୧୯୭ ମୋବାଇଲ ଟାୱାର ଘୋଷଣା ପରେ ଲାଞ୍ଜିଗଡ଼ ବ୍ଲକର ବିଭିନ୍ନ ଗାଁରେ କୃତଜ୍ଞତା ସଭା

ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲାର ଦୁର୍ଗମ ଓ ମାଓପ୍ରବଣ ଲାଞ୍ଜିଗଡ ବ୍ଲକର ୨୬ଟି ଗ୍ରାମପଞ୍ଚାୟତର ତିନିଶହରୁ ଉର୍ଦ୍ଧ୍ୱ ଗାଁରେ ୧୯୭ଗୋଟି ମୋବାଇଲ ଟାୱାର ସ୍ଥାପନ ହେବା ସଂପର୍କରେ ଘୋଷଣା ହେବା ପରେ ରବିବାର ବ୍ଲକର ଦୁର୍ଗମାଞ୍ଚଳର ବିଭିନ୍ନ ଗାଁରେ ଏକାଧିକ କୃତଜ୍ଞତା ସଭା ଅନୁଷ୍ଠିତ ହୋଇଯାଇଛି । ଲାଞ୍ଜିଗଡ ବ୍ଲକର ଦୁର୍ଗମ ଅଞ୍ଚଳରେ ମୋବାଇଲ ଯୋଗାଯୋଗ ପାଇଁ ଅଣ୍ଟା ଭିଡିବା ସହ ଏନେଇ କେନ୍ଦ୍ର ମନ୍ତ୍ରୀ ଓ ରାଜ୍ୟ ସରକାରଙ୍କୁ ପତ୍ର ଲେଖି ଦୃଷ୍ଟି ଆକର୍ଷଣ କରିଥିବା ଯୁବ ସମାଜସେବୀ ସୁଶୀଲ କୁମାର ବାଗଙ୍କୁ କାନକୁଟ୍ରୁ, ଲାଞ୍ଜି, ଲାଖବାହାଲି, ବେନଗାଁ, ବିଜେପୁର ଆଦି ସ୍ଥାନରେ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ସେହିପରି ମୋବାଇଲ ଟାୱାର ଘୋଷଣା ପାଇଁ କେନ୍ଦ୍ର ଟେଲି ଯୋଗାଯୋଗ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସମେତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ରାଜ୍ୟସଭା ସାଂସଦ ସୁଜିତ କୁମାର, ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରିଙ୍କୁ ଅଞ୍ଚଳବାସୀ ଧନ୍ୟବାଦ ସହିତ କୃତଜ୍ଞତା ଜ୍ଞାପନ କରିଛନ୍ତି । ଆଜି ବିଭିନ୍ନ ଗାଁରେ ଅନୁଷ୍ଠିତ କୃତଜ୍ଞତା ସଭାରେ ଗଉର ବିଭାର, ମଧୁସୂଦନ ମାଝୀ, ମୂରଲୀ ସାହୁ, ପ୍ରମୋଦ ବିଭାର, ଟିକେରାମ ମାଝୀ, ପାଇକୁ ବାଗ, ତପିମଣି ବିଭାର, ନୃପରାଜ ମାଝୀ, ବାବୁଲା ହରିଜନ, ଧର୍ମେନ୍ଦ୍ର ପଣ୍ଡା, ନିରଞ୍ଜନ ଦୋରା, ସୁଶୀଲ ବାଗ, ବିଶ୍ୱମ୍ବର ବିଭାର, ମନୀଷ ମିଶ୍ର, ରାମତୁ ମାଝୀ, ଖଗେଶ୍ୱର ବେନିଆଁ, ଲାଲକୃଷ୍ଣ ମାଝୀଙ୍କ ସମେତ ଅଞ୍ଚଳବାସୀ ଜନସାଧାରଣ ଉପସ୍ଥିତ ଥିଲେ ।

Omkar Vasthu
Omkar Vasthu

ଲାଞ୍ଜିଗଡରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.