ମ.ରାମପୁରରେ ଆଜି ୫ଜଣ କୋଭିଡ଼ ପଜିଟିଭ୍ ଚିହ୍ନଟ

● ସାପ୍ତାହିକ ବଜାରରେ ଗହଳି ଏଡ଼ାଇବାକୁ ତତ୍ପର ହେଉ ପ୍ରଶାସନ, ଅଧା ଲୋକଙ୍କ ମୁହଁରେ ରହୁନି ମାସ୍କ

କଳାହାଣ୍ଡି, (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା ମ.ରାମପୁରରେ ଆଜି ପାଞ୍ଚଜଣ କୋଭିଡ଼ ପଜିଟିଭ ଚିହ୍ନଟ ହେଇଥିବା ଜଣାଯାଇଛି । ଚଳିତ ସମୟରେ ଚାଲିଥିବା କୋଭିଡ଼ରେ ଆଜି ପ୍ରଥମଥର ପାଞ୍ଚଜଣ କୋଭିଡ଼ ପଜିଟିଭ ଆସିବା ପରେ ଏବେ ଲୋକଙ୍କର ସଚେତନ ହେବାର ବେଳ ଆସିଛି । ତେବେ କୋଭିଡ଼ ନିୟନ୍ତ୍ରଣ ପାଇଁ ସରକାର ଜାରୀ କରିଥିବା ଗାଇଡ଼ଲାଇନକୁ ଲୋକେ ଖୋଲାଖୋଲି ଉଲଙ୍ଘନ କରୁଥିବା ଦେଖାଯାଇଛି । ସହରରେ ଅଧାଲୋକଙ୍କ ମୁହଁରେ ମାସ୍କ ରହୁନଥିବା ବେଳେ ଲୋକେ ସାମାଜିକ ଦୂରତାକୁ ବେଖାତିର କରୁଛନ୍ତି । ମ.ରାମପୁରରେ ସାପ୍ତାହିକ ହାଟ ପ୍ରତି ମଙ୍ଗଳବାର ହେଉଥିବାବେଳେ ଏଠାରେ ପ୍ରତିଥର ଅସମ୍ଭାଳ ଜନଗହଳି ଦେଖାଦେଇଥାଏ ଏବଂ ଅଧିକାଂଶ ଲୋକଙ୍କ ବେପରୱା ଭାବ ବି ସଂପୂର୍ଣ୍ଣ ଭାବରେ ପରିଲକ୍ଷିତ ହେଇଥାଏ । ତେବେ ଆଜିର ପାଞ୍ଚଟି କୋଭିଡ଼ ପଜିଟିଭ ଚିହ୍ନଟ ପରେ ମଙ୍ଗଳବାର ବଜାରର ଭିଡ଼କୁ ପ୍ରଶାସନ କିଭଳି ନିୟନ୍ତ୍ରଣ କରୁଛି ତାକୁ ନେଇ ସାଧାରଣରେ ଆଲୋଚନା ଜୋର ଧରିଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

 

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.