ମ.ରାମପୁରେ ବେଡ଼ ମିଣ୍ଟନ ପ୍ରତିଯୋଗୀତା

କଳାହାଣ୍ଡି, (ହେମନ୍ତ ସାହୁ): ମ.ରାମପୁର ବେଡ଼ ମିଣ୍ଟନ ଆସୋସିଏସନ୍ ତରଫରୁ ବେଡ଼ ମିଣ୍ଟନ ସିଜନ ଦୁଇ ଅବସରରେ ବେଡ଼ ମିଣ୍ଟନ ପ୍ରତିଯୋଗୀତା ହାଇସ୍କୁଲ ଛକ ନିକଟରେ ଆୟୋଜିତ ହେଇଯାଇଛି । କଳାହାଣ୍ଡି ବେଡ଼ ମିଣ୍ଟନ ଆସୋସିଏସନ୍ ର ସଭାପତି ପ୍ରଦୀପ ଦାଶଙ୍କ ଦ୍ୱାରା ଉଦଘାଟିତ ହେଇଥିବା ଏହି ଟୁର୍ଣ୍ଣମେଣ୍ଟରେ ତୁଷରା, ନର୍ଲା, ରୁପ୍ରା, ସଇଁନ୍ତଳା, ବଲାଙ୍ଗିର, ରିଷିଡ଼ା, କର୍ଲାମୁଣ୍ଡାରୁ ୨୪ଟି ଦଳ ଅଂଶ ଗ୍ରହଣ କରିଥିଲେ । ସମ୍ମାନୀତ ଅତିଥିଭାବରେ ସନ୍ଦିପ ମିଶ୍ର, ସରୋଜ କୁମାର ମହାରଣା, ଦୀପକ ସାଗର ମଞ୍ଚାସୀନ ରହିଥିଲେ । ମ.ରାମପୁର ବେଡ଼ ମିଣ୍ଟନ ଆସୋସିଏସନ୍ ର ସଭାପତି ରୁଦ୍ର ପ୍ରସାଦ ମହାନ୍ତି ସଭାପତିତ୍ୱ କରିଥିଲେ । ସିଜିନ୍ ଦୁଇରେ ଚମ୍ପିଅନ ସଇଁନ୍ତଳାର ବିକାଶ ଓ ସୌମ୍ୟ ହେଇଥିବାବେଳେ ରର୍ନ୍ସଅପ୍ ମ.ରାମପୁରର ଟେକ ଏବଂ ଅଶ୍ରୁ ହେଇଥିଲେ । ଶ୍ରେଷ୍ଠ ଖେଳାଳୀ ଭାବରେ ଆୟୁଷ ପାତ୍ର ଏବଂ ମେନ ଅଫ୍ ଦି ଫାଇନାଲ ଭାବରେ ବିକାଶ ଏବଂ ବେଷ୍ଟ ଭୋଲେଣ୍ଟିଅର ଭାବରେ ଲଳିତ, ଅଭିଷେକ ଏବଂ ବାପୁ ଙ୍କୁ ପୁରସ୍କୃତ କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ମନୋଜ ଦୀପ, ମୁନା ସେଠୀ, ସନ୍ତୋଷ ବାଗ, ପ୍ରଭାସ ସାହୁ, ଅଶ୍ରୃ, ଟେକ, ଲଳିତ,ରାଜା, ମଣ୍ଟୁ, ରାକେଶ, ମୁକେଶ, ଅକ୍ଷୟ, ଆୟୁଷ, ଆଲୋକ, ଅଭିଷକ, ଉମାକାନ୍ତ, ଶାଶ୍ୱତ, ସୋହନ ପ୍ରମୁଖ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.