ଦୁଇ ବାଇକ ମୁହାଁମୁହିଁ, ୪ ଗୁରୁତର

● ସହଯୋଗର ହାତ ବଢାଇଲେ କଳାହାଣ୍ଡି ବିଜୁ ଛାତ୍ର ଜନତାଦଳ ଜିଲ୍ଲା ସାଧାରଣ ସମ୍ପାଦକ ପରିକ୍ଷିତ ନାଏକ

ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ସିମାନ୍ତ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ନାରାୟଣପୁର ଗ୍ରାମ ପଞ୍ଚାୟତ ବାମନଗୁଡା ଗାଁ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଦୁଇଟି ବାଇକ ପରସ୍ପର ମୁହାଁମୁହିଁ ଧକ୍କା ହେବା ଫଳରେ ଉଭୟ ବାଇକର ୪ ଜଣ ଗୁରୁତର ଆହତ ହେଇଛନ୍ତି । ସୂଚନା ଅନୁଯାୟୀ ଲାଞ୍ଜିଗଡ଼ ବ୍ଲକ ବିଜେପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାତେରପଡା ଗ୍ରାମର ରାମ ମାଝୀ (୩୫) ତାଙ୍କ ପତ୍ନୀ ତୁଳସୀ ମାଝୀ ଏବଂ ଦୁଇ ବର୍ଷର ଶିଶୁପୁତ୍ର (ଓଆର-୦୭ଜେ-୪୦୧୭) ନିଜ ବାଇକରେ କଲ୍ୟାଣସିଂହପୁର ବଜାରକୁ ଯାଇ ଫେରୁଥିଲେ । କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ନାରାୟଣପୁର ଗ୍ରାମ ପଞ୍ଚାୟତ ଖଟଗନ୍ତ ଗ୍ରାମର ଅର୍ଜୁ କସିଲିକା (୪୦) ନାମକ ଜଣେ ବ୍ୟକ୍ତି ତାଙ୍କ ଓଆର-୦୮ସି-୨୨୦୧ ବାଇକ ଯୋଗେ ବିଜେପୁର ଆସି ସେଠାରୁ ଫେରୁଥିଲେ । ଉଭୟ ବାମନଗୁଡା ନିକଟରେ ଧକ୍କା ହେବା ଫଳରେ ଚାରିଜଣ ଗୁରୁତର ଆହତ ହୋଇଛନ୍ତି ।

ରାସ୍ତାରେ ଗୁରୁତର ଆହତ ହୋଇ ପଡିଥିବା ଦେଖି ଲୋକେ ସାଙ୍ଗେ ସାଙ୍ଗେ କଳାହାଣ୍ଡି ବିଜୁ ଛାତ୍ର ଜନତା ଦଳ ଜିଲ୍ଲା ସାଧାରଣ ସମ୍ପାଦକ ପରିକ୍ଷିତ ନାଏକଙ୍କୁ ଫୋନ କରିବାରୁ ସେ ସେଠାରେ ପହଞ୍ଚି ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ କଲ୍ୟାଣସିଂହପୁର ମେଡ଼ିକାଲରେ ଭର୍ତ୍ତି କରାଇଥିଲେ । ପ୍ରାଥମିକ ଚିକିତ୍ସା ପରେ ୪ ଜଣ ଗୁରୁତର ଥିବା ଯୋଗୁଁ ରାୟଗଡା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି ।

ଶ୍ରୀ ନାଏକଙ୍କୁ ବିଜେପୁର ସରପଞ୍ଚ ପୂର୍ଣ୍ଣଚନ୍ଦ୍ର ମାଝୀ, ରମେଶ କରୁଆଁ, ନିରାକାର ବାଗ, ଟିକେ ରାମ ପାଣି, ବଲ୍ଲଭ ନାଏକ ମେଡିକାଲ ନେବାରେ ବିଶେଷ ସହଯୋଗ କରିଥିଲେ । ପରିକ୍ଷିତ ନାଏକ ଲାଞ୍ଜିଗଡ଼ ଜୋନ-୨ ବିଜେଡିର ଜିଲ୍ଲା ପରିଷଦ ଆଶାୟୀ ପ୍ରାର୍ଥୀ ଭାବେ ଥିବାବେଳେ ବିଭିନ୍ନ ସମୟରେ ଏପରି ମହତ କାର୍ଯ୍ୟ କରୁଥିବା ବେଳେ ଆଶାୟୀଙ୍କ ତାଲିକା ଶିର୍ଷରେ ରହିଥିବା ଚର୍ଚ୍ଚା ଆଲୋଚନା ହେଉଛି ।

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.