଦିନ ପୂର୍ବର ହୋଇଥିବା ଅନୁମାନ କରାଯାଉଛି। ମୃତ ବ୍ୟକ୍ତି ଜଣକ ଭଟାଖମାର ଗ୍ରାମର ଶଙ୍କର ସାହୁ (୫୫) ବୋଲି ଜଣାପଡିଥିବା ବେଳେ ଆଜି ଶବ ବ୍ୟବଚ୍ଛେଦ ପାଇଁ ମ.ରାମପୁର ପ୍ରେରଣ କରୁଛି ନର୍ଲା ପୋଲିସ୍। ଶବ ବ୍ୟଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ ରହସ୍ୟ ଜଣାପଡିବ ବୋଲି କହିଛନ୍ତି ନର୍ଲା ଆଇଆଇସି ଶ୍ରୀମତୀ ସୁନା। ମୃତକ ସ୍ୱର୍ଗତ ଶଙ୍କର ସାହୁଙ୍କ ଶବ ନିକଟରେ ପାଚେରୀ କାନ୍ଥକୁ ଲାଗି ଏକ ସାଇକେଲ, ଶବ ନିକଟରେ ଲୁଙ୍ଗି, ଗାମୁଛା, ଶୀତ ବସ୍ତ୍ର ଓ ଶୀତ ପାଇଁ ବ୍ୟବହୃତ ଟୋପି, ଦୁଇଗୋଟି ମଦ ବୋତଲ, କୀଟନାଶକ ଔଷଧ ଶିଶି ପଡି ରହିଥିବା ଦେଖିବାକୁ ମିଳିଛି। ଭବାନୀପାଟଣା ସାଇନଟିଫିକ ଟିମ୍ ସହଯୋଗରେ ତଦନ୍ତ ଚାଲୁଥିବା ଦେଖିବାକୁ ମିଳିଛି।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.