ବଲାଙ୍ଗୀର: କପିଳେଶ୍ଵର ଯୁବକ ସଂଘ ଯୁରାବନ୍ଧ ଓ ନେହେରୁ ଯୁବ କେନ୍ଦ୍ର ବଲାଙ୍ଗୀର ଳର ମିଳିତ ଅନୁକୂଲ୍ୟରେ ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଅଛି । ସଂଘର ଉପଦେଷ୍ଠା ଖିର ବଛା, ତୀର୍ଥ ବାଗ ସ୍ବାମୀ ବିବେକାନନ୍ଦକଂ ଜୀବନି ଉପରେ ଆଲୋକପାତ କରିଥିଲେ ଓ ଯୁବକ ମାନଙ୍କୁ ପଥଭ୍ରଷ୍ଟ ନ ହୋଇ ସମାଜ ସେବାରେ ମନ ନିବୃତ୍ତ କରିବା ସହିତ ଆତ୍ମନିର୍ଭରଶୀଳ ହେବା ପାଇ ଉପଦେଶ ଦେଇଥିଲେ।
ପୁଦୁଚେରି ରେ ହେଉଥିବା ଜାତୀୟସ୍ତରର ଜାତୀୟ ଯୁବ ମହୋତ୍ସବ ସହିତ ଭିଡିଓ ସୋ ମାଧ୍ୟମ ରେ ଯୋଗଦାନ କରିଥିଲେ। ସଂଘ ର ସଭାପତି ତୁଳାଚନ୍ଦ୍ର ପୋଡ ସଭା ପରିଚାଳନା କରିଥିଲେ। ସଂଘ ର ସଦସ୍ଯ ମାନଙ୍କ ମଧ୍ଯରେ ବକୃତା ପ୍ରତିଯୋଗିତା ହୋଇଥିଲା, ସଂଘ ର ସମ୍ପାଦକ ଲିଙ୍ଗରାଜ ପୋଡ ଧନ୍ୟବାଦ ଅର୍ପଣ କରିଥିଲେ।
କାର୍ଯ୍ୟକାରି ସଭାପତି ମୋହନ ବାଗ, ସହ ସମ୍ପାଦକ ରଞ୍ଜନ ଭାଟି, କୋଷାଧ୍ୟକ୍ଷ ଚନ୍ଦ୍ରହାସ ପୋଡ, ସୁରୁ ପୋଡ, ସୋନୁ ଛତ୍ରିଆ, ନିର୍ମାଲ୍ଯ ବାଗ, ଦୁଷ୍ମନ୍ତ।ପୋଡ, ରାହୁଲ ପୋଡ, ଳୟରାମ ଛତ୍ରିଆ, ମହେଶ୍ବର ଛତ୍ରିଆ, ଲୋକେଶ୍ୱର ବଛା, ରୁଦ୍ର ବାଗ, ଗୁଣ ଛତ୍ରିଆ, ଯୋଗିନ ଛତ୍ରିଆ, ସେନାପତି ପୋଡ ଓ ସମସ୍ତ ସଦସ୍ଯ ମାନେ ସହଯୋଗ କରିଥିଲେ ।