ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ ରିସିଗାଁ ପଞ୍ଚାୟତ ଡୁଙ୍ଗରିପଡ଼ା ଗାଁର ଗୀତା ଚଣ୍ଡୀ ଗତ କିଛିବର୍ଷ ହେଲା ପାରାଲିସିସ ରୋଗରେ ପୀଡିତ ହୋଇଥିଲେ । ତାଙ୍କର ଏହି ସମସ୍ୟା ପାଇଁ ସେ ନାଁ କୁଆଡେ ଯାଇ ପାରୁଛନ୍ତି ନାଁ ଠିକ ସେ ଘରେ ରହିପାରୁଛନ୍ତି । ଏହି ସମସ୍ୟା ଦୀର୍ଘ ବର୍ଷଧରୀ ରହିଥିବାରୁ ସେ ଅନେକ ସମସ୍ୟା ଦେଇ ଗତି କରୁଥିବା କହିଛନ୍ତି । ତାଙ୍କୁ ଶୌଚାଳୟ ନେବା ଆଣିବା ପାଇଁ ବୋହିକି ନେବାକୁ ପଡିଥାଏ । ଏହି ସମସ୍ୟା ପାଇଁ ଓ ବାହାରେ ଟିକେ ବୁଲାବୁଲି କରିବା ସହିତ ଲାଟ୍ରିନ ଯିବାପାଇଁ ଏକ ହୁଇଲଚେୟାର ପ୍ରଦାନ କରିବାକୁ ବିଭାଗୀୟ ଅଧିକାରୀ ଓ ନିର୍ବାଚିତ ପ୍ରତିନିଧି ମାନଙ୍କୁ ନେହୁରା ହୋଇଥିଲେ । ଅଧିକାରୀ ମାନେ ତାଙ୍କୁ ହୁଇଲଚେୟାର ଦେବାକୁ ପ୍ରତିଶୃତି ଦେଇଥିଲେ । କିନ୍ତୁ ମିଳିନଥିଲା । ଶେଷରେ ହତାଶ ହୋଇ ଭାଗ୍ୟକୁ ଆଦରି ରହିଥିଲେ । ଏହି ସମସ୍ୟା ବିଷୟରେ କିଛିଦିନ ତଳେ ସମାଜସେବୀ ରାଜେଶ ଗୌଡ଼ ସମାଜସେବୀ ଯଶୋବନ୍ତ ରଣାଙ୍କୁ ଜଣେଇଥିଲେ । ଦୁହେଁ ମିଶି ଜିଲ୍ଲା ଭିନ୍ନକ୍ଷମ ଓ ସଶକ୍ତିକରଣ ବିଭାଗକୁ ଯାଇ ସମସ୍ତ ଡକୁମେଣ୍ଟ ଦେଇ ଗୀତା ଚଣ୍ଡୀଙ୍କ ପାଇଁ ଏକ ହୁଇଲଚେୟାରର ବ୍ୟବସ୍ଥା କରିଥିଲେ । ଦୁହେଁ ନିଜସ୍ୱ ଖର୍ଚ୍ଚରେ ଏକ ଅଟୋ ଭଡା କରି ଗୀତା ଚଣ୍ଡୀଙ୍କ ଘରକୁ ନେଇ ହୁଇଲଚେୟାର ପ୍ରଦାନ କରିଥିଲେ । ହୁଇଲଚେୟାର ପାଇ ଗୀତା ଚଣ୍ଡୀ ବହୁତ ଖୁସି ହୋଇଥିଲେ ଓ ସମାଜସେବୀ ରାଜେଶ ଗୌଡ଼ ଓ ଯଶୋବନ୍ତ ରଣାଙ୍କୁ ଧନ୍ୟବାଦ ଜଣେଇଥିଲେ । ଏହିପରି ସେବା ଜାରି ରଖିବାକୁ ଉପସ୍ଥିତ ଲୋକେ ଦୁଇଜଣ ସମାଜସେବୀଙ୍କୁ କହିଥିଲେ ।