ପୁଷପୁନି ଅବସରରେ ଆଭାସୀ ଆଲୋଚନାଚକ୍ର ଓ ଲୋକସଂଗୀତ ଆସର

କୋରାପୁଟ: ସୃଜନୀ ପରିବାର, ଚେନ୍ନାଇ ଆନୁକୁଲ୍ୟରେ ଅବିଭକ୍ତ କୋରାପୁଟ ଜିଲ୍ଲାର ଗଣପର୍ବ ପୁଷପୁନି ଅବସରରେ ଏକ ଆଭାସୀ ଆଲୋଚନାଚକ୍ର ଓ ଲୋକ ସଂଗୀତ ଆସର ଅନୁଷ୍ଠିତ ହୋଇଯାଇଛି। ଲୋକଚେତନାର ମାନବିକ ମୂଲ୍ୟବୋଧ ଓ ଭାଇଚାରାର ଅନନ୍ଯ ମିଳନ ଭାବରେ ପୁଷପୁନି ପର୍ବ ପାଳନ କରାଯାଏ। ଦିନକୁ ଦିନ ହଜିଯାଉଥିବା ଏହି ପର୍ବ ସମ୍ବନ୍ଧରେ ଅତିଥିମାନେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଉଦଘାଟକ ଭାବରେ “ଦେଶିଆ” ସଂପାଦକ ରଞ୍ଜନ ମହୁରିଆ, ମୁଖ୍ୟ ଅତିଥି ଭାବେ ଯୁବ ଲୋକ ସାହିତ୍ୟିକ ତଥା ଚିତ୍ରକୋଣ୍ଡାର ପୂର୍ବତନ ବିଧାୟକ ଡମ୍ବରୁ ଶିଶା, ସମ୍ମାନିତ ଅତିଥି ଭାବେ କିସ୍ ବିଶ୍ବବିଦ୍ୟାଳୟ ଭୁବନେଶ୍ବରର ଆସୋସିଏଟ୍ ଡିନ୍ ଡ. ଈଶ୍ବର ଚନ୍ଦ୍ର ନାୟକ, ଆଲୋଚକ ଭାବରେ ବରିଷ୍ଠ ଲୋକ ସାହିତ୍ୟିକ ଡକ୍ଟର ରାଜେନ୍ଦ୍ର ପାଢୀ, ଶାବର ଶ୍ରୀକ୍ଷେତ୍ର ଦେଶିଆ ନାଟଗୁରୁ ସଂଘର ସଭାପତି ନରସିଂହ ତ୍ରିପାଠୀ, ସମାଜସେବୀ କୁଞ୍ଜ ଦାସ, ବୈପାରୀଗୁଡ଼ା ମହାବିଦ୍ୟାଳୟର ଅଧ୍ୟାପକ ଡ. ସଦାନନ୍ଦ ଅଡାରି, ପାପଡାହାଣ୍ଡି ମହାବିଦ୍ୟାଳୟର ଅଧ୍ୟକ୍ଷ ସାନା ସାହୁ ଯୋଗ ଦେଇ ପୁଷପୁନିର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ଲୋକ ସଂଗୀତ ପରିବେଷଣ କରିଥିଲେ ଆକାଶବାଣୀର କଣ୍ଠଶିଳ୍ପୀ ବିଦ୍ୟୁତପ୍ରଭା ପଟ୍ଟନାୟକ, ସୁପ୍ରିତ୍ ସନ୍ତୋଷ ବଛା, ଆଲବର୍ଟ ସେକ୍ସପିଅର ବେନିଆ, ସୁପ୍ରୀୟା ହରିଜନ। ଭବାନୀପାଟଣା ଆକାଶବାଣୀର ଉପସ୍ଥାପିକା ସୁମତି ମୁଣ୍ଡ ଉପସ୍ଥାପନା କରିଥିବା ବେଳେ ଯୁବ ସାହିତ୍ୟିକ ସବ୍ୟସାଚୀ ବିଷୋୟୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ସୃଜନୀ ପରିବାରର ମୁଖ୍ଯ ଉପଦେଷ୍ଟା ଡ. ଆଶୁତୋଷ ସାମନ୍ତସିଂହାର ଓ ଉପଦେଷ୍ଟା ଡ. ବାସନ୍ତୀ ମହାନ୍ତି ପ୍ରାରମ୍ଭିକ ସୂଚନା ଦେଇଥିଲେ। କାର୍ଯ୍ୟକ୍ରମରେ ଡ. ଦିଗରାଜ ବ୍ରହ୍ମା, ଡ. ମହେନ୍ଦ୍ର କୁମାର ମିଶ୍ର, ଡ. ବିଜୟ କୁମାର ମିଶ୍ର, ସାଇମନ ବିଡିକା, ଆଶୁତୋଷ ପାତ୍ର, ଜୟଶ୍ରୀ ପଟ୍ଟନାୟକ, ଡ. ରାମା ନାୟକ, ଡ. କମଳାକୃଷ୍ଣ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ସୃଜନୀ ପରିବାରର ସମ୍ପାଦକ ଅଶୋକ ସାମନ୍ତ ପରିଚାଳନା କରିବା ସହିତ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.