ଉତ୍କଳ ଆଲୁମିନା ପକ୍ଷରୁ ରକ୍ତଦାନ ଶିବିର, ୨୨୫ ୟୁନିଟ ରକ୍ତ ସଂଗୃହିତ

ରାୟଗଡା/କାଶିପୁର: ଆଦିତ୍ୟ ବିର୍ଲା ଗ୍ରୁପ୍‍ର ହିଣ୍ଡାଲ୍‍କୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ଏକ ସହଯୋଗୀ କମ୍ପାନୀ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ ଏହି ଅଞ୍ଚଳର ଜନସାଧାରଣଙ୍କ ସ୍ୱାସ୍ଥ୍ୟ ଓ କଲ୍ୟାଣ ଦିଗରେ ଜାରି ରଖିଥିବା ନିରନ୍ତର ପ୍ରୟାସର ଅଂଶସ୍ୱରୂପ ନୂଆପଡାସ୍ଥିତ ଏହାର ଟାଉନସିପ୍‍ କ୍ଲବ ହାଉସ ପରିସରରେ ରାୟଗଡାସ୍ଥିତ ଜିଲା ସଦର ମହକୁମା ହସପିଟାଲ ଏବଂ ଆମ ଓଡ଼ିଶା ସହଯୋଗରେ ଚଳିତ ଡିସେମ୍ବର ମାସ ୧୦ ତାରିଖରେ ଏକ ରକ୍ତଦାନ ଶିବିର ଆୟୋଜନ କରିଥିଲା । ଉତ୍କଳ ଆଲୁମିନାର କର୍ମଚାରୀବୃନ୍ଦ ଏବଂ ସେମାନଙ୍କ ପରିବାର ସଦସ୍ୟ, ସହଯୋଗୀ ସଂସ୍ଥାର କର୍ମଚାରୀ, ଠିକା କର୍ମଚାରୀ ଓ ଶ୍ରମିକଙ୍କ ସହିତ ସ୍ଥାନୀୟ ଜନସାଧାରଣ ସାମାଜିକ କାରଣ ନିମନ୍ତେ ସ୍ୱେଚ୍ଛାକୃତ ଭାବରେ ରକ୍ତଦାନ କରିଥିଲେ, ଯଦ୍ୱାରା ରାୟଗଡା ଜିଲା ରକ୍ତ ଭଣ୍ଡାରର ରକ୍ତ ଆବଶ୍ୟକତା ପୂରଣ ହୋଇପାରିବ । ଏହି ଅବସରରେ ମୋଟ ୨୨୫ ୟୁନିଟ ରକ୍ତ ଏହି ସ୍ୱାସ୍ଥ୍ୟ ଶିବିରରୁ ସଂଗୃହୀତ ହୋଇଥିଲା ।

Omkar Vasthu
Omkar Vasthu


ଉଦଘାଟନି ଉତ୍ସବରେ ରାୟଗଡା ଉପଜିଲାପାଳ ଶ୍ରୀ ଧର୍ମାନନ୍ଦ ବେହେରା ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ । କାଶିପୁର ତହସିଲଦାର ଶ୍ରୀ ଶରତ ସାବତ, ଉତ୍କଳ ଆଲୁମିନା ୟୁନିଟ ହେଡ ଶ୍ରୀ ମଜହର ବେଗ୍‍, ରାୟଗଡା ରକ୍ତ ଭଣ୍ଡାର ଅଧିକାରୀ ଡା. ଅବଦୁଲ ମଜିଦ ଉଦଘାଟନୀ ଉତ୍ସବରେ ସମ୍ମାନନୀୟ ଅତିଥି ଭାବରେ ଯୋଗଦେଇଥିଲେ । ସେମାନଙ୍କ ସହିତ ୟୁଏଆଇଏଲର ଅନ୍ୟ ବରିଷ୍ଠ ଅଧିକାରୀଗଣ, ଏହାର ସିଏସଆର, ପ୍ରଶାସନିକ ଏବଂ ସିଆର ଏବଂ ସଷ୍ଟେନେବିଲିଟି ଦଳ ମଧ୍ୟ ଉପସ୍ଥିତ ଥିଲେ ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଏହି ଅବସରରେ ପ୍ରକାଶ କରି ମୁଖ୍ୟ ଅତିଥି ରାୟଗଡା ଉପଜିଲ୍ଲାପାଳ କୋଭିଡ-୧୯ ମହାମାରୀର ଏଭଳି ସନ୍ଧିକ୍ଷଣ ସମୟରେ, ଯେତେବେଳେ ମଣିଷ ଜୀବନ ପାଇଁ ରକ୍ତ ସବୁଠାରୁ ମୂଲ୍ୟବାନ ପଦାର୍ଥ ଭାବରେ ବିବେଚିତ ହେଉଛି, ସେହି ସମୟରେ ସ୍ୱତନ୍ତ୍ର ଭାବରେ ଏଭଳି ଶିବିର ଆୟୋଜନ ନେଇ ଉତ୍କଳ ଆଲୁମିନାର ପ୍ରୟାସକୁ ପ୍ରଶଂସା କରିଥିଲେ । ଶିଳ୍ପ ସଂସ୍ଥାକୁ ଏହିଭଳି ମହତ ପ୍ରୟାସ ଆୟୋଜନ କରିବା ସକାଶେ ସେ ଉତ୍ସାହିତ କରିଥିଲେ, ଯାହା ରାୟଗଡା ଜିଲାର ଜନସାଧାରଣଙ୍କ ସ୍ୱାସ୍ଥ୍ୟ ଓ କଲ୍ୟାଣ ଦିଗରେ ଅବଦାନ ରଖିପାରିବ । କାଶିପୁର ତହସିଲଦର ଶ୍ରୀ ସାବତ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ ପାଇଁ ଉତ୍କଳ ଆଲୁମିନାର ପ୍ରଶଂସନୀୟ ଉଦ୍ୟମକୁ ତାରିଫ କରିଥିଲେ । ଏହିଭଳି ଶିବିର ଆୟୋଜନ କ୍ଷେତ୍ରରେ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ଆବଶ୍ୟକ ସହଯୋଗ ଯୋଗାଇଦେବାକୁ ସେ ପ୍ରତିଶ୍ରୁତି ଦେଇଥିଲେ ।


