ରାୟଗଡା ଡିଏଲଏସଏ ପକ୍ଷରୁ ଟ୍ରାନ୍ସଜେଣ୍ଡର ଅଧିକାର ସମ୍ପର୍କିତ ଆଭାସୀ ସଚେତନତା କାର୍ଯ୍ୟକ୍ରମ

ରାୟଗଡା, (ଶିବ ନାରାୟଣ ଗୈାଡ): ଜିଲ୍ଲା ଆଇନ ସେବା ପ୍ରାଧିକରଣ (ଡିଏଲଏସଏ)ରାୟଗଡା ତରଫରୁ ଟ୍ରାନ୍ସଜେଣ୍ଡର ଅଧିକାର ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ମନୋରଞ୍ଜନ ମିଶ୍ରଙ୍କ ଦ୍ୱାରା ସଞ୍ଚାଳିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଜଜ୍ ତଥା ପ୍ରାଧିକରଣର ଅଧ୍ୟକ୍ଷ ବିକ୍ରମ କେଶରୀ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ପରିବାର ଅଦାଲତର ବିଚାରପତି ଅମୃତ ରଞ୍ଜନ ନନ୍ଦ, ଅତିରିକ୍ତ ଜିଲ୍ଲା ଜଜ ଶ୍ରୀମତୀ ରୀନା ରାଣୀ ଚୌଧୁରୀ, ସ୍ଥାୟୀ ଲୋକ ଅଦାଲ ର ଅଧ୍ୟକ୍ଷ ହିମାଂଶୁ ଶେଖର ବ୍ରହ୍ମା, ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ମନୋରଞ୍ଜନ ଦାସ, ବରିଷ୍ଠ ଦେୱାନୀ ବିଚାରପତି ଶ୍ରୀମତୀ ଶତରୁପା ଶତପଥୀ, ଜେଏମଏଫସି ଗୁରୁ ଜେନାମଣି, ଗ୍ରାମ୍ୟ ନ୍ୟାୟାଧିକାରୀ ଯୁଧିଷ୍ଠିର ଦଳାଇ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତୀ ଭିକ୍ଟୋରିଆ କୁଲୁ, ଉପଖଣ୍ଡ ସୁରକ୍ଷା ଅଧିକାରୀ ଶ୍ରୀକାନ୍ତ ପାଣିଗ୍ରାହୀ ଓ ପ୍ୟାନେଲ ଓକିଲ ସାମୁଏଲ ତାଣ୍ଡି ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ପ୍ରାଧିକରଣର ସଚିବ ଶ୍ରୀ ମିଶ୍ର ନିଜ ଅଭିଭାଷଣରେ ଆଜିର ସଚେତନତା କାର୍ଯ୍ୟକ୍ରମର ଯଥାର୍ଥତା ତଥା ଆଧୁନିକ ସମାଜର ସାମ୍ପ୍ରତିକ ପରିସ୍ଥିତିରେ ଏପରି କାର୍ଯ୍ୟକ୍ରମର ଉପଯୋଗୀତା ସମ୍ପର୍କରେ ଆଲୋକପାତ କରିଥିଲେ । ବିଚାରପତି ଶ୍ରୀ ଦାସ, ବିଚାରପତି ଶ୍ରୀମତୀ ଶତପଥୀ, ବିଚାରପତି ଶ୍ରୀ ଜେନାମଣି ନିଜ ନିଜର ବକ୍ତବ୍ୟରେ ବର୍ତମାନର ସମାଜରେ ଟ୍ରାନ୍ସଜେଣ୍ଡର(କିନ୍ନର) ମାନଙ୍କ ସଫଳତା ତଥା ସେମାନଙ୍କ ଅଧିକାର ସମ୍ବନ୍ଧରେ ରହିଥିବା ବିଭିନ୍ନ ଆଇନ ବିଷୟରେ ଆଲୋଚନା କରିଥିଲେ । ଜିଲ୍ଲା ଜଜ ତଥା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ କବିତା ମାଧ୍ୟମରେ ଆଜିର ସମାଜରେ ଟ୍ରାନ୍ସଜେଣ୍ଡର ଅଧିକାର ବିଷୟରେ ସମସ୍ତଙ୍କୁ ସଚେତନ ହେବାକୁ ପଡିବ ବୋଲି ମତବ୍ୟକ୍ତ କରିଥିଲେ । ନିଜର ଅଭିଭାଷଣ ରେ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତୀ କୁଲୁ ରାୟଗଡା ଜିଲ୍ଲାରେ ଟ୍ରାନ୍ସଜେଣ୍ଡର ମାନଙ୍କ ପାଇଁ ଉଦ୍ଦିଷ୍ଟ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ବର୍ଣ୍ଣନା କରିଥିଲେ ଓ ଅଂଶଗ୍ରହଣ କାରୀମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ । ପରିଶେଷରେ ମହାମାରୀ କରୋନା ସମୟରେ ସମସ୍ତେ କୋଭିଡ ସମ୍ବନ୍ଧୀୟ ନିୟମାବଳୀ ପାଳନ ପୂର୍ବକ ଆବଶ୍ୟକୀୟ ସତର୍କତା ଅବଲମ୍ବନ କରିବାକୁ ଅତିଥି ମାନେ ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମା ମଝିଘରିଆଣି ସି.ଓ.ବି. ର କର୍ମକର୍ତା ଓ ସଦସ୍ୟା ମାନେ ଯୋଗ ଦେଇଥିଲେ ଓ ପରିଚାଳନାରେ ଆଇନସେବା ପ୍ରାଧିକରଣର କର୍ମଚାରୀ ଜନକ ମିର୍ଧା ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.