ଭବାନୀପାଟଣା: ବିଦ୍ୟାଦାତ୍ରୀ ମା’ ସରସ୍ଵତୀଙ୍କ ପୂଜନ ଉତ୍ସବ ବାଳଗୋପାଳ ସେବା ନିକେତନ ପରିସର ମଧ୍ୟରେ ଶିଶୁ ଯତ୍ନ ଅନୁଷ୍ଠାନର ଅନ୍ତେବାସୀ ଏବଂ କର୍ମଚାରୀଙ୍କ ଦ୍ୱାରା ପାଳିତ ହୋଇଯାଇଛି । ଶିଶୁମାନେ ମୁଖ୍ୟ ପୂଜା ବ୍ୟତୀତ ବ୍ୟକ୍ତିଗତ ଭାବେ ସମଷ୍ଟି ପୂଜାରେ ଅଂଶ ଗ୍ରହଣ କରିଥିଲେ ଏବଂ ସରସ୍ବତୀଙ୍କ ୧୦୮ ନାମରେ ଅର୍ଚ୍ଚନା କରିଥିଲେ । ପୁଷ୍ପାଞ୍ଜଳି ଓ ପୂଜା ଶେଷରେ ପ୍ରସାଦ ସେବନ ହୋଇଥିଲା । ସନ୍ଧ୍ୟାରେ ଭଜନ ସମାରୋହ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ।