ବଲାଙ୍ଗୀର: କପିଳେଶ୍ଵର ଯୁବକ ସଂଘ ଯୁରାବନ୍ଧ ଓ ନେହେରୁ ଯୁବ କେନ୍ଦ୍ର ବଲାଙ୍ଗୀରର ମିଳିତ ଅନୁକୂଳ୍ଯରେ ଜାତୀୟ ଯୁବ ଉତ୍ସବ ଓ କପିଳେଶ୍ଵର ଯୁବକ ସଂଘର ବାର୍ଷିକ ଉତ୍ସବ ପାଳିତ ହୋଇଯାଇ ଅଛି । ମୁଖ୍ଯ ଅତିଥି ଭାବେ ବଲାଙ୍ଗିର ଜିଲ୍ଲା ବିଜେପି ସଭାପତି ଶିବାଜୀ ମହାନ୍ତି, ସମ୍ମାନିତ ଅତିଥି ଭାବେ ରାଜ୍ୟ କିଷାନ ମୋର୍ଚ୍ଚା ସଂପାଦକ ଲକ୍ଷ୍ମଣ ବାଗ, ସାଂସଦ ପ୍ରତିନିଧି ଅର୍ଜୁନ ଯାଦବ, ସରପଞ୍ଚ ପ୍ରତିନିଧି ସ୍ରଧାକର ପୁଟେଲ, ପଞ୍ଚାୟତ ସମିତି ଉପାଧ୍ୟକ୍ଷ ମାମରାଜ ଜୈନ, ଚନ୍ଦ୍ର ଶେଖର ବଛା, ନରେଶ ସଗ୍ରିଆ, ଖିର ବଛା, ତୀର୍ଥ ବାଗ, ଆନନ୍ଦ କୁମାର ସେଠି, ନରେନ୍ଦ୍ର ସଗ୍ରିଆ, ଖଗେଶ୍ବର ପୋଡ, ପ୍ରମୁଖ ଉପସ୍ଥିତ ଥିଲେ ।
ସ୍ବାମୀ ବିବେକାନନ୍ଦକଂ ଫଟୋକୁ ପୂଜ କରି ସଭା କାର୍ଯ୍ୟ ଆରମ୍ଭ କରିଥିଲେ । ସମସ୍ତେ ସ୍ବାମୀ ବିବେକାନନ୍ଦକଂ ଜୀବନି ଉପରେ ଆଲୋକପାତ କରିଥିଲେ ଓ ଯୁବକ ମାନଙ୍କୁ ଏକତ୍ରୀତ ହୋଇ ସମାଜ ସେବାରେ ଉନ୍ନତି କ୍ଷେତ୍ରରେ ଭାଗିଦାରି ରହିବାକୁ ଉପଦେଶ ଦେଇଥିଲେ । ସଂଘର ସଭାପତି ତୁଳାଚନ୍ଦ୍ର ପୋଡ ସଭା ପରିଚାଳନା କରିଥିବାବେଳେ ସଂପାଦକ ଲିଙ୍ଗରାଜ ପୋଡ ବାର୍ଷିକ ବିବରଣୀର ପଠନ କରିଥିଲେ । ଏଥିରେ ଅନେକ ଗୁଡିଏ କ୍ଲବ, ସାଂସ୍କୃତିକ ଅନୁଷ୍ଠାନ ଓ ପ୍ରତିଯୋଗି ମାନଙ୍କ ମଧ୍ଯରେ ଡ୍ୟାନ୍ସ ପ୍ରତିଯୋଗିତା ହୋଇଥିଲ । ଏଥିରେ ଆତ୍ମାରାମ ତାଣ୍ଡି ପ୍ରଥମ ସ୍ଥାନ, ସୃତି ବଇକାର ଦ୍ବିତୀୟ , ସାଇନିଗଙ୍ଗ ଷ୍ଟାର ଡ୍ୟାନ୍ସ ଗ୍ରୁପ ଟିଟିଲାଗଡ ତୃତୀୟ ସ୍ଥାନ ଗ୍ରହଣ କରିଥିଲେ। ମାୟାଧର ପୋଡ, ଚନ୍ଦ୍ରହାସ ପୋଡ ଓ ଯୋଗିନ୍ଦ୍ର ଛତ୍ରିଆଙ୍କୁ ବେଷ୍ଟ ଭୋଲିଣ୍ଟିଅର ଭାବେ ସମ୍ମାନୀତ କରାଯାଇଥିଲ ।
ଦେବକୁମାର ବନଛୋର ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକାରି ସଭାପତି ମୋହନ ବାଗ, ଉପ ସଭାପତି ଲୋକେଶ୍ୱର ପୋଡ, ସହ ସମ୍ପାଦକ ରଞ୍ଜନ ଭାଟି, କୋଷାଧ୍ୟକ୍ଷ ଚନ୍ଦ୍ରହାସ ପୋଡ, ସୁରୁ ପୋଡ, ସୋନୁ ଛତ୍ରିଆ, ନିର୍ମାଲ୍ଯ ବାଗ, ଦୁଷ୍ମନ୍ତ ପୋଡ, ରାହୁଲ ପୋଡ, ଳୟରାମ ଛତ୍ରିଆ, ମହେଶ୍ବର ଛତ୍ରିଆ, ଲୋକେଶ୍ୱର ବଛା, ରୁଦ୍ର ବାଗ, ଗୁଣ ଛତ୍ରିଆ, ଯୋଗିନ ଛତ୍ରିଆ, ସେନାପତି ପୋଡ ଓ ସମସ୍ତ ସଦସ୍ଯ ମାନେ ସହଯୋଗ କରିଥିଲେ ।