ଲ୍ୟାଣ୍ଡ ମାଇନରେ ମୃତ ସାମ୍ବାଦିକଙ୍କ ପରିବାରକୁ ସାକ୍ଷାତ କଲେ ତହସିଲଦାର

ଓଡ଼ିଆ ବାର୍ତ୍ତା/କଳାହାଣ୍ଡି (ହେମନ୍ତ ସାହୁ): ଗତ ଶନିବାର ଦିନ କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ଦୁଲେନ ଛକ ନିକଟରେ ହେଇଥିବା ଲ୍ୟାଣ୍ଡ ମାଇନ ବିସ୍ଫୋରଣରେ ସାମ୍ବାଦିକ ରୋହିତ ବିଶ୍ୱାଳଙ୍କ ପରଲୋକ ହେଇଥିଲା । ତେବେ ସରକାରଙ୍କ ତରଫରୁ ୧୩ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଦେବାକୁ ଥିବା ବେଳେ ଚାରି ଲକ୍ଷ ଦିଆ ଯାଇଛି । ବକେୟା ୯ ଲକ୍ଷ ପାଇଁ ଆବଶ୍ୟକ କାଗଜପତ୍ର ପ୍ରସ୍ତୁତ କରିବାକୁ ମ. ରାମପୁର ତହସିଲଦାର ସୁଶ୍ରୀ ସୁଚରିତା ମୁଗ୍ରୀ ଆଜି ମୃତ ରୋହିତଙ୍କ ପରିବାର ପାଖକୁ ଯାଇ ଦେଖା କରିଥିଲେ । ପରିବାର ବର୍ଗଙ୍କୁ ସମବେଦନା ସହ ଶୀଘ୍ର ସମସ୍ତ ଆବଶ୍ୟକ କାଗଜପତ୍ର ପ୍ରସ୍ତୁତ କରାଯିବ ବୋଲି କହିଛନ୍ତି  । ସାକ୍ଷାତ ସମୟରେ ସମାଜସେବୀ ଗୋକୁଳାନନ୍ଦ ବିଶ୍ୱାଳ, ଶୁକଦେବ ସାହୁଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।

Omkar Vasthu
Omkar Vasthu

 

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.