ତାଙ୍କ ବକ୍ତବ୍ୟରେ ଉତ୍କଳ ଆଲୁମିନାର ୟୁନିଟ ହେଡ ଶ୍ରୀ ମଜହର ବେଗ୍‍ ପ୍ରକାଶ କରିଥିଲେ ଯେ ରକ୍ତଦାନ ହେଉଛି ମାନବ ସମୁଦାୟ ପାଇଁ ଜଣଙ୍କ ଦ୍ୱାରା ସର୍ବଶ୍ରେଷ୍ଠ ଦାନ । ସେ ଜୋର୍‍ ଦେଇ କହିଥିଲେ ଯେ ସମାଜ ପାଇଁ ଏବଂ ବିଶେଷକରି ରାୟଗଡା ଜିଲାର ଜନସାଧାରଣଙ୍କ ପାଇଁ ଉପଯୋଗୀ ହେଉଥିବା ଏହିଭଳି ପ୍ରୟାସ ନେବାରେ ଉତ୍କଳ ଆଲୁମିନା ସର୍ବାଗ୍ରେ ରହିଛି । ସ୍ୱେଚ୍ଛାକୃତ ରକ୍ତଦାନ କରିବାକୁ ଆଗେଇ ଆସି ସାମାଜିକ କାରଣ ନିମନ୍ତେ ଜୀବନର ସବୁଠାରୁ ମୂଲ୍ୟବାନ ଦାନ କରିଥିବା ରକ୍ତଦାତାଙ୍କୁ ସେ ପ୍ରଶଂସା କରିଥିଲେ । ଉତ୍କଳ ଆଲୁମିନାର ବରିଷ୍ଠ ଅଧିକାରୀଗଣ, ରାୟଗଡା ଜିଲା ସଦର ମହକୁମା ହସପିଟାଲର ସଦସ୍ୟ, ଆମ ଓଡ଼ିଶାର ସଦସ୍ୟଗଣ ଏହି ମହତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଏକ ଦାୟିତ୍ୱସଂପନ୍ନ କର୍ପୋରେଟ ସଂସ୍ଥା ଭାବରେ ୟୁଏଆଇଏଲ ଏହାର ପାରିପାର୍ଶିକ ଅଞ୍ଚଳରେ ଶିକ୍ଷା, ସ୍ୱାସ୍ଥ୍ୟଯତ୍ନ, ଦୀର୍ଘସ୍ଥାୟୀ ଜୀବିକା ଉପାର୍ଜନ ଏବଂ ଗ୍ରାମାଞ୍ଚଳ ଭିତ୍ତିଭୂମି ନିର୍ମାଣ ଆଦି କ୍ଷେତ୍ରରେ ନିଜର ସିଏସଆର କାର୍ଯ୍ୟକ୍ରମଗୁଡିକୁ କାର୍ଯ୍ୟକାରୀ କରିବାରେ ଗଭୀର ଭାବରେ ନିୟୋଜିତ ରହିଛି ଏବଂ ଏହା ବିଭିନ୍ନ ସାମାଜିକ ପ୍ରସଙ୍ଗଗୁଡିକ ପ୍ରତି ମଧ୍ୟ ଦୃଷ୍ଟି ଦେଉଛି । ମୋଟ ଉପରେ ୟୁଏଆଇଏଲ ଓଡ଼ିଶାର ୮୪ଟି ଗ୍ରାମରେ ନିୟୋଜିତ ରହିବା ସହିତ ୩୦ ହଜାରରୁ ଅଧିକ ଲୋକଙ୍କୁ ସେବା ଯୋଗାଉଛି ।

ରାୟଗଡ଼ାରୁ ଶିବ ନାରାୟଣ ଗୈାଡଙ୍କ ସହ କାଶିପୁର ପ୍ରତିନିଧି ଆଲାରାମ ଭତ୍ରାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.