‘ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମୀ ରେଣ୍ଡୋ ମାଝୀ’

● ଲୁବେନଗଡ଼ରେ ପାଳିତ ହେଲା ରେଣ୍ଡୋ ମାଝୀଙ୍କ ୧୬୬ ତମ ସହିଦ ଦିବସ

କଳାହାଣ୍ଡି, (ହେମନ୍ତ ସାହୁ): ବ୍ରିଟିଶ ବିରୁଦ୍ଧରେ ପ୍ରଥମ ପ୍ରତିରୋଧର ସ୍ୱର ଉତ୍ତୋଳନ କରିବାରେ ରେଣ୍ଡୋ ମାଝୀ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମୀ। ଉପାନ୍ତ ଓ ଆଦିବାସୀ ଅଧ୍ୟୁଷିତ ରାମପୁର ବ୍ଲକର ଲୁବେନଗଡ଼ ଅଂଚଳରେ କମ୍ପାନୀର ଅନ୍ୟାୟ ବିରୁଦ୍ଧରେ ସେ ସଶସ୍ତ୍ର ସଂଗ୍ରାମ କରିଥିଲେ। ଜଙ୍ଗଲଜାତ ଦ୍ରବ୍ୟ କର, ମେରିଆ, ଉମରା ପଦର ଉଚ୍ଛେଦ ବିରୋଧରେ ସେ ସ୍ଥାନୀୟ ଅଧିବାସୀଙ୍କୁ ଏକଜୁଟ କରି ଏକ ଜନ ଆନ୍ଦୋଳନର ସୂତ୍ରପାତ କରିଥିଲେ। ଏହା ସିପାହୀ ବିଦ୍ରୋହର ଯଥେଷ୍ଟ ପୂର୍ବରୁ ସଂଘଟିତ ହୋଇଥିଲା। ଏଥିପାଇଁ ବ୍ରିଟିଶ ସରକାର ତାଙ୍କୁ ଦଣ୍ଡିତ କରି ବିଡ଼ାବାରୁରେ ଜନ ସମ୍ମୁଖରେ ଫାଶୀ ଦେଇଥିଲେ। ତେବେ ସେହି ମହାନ ସହିଦ ରେଣ୍ଡୋ ମାଝୀ ଆମ କଳାହାଣ୍ଡିର ସ୍ୱାଭିମାନ ଓ ଅସ୍ମିତା ବୋଲି ସହିଦ ଦିବସ ଅବସରରେ ମତପ୍ରକାଶ ପାଇଛି।

Omkar Vasthu
Omkar Vasthu


ସହୀଦ ପୀଠ ଲୁବେନଗଡ଼ ଠାରେ ରେଣ୍ଡୋ ମାଝୀଙ୍କ ୧୬୬ତମ ସହୀଦ ଦିବସ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ବିକାଶ ସିଂଦେଓ, ମୁଖ୍ୟବକ୍ତା ଯୁବକବି ତଥା ସାମ୍ବାଦିକ ହେମନ୍ତ ସାହୁ, ସମ୍ମାନିତ ଅତିଥି ଯୁବ ଲେଖକ ଡିଲେଶ୍ବର ରଣା, ରାଜ୍ ଦଣ୍ଡସେନା, ଶିକ୍ଷକ ବିଶୁକେସନ ମାଝୀ, ଶଙ୍କର ସୁନା, ରେଣ୍ଡୋ ମାଝୀଙ୍କ ଦାୟାଦ ଯୁଗେଶ୍ୱର ମାଝୀ ପ୍ରମୁଖ ମଂଚାସୀନ ଥିଲେ। ସଭାପତିତ୍ୱ କରିଥିଲେ ସ୍ଥାନୀୟ ସରପଞ୍ଚ ସୁନିତା ମାଝୀ। ମଂଚ ପରିଚାଳନା କରିଥିଲେ ସିଲି ମାଝୀ। ସଭା କାର୍ଯ୍ୟ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରି କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.