ଭାସ୍କର ଆର୍ଟ୍ସ ଏକାଡେମୀ ଏବଂ ଘଡେଇ ଅନୁଷ୍ଠାନ ମିଳିତ ଆନୁକୂଲ୍ୟରେ ସରସ୍ବତୀ ପୂଜା

କୋରାପୁଟ, (ତ୍ରିନାଥ ପଟ୍ଟନାୟକ): କୋରାପୁଟ ଜିଲ୍ଲାର ପ୍ରତିଷ୍ଠିତ ଅନୁଷ୍ଠାନ ଭାସ୍କର ଆର୍ଟ୍ସ ଏକାଡେମୀ ଏବଂ ଘଡେଇ ଆବାସିକ ଅନୁଷ୍ଠାନ ଆନୁକୂଲ୍ୟରେ ଅନୁଷ୍ଠାନର ଛାତ୍ର ଛାତ୍ରୀ ଏବଂ କର୍ମକର୍ତ୍ତା ମାନଙ୍କଦ୍ୱାରା ସରସ୍ବତୀ ପୂଜା ସ୍ଥାନୀୟ ଅଶୋକ ନଗର କାର୍ଯ୍ୟାଳୟ ପରିସରରେ ମହାସମାରୋହରେ ପାଳିତ ହୋଇଯାଇଅଛି । ପ୍ରଥମେ ମା’ ସରସ୍ବତୀଙ୍କୁ ଗାୟତ୍ରୀ ମନ୍ତ୍ରରେ ଆବାହନ କରାଯାଇଥିଲା ଏବଂ କର୍ତ୍ତା ଭାବେ ଅନୁଷ୍ଠାନର ଓଡ଼ିଆ ଅଧ୍ୟାପକ ତ୍ରିନାଥ ପଟ୍ଟନାୟକ ମାଁ ସରସ୍ବତୀଙ୍କ ପୂଜା କାର୍ଯ୍ୟରେ ନିଜ ଭାର ବହନ କରିଥିବା ବେଳେ ଅନୁଷ୍ଠାନର ଛାତ୍ରଛାତ୍ରୀ ଏବଂ କର୍ମକର୍ତ୍ତା ପୁଷ୍ପାଞ୍ଜଳି ପ୍ରଦାନ କରିଥିଲେ ଓ ପ୍ରସାଦ ସେବନ କରିଥିଲେ । ଉକ୍ତ ଉତ୍ସବକୁ ସାଫଲ୍ୟମଣ୍ଡିତ କରିବା ପାଇଁ ଅନୁଷ୍ଠାନର ଅଧ୍ୟକ୍ଷ ୟୁ. କୋଟେଶ୍ୱର ରାଓ ଉପସ୍ଥିତ ରହି ଛାତ୍ରଛାତ୍ରୀ ଏବଂ କର୍ମକର୍ତ୍ତା ମାନଙ୍କୁ ଉତ୍ସାହିତ କରିଥିଲେ । ଉକ୍ତ ଉତ୍ସବକୁ ଅନୁଷ୍ଠାନର ଇଂରାଜୀ ଅଧ୍ୟାପକ ହରିହର ପଟ୍ଟନାୟକ ପରିଚାଳନା କରିଥିବା ବେଳେ ଦିନେଶ କୁମାର, ପ୍ରତିଭା ଚୌଧୁରୀ, ରଶ୍ମିତା ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ ।

Omkar Vasthu
Omkar Vasthu

 

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.